ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର,୧୮ା୧୧(ବାଞ୍ଛାନିଧି ଦେ): ଭାରତକୁ ମିଳିଛି ଐତିହାସିକ ସଫଳତା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ଦେଶର ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଜିଲା ଚାନ୍ଦିପୁର ଡିଆର୍‌ଡିଓ ଅଧୀନ ଧାମରାସ୍ଥିତ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ରକୁ ଶନିବାର ରାତିରେ ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣର ପ୍ରାଥମିକ ଲକ୍ଷ୍ୟ ପୂରଣ ଦିଗରେ ଆଇଟିଆର୍‌ ଦ୍ୱାରା ବିଭିନ୍ନ ସ୍ଥାନରେ ନିୟୋଜିତ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ୍‌ ଟ୍ରାକିଂ ସିଷ୍ଟମ୍‌ ଏବଂ […] The post ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ appeared first on Dharitri Odia News.

ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର,୧୮ା୧୧(ବାଞ୍ଛାନିଧି ଦେ): ଭାରତକୁ ମିଳିଛି ଐତିହାସିକ ସଫଳତା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ଦେଶର ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଜିଲା ଚାନ୍ଦିପୁର ଡିଆର୍‌ଡିଓ ଅଧୀନ ଧାମରାସ୍ଥିତ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ରକୁ ଶନିବାର ରାତିରେ ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣର ପ୍ରାଥମିକ ଲକ୍ଷ୍ୟ ପୂରଣ ଦିଗରେ ଆଇଟିଆର୍‌ ଦ୍ୱାରା ବିଭିନ୍ନ ସ୍ଥାନରେ ନିୟୋଜିତ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ୍‌ ଟ୍ରାକିଂ ସିଷ୍ଟମ୍‌ ଏବଂ ଟେଲିମେଟ୍ରି ପ୍ରଭୃତି ରେଞ୍ଜ ସେନ୍ସର ଦ୍ୱାରା ନିରୀକ୍ଷଣ କରାଯାଇଥିଲା। ଏଥିସହିତ ସମୁଦ୍ରରେ ନିୟୋଜିତ ଜାହାଜ ଷ୍ଟେଶନରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ଉଚ୍ଚତା ଏବଂ ବେଗରେ ଗତିମାନ ଅବସ୍ଥାରେ ଏହି କ୍ଷେପଣାସ୍ତ୍ର ନିଜର ଦକ୍ଷତାକୁ ନେଇ କୁଶଳତା ପୂର୍ବକ ପୂର୍ବ ନିର୍ଦ୍ଧାରିତ ଗତିପଥକୁ ଅନୁସରଣ କରିଥିଲା। ଏହା ଅତ୍ୟନ୍ତ ଉଚ୍ଚକୋଟୀର ଓ ଠିକ୍‌ ପ୍ରଭାବ ପ୍ରଦର୍ଶନ କରିଥିବା ଡିଆର୍‌ଡିଓ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ଭାରତୀୟ ସେନାରେ ନିୟୋଜନ ହେବ। ବିଭିନ୍ନ ଶ୍ରେଣୀର ଯୁଦ୍ଧାସ୍ତ୍ର ବହନ ସହିତ ୧୫୦୦ କି.ମି.ରୁ ଅଧିକ ଦୂରତା ପର୍ଯ୍ୟନ୍ତ ଏହାର ମାରକ କ୍ଷମତା ରହିଛି। ହାଇଦ୍ରାବାଦର ଡ. ଏପିଜେ ଅବଦୁଲ କଲାମ ମିସାଇଲ କମ୍ପ୍ଲେକ୍ସସ୍ଥିତ ଏକାଧିକ ଲାବୋରେଟୋରି ସହିତ ଡିଆର୍‌ଡିଓର ସଂଖ୍ୟାଧିକ ଲାବୋରେଟୋରି ଏବଂ ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତକାରୀ ଭାରତୀୟ ଶିଳ୍ପାନୁଷ୍ଠାନଗୁଡ଼ିକର ସହଯୋଗରେ ଏହି ହାଇପରସୋନିକ କ୍ଷେପଣାସ୍ତ୍ରକୁ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଛି। ଡିଆର୍‌ଡିଓର ବରିଷ୍ଠ ବୈଜ୍ଞାନିକମାନଙ୍କ ସହିତ କ୍ଷେପଣାସ୍ତ୍ରର ବ୍ୟବହାରକାରୀ ଭାବେ ଦେଶର ତିନି ସେନାର ପ୍ରତିନିଧିମାନେ ଏହି ଉଡ଼ାଣ ପରୀକ୍ଷାକୁ ଅନୁଧ୍ୟାନ କରିଥିଲେ।
ଏହି ସଫଳ ପରୀକ୍ଷଣକୁ ନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍‌ଡିଓ, ଭାରତୀୟ ସେନା ସମେତ ଏଥିରେ ଜଡ଼ିତ ଅନ୍ୟାନ୍ୟ ସଂସ୍ଥାଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ଏହି ହାଇପରସୋନିକ ମିସାଇଲର ସଫଳ ବ୍ୟବହାରିକ ପରୀକ୍ଷଣ ଯୋଗୁ ଦେଶକୁ ଐତିହାସିକ ଉପଲବ୍ଧି ମିଳିପାରିଛି। ଏହା ଦ୍ୱାରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ଅତ୍ୟାଧୁନିକ ସାମରିକ ଜ୍ଞାନକୌଶଳର ଅଧିକାରୀ ସମ୍ପନ୍ନ ଦେଶ ଭାବେ ଭାରତ ଅଗ୍ରଣୀ ଦେଶଙ୍କ ଗ୍ରୁପ୍‌ରେ ସାମିଲ ହୋଇପାରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
ସେହିପରି ପ୍ରତିରକ୍ଷା ବିଭାଗ ସଚିବ (ଅନୁସନ୍ଧାନ ଏବଂ ବିକାଶ) ତଥା ଡିଆର୍‌ଡିଓର ଅଧ୍ୟକ୍ଷ ଡ. ସମୀର ଭି କାମାତ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ଉଡ଼ାଣ ପରୀକ୍ଷା ପାଇଁ ବୈଜ୍ଞାନିକ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

The post ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ appeared first on Dharitri Odia News.