ଜାହ୍ନବୀଙ୍କ ସହ ରୋମାନ୍ସ କରିବେ ସିଦ୍ଧାର୍ଥ , ଫିଲ୍ମ ‘ପରମ ସୁନ୍ଦରୀ’ରେ ଆସିବେ ନଜର

ମୁମ୍ଵାଇ ୨୮।୧୦: ଅଭିନେତ୍ରୀଙ୍କ ସହ ମଧ୍ୟ ସ୍କ୍ରିନ୍‌ ସେୟାର କରିଛନ୍ତି । ଏବେ ତାଙ୍କୁ ନୂଆ କରି ଆଉ ଜଣେ ଅଭିନେତ୍ରୀଙ୍କ ସହ ଦେଖିବାକୁ ମିଳିବ । ସିଦ୍ଧାର୍ଥ ଏବଂ ଜାହ୍ନବୀ ପ୍ରଥମ କରି ପରସ୍ପରର ଅପୋଜିଟ୍‌ରେ ଫିଲ୍ମ ‘ପରମ ସୁନ୍ଦରୀ’ରେ  ଅଭିନୟ କରିବେ । ତୁଷାର ଜାଲୋଟା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଅଭିଷେକ  ବଚ୍ଚନଙ୍କ ଫିଲ୍ମ ‘ଦଶଭି’ର ନିର୍ଦ୍ଦେଶନା ମଧ୍ୟ ତୁଷାର ଦେଇଥିଲେ । ରିପୋର୍ଟ ଅନୁସାରେ, ସିଦ୍ଧାର୍ଥ ଏବଂ ଜାହ୍ନବୀଙ୍କୁ ନେଇ ଏକ   ଥ୍ରିଲର ଫିଲ୍ମ ନିର୍ମାଣ କରିବାର ଯୋଜନା ଥିଲା । କିନ୍ତୁ  ତାହାକୁ ଏବେ ରୋମାଣ୍ଟିକ୍‌ ଷ୍ଟୋରୀ କରାଯାଇଛି। ଭିନ୍ନ ଭିନ୍ନ ସଂସ୍କୃତିର ଦୁଇ ପୁଅଝିଅଙ୍କୁ ନେଇ  ‘ପରମ ସୁନ୍ଦରୀ’ର ଷ୍ଟୋରୀ ରହିଛି । ଏଥିରେ  ସିଦ୍ଧାର୍ଥଙ୍କୁ ଦିଲ୍ଲୀର ଜଣେ ଧନୀ ବ୍ୟବସାୟୀ  ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମ  କାହାଣୀରେ ଜାହ୍ନବୀ କେରଳର ଜଣେ ମଡର୍ଣ୍ଣ ଆର୍ଟିଷ୍ଟ ଭୂମିକାରେ ରହିବେ । ସିଦ୍ଧାର୍ଥ ଏଥିରେ  ଜାହ୍ନବୀଙ୍କ ପ୍ରେମରେ ପଡ଼ୁଛନ୍ତି । ଆସନ୍ତା  ଡିସେମ୍ବରରେ ଏହି ଫିଲ୍ମର ଶୁଟିଂ ଆରମ୍ଭ  ହେବ। ପ୍ରଥମେ ଫିଲ୍ମର କିଛି ଦୃଶ୍ୟ ଦିଲ୍ଲୀ  ଏବଂ କେରଳରେ ଶୁଟ୍‌ ହେବ । ପରେ  ମୁମ୍ବାଇ ଷ୍ଟୁଡିଓରେ ବାକି ଦୃଶ୍ୟଗୁଡ଼ିକ  ଶୁଟ୍‌ କରାଯିବ । ୨୦୨୫ ସୁଦ୍ଧା ଫିଲ୍ମ  ନିର୍ମାଣ ଶେଷ ହେବ ବୋଲି ଆଶା  କରାଯାଉଛି। ଉଭୟ ସିଦ୍ଧାର୍ଥ ଏବଂ  ଜାହ୍ନବୀଙ୍କ ଲୁକ୍‌ ଟେଷ୍ଟ ସରିଛି । କ୍ରିତି ସାନନ୍‌

ଜାହ୍ନବୀଙ୍କ ସହ ରୋମାନ୍ସ କରିବେ ସିଦ୍ଧାର୍ଥ , ଫିଲ୍ମ ‘ପରମ ସୁନ୍ଦରୀ’ରେ ଆସିବେ ନଜର

ମୁମ୍ଵାଇ ୨୮।୧୦: ଅଭିନେତ୍ରୀଙ୍କ ସହ ମଧ୍ୟ ସ୍କ୍ରିନ୍‌ ସେୟାର କରିଛନ୍ତି । ଏବେ ତାଙ୍କୁ ନୂଆ କରି ଆଉ ଜଣେ ଅଭିନେତ୍ରୀଙ୍କ ସହ ଦେଖିବାକୁ ମିଳିବ । ସିଦ୍ଧାର୍ଥ ଏବଂ ଜାହ୍ନବୀ ପ୍ରଥମ କରି ପରସ୍ପରର ଅପୋଜିଟ୍‌ରେ ଫିଲ୍ମ ‘ପରମ ସୁନ୍ଦରୀ’ରେ  ଅଭିନୟ କରିବେ । ତୁଷାର ଜାଲୋଟା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଅଭିଷେକ  ବଚ୍ଚନଙ୍କ ଫିଲ୍ମ ‘ଦଶଭି’ର ନିର୍ଦ୍ଦେଶନା ମଧ୍ୟ ତୁଷାର ଦେଇଥିଲେ । ରିପୋର୍ଟ ଅନୁସାରେ, ସିଦ୍ଧାର୍ଥ ଏବଂ ଜାହ୍ନବୀଙ୍କୁ ନେଇ ଏକ   ଥ୍ରିଲର ଫିଲ୍ମ ନିର୍ମାଣ କରିବାର ଯୋଜନା ଥିଲା । 

କିନ୍ତୁ  ତାହାକୁ ଏବେ ରୋମାଣ୍ଟିକ୍‌ ଷ୍ଟୋରୀ କରାଯାଇଛି। ଭିନ୍ନ ଭିନ୍ନ ସଂସ୍କୃତିର ଦୁଇ ପୁଅଝିଅଙ୍କୁ ନେଇ  ‘ପରମ ସୁନ୍ଦରୀ’ର ଷ୍ଟୋରୀ ରହିଛି । ଏଥିରେ  ସିଦ୍ଧାର୍ଥଙ୍କୁ ଦିଲ୍ଲୀର ଜଣେ ଧନୀ ବ୍ୟବସାୟୀ  ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମ  କାହାଣୀରେ ଜାହ୍ନବୀ କେରଳର ଜଣେ ମଡର୍ଣ୍ଣ ଆର୍ଟିଷ୍ଟ ଭୂମିକାରେ ରହିବେ । ସିଦ୍ଧାର୍ଥ ଏଥିରେ  ଜାହ୍ନବୀଙ୍କ ପ୍ରେମରେ ପଡ଼ୁଛନ୍ତି । ଆସନ୍ତା  ଡିସେମ୍ବରରେ ଏହି ଫିଲ୍ମର ଶୁଟିଂ ଆରମ୍ଭ  ହେବ। ପ୍ରଥମେ ଫିଲ୍ମର କିଛି ଦୃଶ୍ୟ ଦିଲ୍ଲୀ  ଏବଂ କେରଳରେ ଶୁଟ୍‌ ହେବ । ପରେ  ମୁମ୍ବାଇ ଷ୍ଟୁଡିଓରେ ବାକି ଦୃଶ୍ୟଗୁଡ଼ିକ  ଶୁଟ୍‌ କରାଯିବ । ୨୦୨୫ ସୁଦ୍ଧା ଫିଲ୍ମ  ନିର୍ମାଣ ଶେଷ ହେବ ବୋଲି ଆଶା  କରାଯାଉଛି। 

ଉଭୟ ସିଦ୍ଧାର୍ଥ ଏବଂ  ଜାହ୍ନବୀଙ୍କ ଲୁକ୍‌ ଟେଷ୍ଟ ସରିଛି । କ୍ରିତି ସାନନ୍‌ ଅଭିନୀତ ଫିଲ୍ମ  ‘ମିମି’ର ‘ପରମ ସୁନ୍ଦରୀ’  ଗୀତରୁ ଏହି ଫିଲ୍ମର ଟାଇଟଲ  ଆସିଥିବା କୁହାଯାଉଛି ।  ଫିଲ୍ମ ‘ପରମ ସୁନ୍ଦରୀ’ରେ  କ୍ରିତିଙ୍କୁ କିଛି ସମୟ ପାଇଁ  ଦେଖିବାକୁ ମିଳିପାରେ ।  ତେବେ ଏ ନେଇ ଫିଲ୍ମ  ନିର୍ମାତାଙ୍କ ପକ୍ଷରୁ  ଔପଚାରିକ ଭାବେ   କୌଣସି ଘୋଷଣା  କରାଯାଇନାହିଁ ।  ତେବେ ସିଦ୍ଧାର୍ଥ  ଏବଂ ଜାହ୍ନବୀଙ୍କ  ନୂଆ ଯୋଡ଼ିକୁ   ଦର୍ଶକେ ଗ୍ରହଣ  କରିବେ ବୋଲି  ଚଳଚ୍ଚିତ୍ର ନିର୍ମାତା  ଆଶା ରଖିଛନ୍ତି ।