ମନମୋହନଙ୍କୁ ନେଇ ଚର୍ଚ୍ଚା

ବନ୍ତ,୩୦।୩ (ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ପ୍ରାର୍ଥୀ ହେବା ନେଇ କର୍ମୀ ମହଲରେ ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନରେ ଭଣ୍ଡାରିପୋଖରୀରୁ ବିଜେଡି ପ୍ରାର୍ଥୀ ହୋଇ ବିଧାୟକ ହୋଇଥିବା ପ୍ରଫୁଲ୍ଲ ସାମଲଙ୍କୁ ଦଳ ଏଥର ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିବା ବେଳେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କୁ ଭଣ୍ଡାରିପୋଖରୀରେ ପ୍ରାର୍ଥୀ କରାଯାଇଛି। ଅଦ୍ୟାବଧି ଭାଜପା ଭଣ୍ଡାରିପୋଖରୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନ […] The post ମନମୋହନଙ୍କୁ ନେଇ ଚର୍ଚ୍ଚା appeared first on Dharitri Odia News.

ମନମୋହନଙ୍କୁ ନେଇ ଚର୍ଚ୍ଚା

ବନ୍ତ,୩୦।୩ (ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ପ୍ରାର୍ଥୀ ହେବା ନେଇ କର୍ମୀ ମହଲରେ ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନରେ ଭଣ୍ଡାରିପୋଖରୀରୁ ବିଜେଡି ପ୍ରାର୍ଥୀ ହୋଇ ବିଧାୟକ ହୋଇଥିବା ପ୍ରଫୁଲ୍ଲ ସାମଲଙ୍କୁ ଦଳ ଏଥର ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିବା ବେଳେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କୁ ଭଣ୍ଡାରିପୋଖରୀରେ ପ୍ରାର୍ଥୀ କରାଯାଇଛି। ଅଦ୍ୟାବଧି ଭାଜପା ଭଣ୍ଡାରିପୋଖରୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନ ଥିବାରୁ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଉଛି।
ଓ ବନ୍ତ ଅଞ୍ଚଳରେ ଚର୍ଚ୍ଚା ହେଉଛି ଯେ, ମନମୋହନ ପ୍ରାର୍ଥୀ ହେଲେ ଦଳ ଅନେକାଂଶରେ ସଫଳତା ପାଇବ। କାରଣ ୨୦୦୯ ସାଧାରଣ ନିର୍ବାଚନରେ ସେ ଏଠାରେ ଭାଜପାରୁ ପ୍ରାର୍ଥୀ ହୋଇ ୨୧ ହଜାର ୧୬୦ ଭୋଟ ପାଇ ୩ୟ ସ୍ଥାନରେ ଥିଲେ। ସେହି ନିର୍ବାଚନ ପରଠାରୁ ଭାଜପାର ଭୋଟ୍‌ ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ୨୦୧୪ ନିର୍ବାଚନରେ ଭାଜପାରୁ ବଦ୍ରି ନାରାୟଣ ଧଳ ୨୮ ହଜାର ୮୦୯ ଓ ୨୦୧୯ରେ ୩୯ ହଜାର ୧୪୧ ଭୋଟ୍‌ ପାଇ ୩ୟ ସ୍ଥାନରେ ଥିଲେ। ତେବେ ମନମୋହନ ଯଦି ଏଠାରେ ପ୍ରାର୍ଥୀ ନ ହୁଅନ୍ତି, ତେବେ ଦଳରୁ କିଏ ଟିକେଟ ପାଇବେ ତାହାକୁ ସମସ୍ତଙ୍କ ଅପେକ୍ଷା ରହିଛି। ସେଥିମଧ୍ୟରେ ବରିଷ୍ଠ ଭାଜପା ନେତା ତଥା ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକଙ୍କ ନାମ ଆଗରେ ରହିଛି। ସୁଧାଂଶୁଙ୍କ ସ୍ତ୍ରୀ ରେବତୀ ନାୟକ ବନ୍ତ ବ୍ଲକରେ ୨ ଥର ବ୍ଲକ ଅଧ୍ୟକ୍ଷା, ଥରେ ସମିତିସଭ୍ୟା ଓ ଥରେ ଜିଲା ପରିଷଦ ସଭ୍ୟା ରହିଥିଲେ। ସ୍ତ୍ରୀଙ୍କ ପ୍ରଚ୍ଛଦପଟରେ ରହି ସୁଧାଂଶୁ ବନ୍ତ ବ୍ଲକ ବିଜେଡିର ମଙ୍ଗ ଧରି ସବୁ କିଛି କରୁଥିଲେ। ୨୦୨୧ରେ ସେ ଅଧ୍ୟାପକ ଚାକିରିରୁ ଅବସର ନେବା ପରେ ପ୍ରତ୍ୟକ୍ଷ ରାଜନୀତିକୁ ଆସିଥିଲେ। ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବନ୍ତ ପଞ୍ଚାୟତରୁ ବିଜେଡି ସମର୍ଥତ୍ତ ସମିତିସଭ୍ୟ ପ୍ରାର୍ଥୀ ହୋଇଥିଲେ। ଅଳ୍ପ କେତେ ଖଣ୍ଡ ଭୋଟରେ ସେ ପରାଜିତ ହୋଇଥିଲେ। ଏହାର କିଛି ମାସ ପରେ ବିଜେଡି ତାଙ୍କୁ ଅଣଦେଖା କରିବା ଅଭିଯୋଗ କରି ସେ ଦଳ ବିରୋଧରେ ସ୍ବର ଉଠାଇଥିଲେ। ଫଳସ୍ବରୂପ ତାଙ୍କୁ ଦଳରୁ ନିଲମ୍ବିତ ହେବାକୁ ପଡ଼ିଥିଲା। ପରେ ସେ ଭାଜପାରେ ଯୋଗ ଦେଇ ବହୁ ସମର୍ଥକ ଓ ପଞ୍ଚାୟତସ୍ତରୀୟ କର୍ମୀମାନଙ୍କୁ ଦଳରେ ମିଶାଇବାରେ ସଫଳ ହୋଇଛନ୍ତି।
ଧରି ସଂଘ ପରିବାର ସହ ଜଡ଼ିତ ଅନ୍ୟତମ ଭାଜପା ନେତା ପଞ୍ଚାନନ ରାଉତ ଟିକେଟ ଦୌଡ଼ରେ ରହିଥିବା ଚର୍ଚ୍ଚା ହେଉଛି। ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ତାଙ୍କୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ସେହିପରି ଗତ ଦୁଇ ଥର ଭାଜପା ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ବଦ୍ରୀ ନାରାୟଣ ଧଳ ମଧ୍ୟ ଆଶାୟୀ ଅଛନ୍ତି। ସେ ସାଙ୍ଗଠନିକ ଦକ୍ଷତା ଦେଖାଇ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିଥିବାରୁ ତାଙ୍କୁ ନେଇ ମଧ୍ୟ ଆଲୋଚନା ହେଉଛି।

The post ମନମୋହନଙ୍କୁ ନେଇ ଚର୍ଚ୍ଚା appeared first on Dharitri Odia News.