ମାନଚିତ୍ରରେ ଥାଇ ରେକର୍ଡରେ ନାହିଁ ଗାଁ
ମାଲକାନଗିର,୨୮ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାନଚିତ୍ରରେ ଏକ ଗାଁ ଥାଇ ରେକର୍ଡରେ ଉଲ୍ଲେଖ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଆନ୍ଧ୍ର ସୀମାନ୍ତକୁ ଲାଗି ଜୁମଡାଙ୍ଗ ଗ୍ରାମ ରହିଛି। ଏହା ଓଡ଼ିଶା ମାନଚିତ୍ରରେ ଥିବା ବେଳେ ପ୍ରଶାସନ ରେକର୍ଡରେ ନ ଥିବାରୁ ଆନ୍ଧ୍ରପ୍ରଦେଶ ଏହି ଗ୍ରାମକୁ କବ୍ଜା କରିଥିଲା। ଏହି ଘଟଣା ସେହି ସମୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନର ବିଭିନ୍ନ ବିଭାଗ ଅଧିକାରୀ ତତ୍ପର ହୋଇ […] The post ମାନଚିତ୍ରରେ ଥାଇ ରେକର୍ଡରେ ନାହିଁ ଗାଁ appeared first on Dharitri Odia News.
ମାଲକାନଗିର,୨୮ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାନଚିତ୍ରରେ ଏକ ଗାଁ ଥାଇ ରେକର୍ଡରେ ଉଲ୍ଲେଖ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଆନ୍ଧ୍ର ସୀମାନ୍ତକୁ ଲାଗି ଜୁମଡାଙ୍ଗ ଗ୍ରାମ ରହିଛି। ଏହା ଓଡ଼ିଶା ମାନଚିତ୍ରରେ ଥିବା ବେଳେ ପ୍ରଶାସନ ରେକର୍ଡରେ ନ ଥିବାରୁ ଆନ୍ଧ୍ରପ୍ରଦେଶ ଏହି ଗ୍ରାମକୁ କବ୍ଜା କରିଥିଲା। ଏହି ଘଟଣା ସେହି ସମୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନର ବିଭିନ୍ନ ବିଭାଗ ଅଧିକାରୀ ତତ୍ପର ହୋଇ ଗାଁରେ ପହଞ୍ଚି ସମସ୍ତ ସୁବିଧା ସୁଯୋଗ ଦେବା ସହ ସେଠାରେ ତୁରନ୍ତ ଏକ ବିଦ୍ୟାଳୟ ପ୍ରତିଷ୍ଠା ସହ ଓଡ଼ିଆ ଶିକ୍ଷା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଗ୍ରାମକୁ ପ୍ରଶାସନ ନିଜ ରେକର୍ଡରେ ଅନ୍ତର୍ଭୁକ୍ତ କରିଥିଲା।
ସେହିପରି ଏକ ଗ୍ରାମ ମାଲକାନଗିରି ଜିଲା ଗୁଗୁଲ ଆପ୍ ମାନଚିତ୍ରରେ ଥିବା ବେଳେ ପ୍ରଶାସନିକ ରେକର୍ଡରେ ନ ଥିବା ଆଶ୍ଚର୍ଯ୍ୟ କରୁଛି। ଚିତ୍ରକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଗନ୍ଧୀ ନାମକ ଏହି ଗ୍ରାମରେ ୬୦ରୁ ଊର୍ଦ୍ଧ୍ୱ ଜନଜାତିର ଡିଡାଇ ପରିବାର ବସବାସ କରନ୍ତି। ଏହି ଗ୍ରାମକୁ ଯିବାକୁ ହେଲେ ନାକାମାମୁଡି ସଦର ପଞ୍ଚାୟତଠାରୁ ନିଲାପାରି, ପିପିଲିପଦର ଓ କେନ୍ଦୁଗୁଡା ଗ୍ରାମକୁ ଗଲା ପରେ କେନ୍ଦୁଗୁଡା ଛକରୁ ତାରକାଗୁଡା ୧ କି.ମି.ଘାଟି ରାସ୍ତା ପାର ହେଲା ପରେ ଏହି ଗ୍ରାମ ପଡୁଛି।
ତେବେ ଏହି ଗ୍ରାମକୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିଲା ବେଳେ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇଛି। ଏହି ଗ୍ରାମକୁ ଯେଉଁ ରାସ୍ତା ନିର୍ମାଣ ଚାଲିଛି ତାହା ଦାମୋଦରବେଡା ଗ୍ରାମ ନାମରେ ଚାଲିଥିବା ବେଳେ ଏହି ଗ୍ରାମର ଜନସାଧାରଣ ଦାମୋଦରବେଡା ଗ୍ରାମ ନାମରେ ବାର୍ଦ୍ଧକ୍ୟ ଭତା ପାଉଛନ୍ତି।
ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର କିମ୍ବା ବିଦ୍ୟାଳୟ ନାହିଁ। ଗ୍ରାମର କୌଣସି ଲୋକଙ୍କ ଘରବାରୀ ପଟ୍ଟା, ଜମି ପଟ୍ଟା କିମ୍ବା ଜଙ୍ଗଲ ଜମି ପଟ୍ଟା ନାହିଁ, କିନ୍ତୁ ଗ୍ରାମବାସୀ ଆଜକୁ ପ୍ରାୟ ୭୫ ବର୍ଷ ହେଲା ସେଠାରେ ବସବାସ କରୁଥିବା ମୁଖିଆ ପଲାସୀ ପ୍ରକାଶ କରିଛନ୍ତି।
ଏଥିପାଇଁ ଗ୍ରାମବାସୀ ପୂର୍ବରୁ ଅନେକ ଥର ଜିଲାପାଳ ଓ ଚିତ୍ରକୋଣ୍ଡା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ। ଫଳରେ ବିଭିନ୍ନ ସରକାରୀ ଯୋଜନାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି। ଦୀର୍ଘ ୭୫ ବର୍ଷ ହେଲା ମାଲକାନଗିରି ଜିଲାରେ ବସବାସ କରୁଥିଲେ ମଧ୍ୟ ପ୍ରଶାସନକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ରେକର୍ଡରେ ତାଙ୍କ ଗ୍ରାମ ନାମ ନ ଚଢିବାରୁ ଗ୍ରାମବାସୀ ବାଧ୍ୟ ହୋଇ ବିକଳ୍ପ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଏଣୁ ତୁରନ୍ତ ରାଜସ୍ବ ଗ୍ରାମ ଘୋଷଣା କରାଯିବା ସହ ସମସ୍ତ ପରିବାରଙ୍କୁ ୧ ମାସ ମଧ୍ୟରେ ଘରବାରୀ, ଚାଷ ଜମି, ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସହ ଅଙ୍ଗନଓ୍ବାଡି, ବିଦ୍ୟାଳୟ, ପାନୀୟ ଜଳ ଇତ୍ୟାଦିର ସୁବିଧା କରିବା ପାଇଁ ଦାବି କରିଛନ୍ତି।
The post ମାନଚିତ୍ରରେ ଥାଇ ରେକର୍ଡରେ ନାହିଁ ଗାଁ appeared first on Dharitri Odia News.