ୟୁକ୍ରେନ ବଦଳାଇବ ଯୁଦ୍ଧ ରଣନୀତି; ଋଷ୍ ଉପରେ ଚାଲିବ ଷ୍ଟର୍ମ ସ୍ୟାଡୋ କ୍ରୁଜ୍ ମିସାଇଲ, ଜବାବ ଦେବ ମସ୍କୋ

ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ ଯୁଦ୍ଧ ପୁଣି ଥରେ ତୀବ୍ର ହେଇଛି । କୀଭ୍ ସେନା ଋଷର ଜନବସତି ସ୍ଥାନକୁ ଟାର୍ଗେଟ୍ କରୁଛି । ମସ୍କୋ ଏବଂ ଏହାର ଆଖପାଖ ଅଞ୍ଚଳରେ ମିସାଇଲ୍ ସହ ଡ୍ରୋନ ମାଡ଼ କରୁଛି ୟୁକ୍ରେନ । ଏହାର ଜବାବ ଦେବାକୁ ବଡ଼ ଯୋଜନା କରୁଛନ୍ତି ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ଯୁଦ୍ଧ ପରମାଣୁ ଅସ୍ତ୍ର ବ୍ୟବହାର ପାଇଁ ସଙ୍କେତ ଦେଇଛି ମସ୍କୋ । ସେପଟେ ପରମାଣୁ ଅସ୍ତ୍ର ପ୍ରୟୋଗକୁ ସନ୍ଦେହ କରି ୟୁକ୍ରେନ ନିଜର ରଣନୀତି ବଦଳାଇ ଦେଇଛି । ୟୁକ୍ରେନ ଷ୍ଟର୍ମ ସ୍ୟାଡୋ କ୍ରୁଜ୍ ମିସାଇଲକୁ ବ୍ୟବହାର କରିଛି। ଋଷ୍ ସେନା ୟୁକ୍ରେନ ଉପରେ ମିସାଇଲ ମାଡ଼ କଲେ, କୀଭ୍ ଡ୍ରୋନ ସାହାଯ୍ୟରେ ଏହାକୁ ବ୍ୟବହାର କରି ଜବାବ ଦେବ ।    ସୂଚନା ଅନୁଯାୟୀ, ୟୁକ୍ରେନ ସେନା ପୂର୍ବରୁ ଋଷକୁ ନିଜ କ୍ଷେତ୍ରରେ ଅଟକାଇବାକୁ ମିସାଇ ଚେଷ୍ଟା କରୁଥିଲା । ମାତ୍ର କିନ୍ତୁ ନିଜ ରଣନୀତି ବଦଳାଇ ଋଷ୍ ଉପରେ ଲମ୍ବା ଦୂରତା ବିଶିଷ୍ଟ ମିସାଇଲ ମାଡ଼ କରିବାକୁ ଯୋଜନା କରୁଛି । ମିଡିଆ ରିପୋର୍ଟ ମୁତାବକ, କିଛି ଦିନ ତଳେ ନାଟୋ ସଦସ୍ୟ ବ୍ରିଟେନ, ଋଷ୍ କ୍ଷେତ୍ରରେ ହମଲା ପାଇଁ ୟୁକ୍ରେନକୁ ଷ୍ଟର୍ମ ସ୍ୟାଡୋ କ୍ରୁଜ୍ ମିସାଇଲକୁ ବ୍ୟବହାର କରିବାକୁ ମଞ୍ଜୁରୀ ପ୍ରଦାନ କରିଛି ।ଏବେ ଋଷ୍ କ୍ଷେତ୍ରରେ ଆକ୍ରମଣ ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଉପରେ ରୋକ୍ ଲାଗିଥିଲା । ମାତ୍ର ଏବେ ବ୍ରିଟେନ ତରଫରୁ ଷ୍ଟର୍ମ ସ୍ୟାଡୋ କ୍ରୁଜ୍ ମିସାଇଲକୁ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବା ପର

ୟୁକ୍ରେନ ବଦଳାଇବ ଯୁଦ୍ଧ ରଣନୀତି; ଋଷ୍ ଉପରେ ଚାଲିବ ଷ୍ଟର୍ମ ସ୍ୟାଡୋ କ୍ରୁଜ୍ ମିସାଇଲ, ଜବାବ ଦେବ ମସ୍କୋ

ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ ଯୁଦ୍ଧ ପୁଣି ଥରେ ତୀବ୍ର ହେଇଛି । କୀଭ୍ ସେନା ଋଷର ଜନବସତି ସ୍ଥାନକୁ ଟାର୍ଗେଟ୍ କରୁଛି । ମସ୍କୋ ଏବଂ ଏହାର ଆଖପାଖ ଅଞ୍ଚଳରେ ମିସାଇଲ୍ ସହ ଡ୍ରୋନ ମାଡ଼ କରୁଛି ୟୁକ୍ରେନ । ଏହାର ଜବାବ ଦେବାକୁ ବଡ଼ ଯୋଜନା କରୁଛନ୍ତି ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ଯୁଦ୍ଧ ପରମାଣୁ ଅସ୍ତ୍ର ବ୍ୟବହାର ପାଇଁ ସଙ୍କେତ ଦେଇଛି ମସ୍କୋ । ସେପଟେ ପରମାଣୁ ଅସ୍ତ୍ର ପ୍ରୟୋଗକୁ ସନ୍ଦେହ କରି ୟୁକ୍ରେନ ନିଜର ରଣନୀତି ବଦଳାଇ ଦେଇଛି । ୟୁକ୍ରେନ ଷ୍ଟର୍ମ ସ୍ୟାଡୋ କ୍ରୁଜ୍ ମିସାଇଲକୁ ବ୍ୟବହାର କରିଛି। ଋଷ୍ ସେନା ୟୁକ୍ରେନ ଉପରେ ମିସାଇଲ ମାଡ଼ କଲେ, କୀଭ୍ ଡ୍ରୋନ ସାହାଯ୍ୟରେ ଏହାକୁ ବ୍ୟବହାର କରି ଜବାବ ଦେବ ।    

ସୂଚନା ଅନୁଯାୟୀ, ୟୁକ୍ରେନ ସେନା ପୂର୍ବରୁ ଋଷକୁ ନିଜ କ୍ଷେତ୍ରରେ ଅଟକାଇବାକୁ ମିସାଇ ଚେଷ୍ଟା କରୁଥିଲା । ମାତ୍ର କିନ୍ତୁ ନିଜ ରଣନୀତି ବଦଳାଇ ଋଷ୍ ଉପରେ ଲମ୍ବା ଦୂରତା ବିଶିଷ୍ଟ ମିସାଇଲ ମାଡ଼ କରିବାକୁ ଯୋଜନା କରୁଛି । ମିଡିଆ ରିପୋର୍ଟ ମୁତାବକ, କିଛି ଦିନ ତଳେ ନାଟୋ ସଦସ୍ୟ ବ୍ରିଟେନ, ଋଷ୍ କ୍ଷେତ୍ରରେ ହମଲା ପାଇଁ ୟୁକ୍ରେନକୁ ଷ୍ଟର୍ମ ସ୍ୟାଡୋ କ୍ରୁଜ୍ ମିସାଇଲକୁ ବ୍ୟବହାର କରିବାକୁ ମଞ୍ଜୁରୀ ପ୍ରଦାନ କରିଛି ।

ଏବେ ଋଷ୍ କ୍ଷେତ୍ରରେ ଆକ୍ରମଣ ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଉପରେ ରୋକ୍ ଲାଗିଥିଲା । ମାତ୍ର ଏବେ ବ୍ରିଟେନ ତରଫରୁ ଷ୍ଟର୍ମ ସ୍ୟାଡୋ କ୍ରୁଜ୍ ମିସାଇଲକୁ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବା ପରେ ସ୍ଥିତି ବଦଳି ଯାଇଛି । ୟୁରୋପରେ ଏକ ବଡ଼ ଯୁଦ୍ଧ ଘନଉଛି ବୋଲି କୁହାଯାଇପାରେ । 

ଷ୍ଟର୍ମ ଶ୍ୟାଡୋ କ୍ରୁଜ୍ ହେଉଛି ଲମ୍ବା ଦୂରତା ବିଶିଷ୍ଟ ମିସାଇଲ । ଏହାକୁ ବ୍ରିଟେନ ଏବଂ ଫ୍ରାନ୍ସର ମିଳିତ ଉଦ୍ୟମରେ ତିଆରି ହୋଇଛି । ଏହାର ଲକ୍ଷଭେଦ କ୍ଷମତା ୫୦୦ କିଲୋମିଟର । ଏହାକୁ ପୂର୍ବରୁ ୟୁକ୍ରେନ ଯୁଦ୍ଧ ବିମାନରେ ଲେସ୍ କରାଯାଇଥିଲା । ବ୍ରିଟେନରେ ଏହାର ନାଁ ଷ୍ଟର୍ମ ସ୍ୟାଡୋ କ୍ରୁଜ୍ ମିସାଇଲ୍ ଏବଂ ଫ୍ରାନ୍ସରେ ଏହାର ନାଁ SCALP-EG ମିସାଇଲ୍ । ଏହି ମିସାଇଲ ଅତି ସହଜର  ଟାର୍ଗେଟକରୁ ହିଟ୍ କରି ପାରିବାର କ୍ଷମତା ରଖିଛି ।...