ହେଲଦି ଡ୍ରିଙ୍କ୍ସ ଶ୍ରେଣୀରୁ ହଟିଲା Bournvita , ସରକାର ଦେଲେ କଡ଼ା ଚେତାବନୀ

ନୂଆଦିଲ୍ଲୀ,୧୩।୪: ଉଦ୍ୟୋଗ ମନ୍ତ୍ରଣାଳୟ ଇ-ବାଣିଜ୍ୟ କମ୍ପାନୀମାନଙ୍କୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ Bournvita ଏବଂ ଅନ୍ୟାନ୍ୟ ପାନୀୟକୁ ହେଲଦି ଡ୍ରିଙ୍କ୍‌ ଶ୍ରେଣୀରୁ ହଟାଇ ଦେଇଛି। ନ୍ୟାଶନାଲ କମିଶନ ଫର ପ୍ରୋଟେକସନ ଅଫ ଚାଇଲ୍ସ ରାଇଟ (ଏନସିପିସିଆର) ଦ୍ୱାରା ହେଲଦି ଡ୍‌ରିଙ୍କ୍ସ ଉପରେ ପରୀକ୍ଷା କରାଯାଇ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କହିରଖୁଛୁ କି, NCPCR ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ, କୌଣସି ହେଲଦି ଡ୍ରିଙ୍କ୍ସରେ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଅନୁଯାୟୀ କୌଣସି ପୋଷକ […] The post ହେଲଦି ଡ୍ରିଙ୍କ୍ସ ଶ୍ରେଣୀରୁ ହଟିଲା Bournvita , ସରକାର ଦେଲେ କଡ଼ା ଚେତାବନୀ appeared first on Dharitri Odia News.

ହେଲଦି ଡ୍ରିଙ୍କ୍ସ ଶ୍ରେଣୀରୁ ହଟିଲା Bournvita , ସରକାର ଦେଲେ କଡ଼ା ଚେତାବନୀ

ନୂଆଦିଲ୍ଲୀ,୧୩।୪: ଉଦ୍ୟୋଗ ମନ୍ତ୍ରଣାଳୟ ଇ-ବାଣିଜ୍ୟ କମ୍ପାନୀମାନଙ୍କୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ Bournvita ଏବଂ ଅନ୍ୟାନ୍ୟ ପାନୀୟକୁ ହେଲଦି ଡ୍ରିଙ୍କ୍‌ ଶ୍ରେଣୀରୁ ହଟାଇ ଦେଇଛି। ନ୍ୟାଶନାଲ କମିଶନ ଫର ପ୍ରୋଟେକସନ ଅଫ ଚାଇଲ୍ସ ରାଇଟ (ଏନସିପିସିଆର) ଦ୍ୱାରା ହେଲଦି ଡ୍‌ରିଙ୍କ୍ସ ଉପରେ ପରୀକ୍ଷା କରାଯାଇ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କହିରଖୁଛୁ କି, NCPCR ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ, କୌଣସି ହେଲଦି ଡ୍ରିଙ୍କ୍ସରେ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଅନୁଯାୟୀ କୌଣସି ପୋଷକ ତତ୍ତ୍ୱ ନାହିଁ।

ଏହାପୂର୍ବରୁ ଏପ୍ରିଲ ପ୍ରାରମ୍ଭରେ, ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ସମସ୍ତ ଇ-ବାଣିଜ୍ୟ (FBO) କୁ ନିଜ ୱେବସାଇଟରେ ବିକ୍ରି ହେଉଥିବା ସମସ୍ତ ଖାଦ୍ୟ ପଦାର୍ଥର ସଠିକ ମାନକ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲା। FSSAI ଆକ୍ଟ ୨୦୦୬, ନିୟମ ଅନୁଯାୟୀ ସ୍ବାସ୍ଥ୍ୟ ପାନୀୟର କୌଣସି ସରକାରୀ ପରିଭାଷା ନାହିଁ। ଏପରି କରି ଏହାର ମାନକକୁ ଗ୍ରହଣ କରାଯିବ ନାହିଁ।

The post ହେଲଦି ଡ୍ରିଙ୍କ୍ସ ଶ୍ରେଣୀରୁ ହଟିଲା Bournvita , ସରକାର ଦେଲେ କଡ଼ା ଚେତାବନୀ appeared first on Dharitri Odia News.