କାହିଁକି ଡିଏଁ ଆଖି? କ’ଣ ରହିଛି କାରଣ
ଆଖି ଡେଇଁବାକୁ ନେଇ ଆମ ସମାଜରେ ଅନେକ କିଛି କଥା ଜଡିତ ଅଛି। କିଏ ଏହାକୁ ଶୁଭ ଅଶୁଭ ସହ ଯୋଡେ ତ କିଏ ଅମଙ୍ଗଳ ହେବାର ସଙ୍କେତ ଭାବେ ଗ୍ରହଣ କରେ। ତେବେ ପ୍ରକୃତରେ ଦେଖିବାକୁଗଲେ ଆଖି ଡେଇଁବା ଆମ ସ୍ବାସ୍ଥ୍ୟ ସହ ଜଡ଼ିତ। ବିଜ୍ଞାନ କହେ ମାଂସପେଶୀରେ ସଙ୍କୋଚନ ହେଲେ ଆଖି ଡେଇଁଥାଏ। ଆଖିର ନର୍ଭ ଆଖି ଡେଇଁବା ପଛର ବଡ଼ କାରଣ ହୋଇଥାଏ। ଆମର ଆଖିପତା ବହୁତ ସମ୍ବେଦନଶୀଳ। ତେଣୁ ନର୍ଭରେ କିଛି […] The post କାହିଁକି ଡିଏଁ ଆଖି? କ’ଣ ରହିଛି କାରଣ appeared first on Dharitri Odia News.
ଆଖି ଡେଇଁବାକୁ ନେଇ ଆମ ସମାଜରେ ଅନେକ କିଛି କଥା ଜଡିତ ଅଛି। କିଏ ଏହାକୁ ଶୁଭ ଅଶୁଭ ସହ ଯୋଡେ ତ କିଏ ଅମଙ୍ଗଳ ହେବାର ସଙ୍କେତ ଭାବେ ଗ୍ରହଣ କରେ। ତେବେ ପ୍ରକୃତରେ ଦେଖିବାକୁଗଲେ ଆଖି ଡେଇଁବା ଆମ ସ୍ବାସ୍ଥ୍ୟ ସହ ଜଡ଼ିତ। ବିଜ୍ଞାନ କହେ ମାଂସପେଶୀରେ ସଙ୍କୋଚନ ହେଲେ ଆଖି ଡେଇଁଥାଏ। ଆଖିର ନର୍ଭ ଆଖି ଡେଇଁବା ପଛର ବଡ଼ କାରଣ ହୋଇଥାଏ। ଆମର ଆଖିପତା ବହୁତ ସମ୍ବେଦନଶୀଳ। ତେଣୁ ନର୍ଭରେ କିଛି କାରଣରୁ ସୃଷ୍ଟି ହେଉଥିବା ସନ୍ସେସନ ଯୋଗୁ ଆଖି ପଲକ ଡେଇଁପାରେ। ସାଧାରଣତଃ ଆଖି ଡେଇଁବା ଆପେ ବନ୍ଦ ହେଇଯାଇଥାଏ। କିଛି ସେକେଣ୍ଡରୁ ଆରମ୍ଭ ହୋଇ ଦୁଇ ମିନିଟ ପର୍ଯ୍ୟନ୍ତ ବି ଏହା ହୁଏ। ଏମିତିରେ ଚିନ୍ତାର କିଛି ବିଷୟ ନ ଥାଏ। ତେବେ ବେଳେବେଳେ ଆଖି ଡେଇଁବା ଦୀର୍ଘ ସମୟ ଧରି ଜୋର୍ ଜୋର୍ ହୁଏ। ଏମିତିକି ଭଲରେ ଦେଖାଯାଏ ନାହିଁ। ଏଭଳି ସ୍ଥିତିକୁ ବ୍ଲେଫେରୋସ୍ପାଜ୍ମ କୁହାଯାଏ। ଏ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
ଆଜିର ମଣିଷର ଲାଇଫ୍ଷ୍ଟାଇଲ୍ ବି ଅନେକାଂଶରେ ଆଖି ଡ଼େଇଁବା ପଛର କାରଣ ହୋଇପାରେ। ଯେମିତିକି..
ଷ୍ଟ୍ରେସ୍ ବା ଚାପ: ଆଜିକାଲି ପ୍ରାୟ ସମସ୍ତେ ଷ୍ଟ୍ରେସ୍ରେ ରହୁଛନ୍ତି। ଆଉ ଶରୀର ଏହି ଷ୍ଟ୍ରେସ୍କୁ ରିଲିଜ କରିବା ଲାଗି କିଛି ଉପାୟ ଅବଲମ୍ବନ କରେ। ତନ୍ମଧ୍ୟରେ ଆଖି ଡେଇଁବା ବି ଗୋଟେ କାରଣ ହୋଇପାରେ। ଯଦ୍ୱାରା କି ବ୍ରେନ ଡାଇଭର୍ଟ ହୋଇ ଶରୀର ଷ୍ଟ୍ରେସ୍ରୁ ବାହାରିପାରେ।
ଅତ୍ୟଧିକ କ୍ୟାଫିନ୍ ସେବନ: ଅଧିକ ଚା’, କଫି ପିଇଲେ ଶରୀରରେ କ୍ୟାଫିନର ମାତ୍ରା ବଢିଯାଏ। କ୍ୟାଫିନ ଶରୀରରେ ମେଟାବୋଲିଜମ୍କୁ ବୁଷ୍ଟ କରେ, ହାର୍ଟ ରେଟ୍ ବଢାଏ, ମସଲ୍ସ ବା ମାଂସପେଶୀରେ ସମ୍ବେଦନଶୀଳତା ବଢାଇବା କାମ କରେ। ଏହି ମସଲ୍ଗୁଡିକ ଭିତରେ ଆଖିର ମସଲ୍ସ ବି ଥାଇପାରେ ଯାହା ଆଖିର ନର୍ଭ ସହ ଆଟାଚ୍ ହୋଇଥାଏ। ଏହି ମସ୍ଲ୍ସ ସମ୍ବେଦଶୀନ ହେବାଯୋଗୁ ଆଖି ଡେଇଁଥାଏ।
ଆଲକହଲ୍: ଆଲକହଲ ବି କ୍ୟାଫିନ୍ ପରି ଆଖି ପଲକର ସନସେସନ୍ର କାରଣ ହୋଇପାରେ। ଯଦି ଆଖି ଡେଇଁବା ସମସ୍ୟା ଲଗାତାର ହେଉଥାଏ ତେବେ ଆଲକହଲ ଉପରେ ତୁରନ୍ତ ନିୟନ୍ତ୍ରଣ ଆଣିବା ଜରୁରୀ।ଏହାବାଦ ଆଖି ଡେଇଁବା ସମସ୍ୟା ଆଖି ସହ ଜଡ଼ିତ କିଛି ସ୍ବାସ୍ଥ୍ୟ ସମସ୍ୟାର କାରଣ ସ୍ବରୂପ ବି ହୋଇପାରେ। ଯେମିତିକି ଆଖିରେ ଆଲର୍ଜି ହୋଇଥିବା, ଆଖି ଅଧିକ ଥକିଥିବା, ଆଖି ସୁଷ୍କ ହେବା ଆଦି। ଯଦି ଏହାମଧ୍ୟରୁ କିଛି ବି ଆଖି ସମସ୍ୟା ଥାଏ, ତେବେ ଉପଚାର କରାଇଲେ ଆଖି ଡେଇଁବା ସମସ୍ୟା ଦୂରେଇ ଯିବ। ଆଉ ଯଦି ଅଧିକାଂଶ ସମୟ ଆଖି ଡେଉଁଥାଏ ଏହାଯୋଗୁ ଦୃଷ୍ଟିଶକ୍ତି ଦୁର୍ବଳ ହୋଇପାରେ ଓ ଦେଖିବାରେ ଅସୁବିଧା ସୃଷ୍ଟି ହୋଇପାରେ।
The post କାହିଁକି ଡିଏଁ ଆଖି? କ’ଣ ରହିଛି କାରଣ appeared first on Dharitri Odia News.