ଇତିହାସରୁ ଗୋଟିଏ ପାଦ ଦୂରରେ
ଚାଟେରକ୍ସ,୩ା୮: ଭାରତୀୟ ଶୁଟିଂ ସେନ୍ସେସନ୍ ମନୁ ଭାକର ଇତିହାସ ରଚିବାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି। ଶୁକ୍ରବାର ମନୁ ୨୫ ମିଟର ସ୍ପୋଟର୍ସ ପିସ୍ତଲ ଇଭେଣ୍ଟର ଫାଇନାଲରେ ପହଞ୍ଚିବା ସହ ଗୋଟିଏ ସଂସ୍କରଣରେ ତୃତୀୟ ପଦକ ଜିତିବାର ନିକଟତର ହୋଇଛନ୍ତି। ୨୨ ବର୍ଷୀୟା ମନୁ ପୂର୍ବରୁ ୧୦ ମିଟର ପିସ୍ତଲ ମହିଳା ଓ ମିକ୍ସଡ ଟିମ୍ ଇଭେଣ୍ଟରେ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ହାସଲ କରି ସାରିଛନ୍ତି। ଶୁକ୍ରବାର ମନୁ ୫୯୦ ପଏଣ୍ଟ ସହ ଦ୍ୱିତୀୟ […] The post ଇତିହାସରୁ ଗୋଟିଏ ପାଦ ଦୂରରେ appeared first on Dharitri Odia News.
ଚାଟେରକ୍ସ,୩ା୮: ଭାରତୀୟ ଶୁଟିଂ ସେନ୍ସେସନ୍ ମନୁ ଭାକର ଇତିହାସ ରଚିବାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି। ଶୁକ୍ରବାର ମନୁ ୨୫ ମିଟର ସ୍ପୋଟର୍ସ ପିସ୍ତଲ ଇଭେଣ୍ଟର ଫାଇନାଲରେ ପହଞ୍ଚିବା ସହ ଗୋଟିଏ ସଂସ୍କରଣରେ ତୃତୀୟ ପଦକ ଜିତିବାର ନିକଟତର ହୋଇଛନ୍ତି। ୨୨ ବର୍ଷୀୟା ମନୁ ପୂର୍ବରୁ ୧୦ ମିଟର ପିସ୍ତଲ ମହିଳା ଓ ମିକ୍ସଡ ଟିମ୍ ଇଭେଣ୍ଟରେ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ହାସଲ କରି ସାରିଛନ୍ତି। ଶୁକ୍ରବାର ମନୁ ୫୯୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ମନୁ ପ୍ରିସିସନ୍ ରାଉଣ୍ଡରେ ୨୯୪ ପଏଣ୍ଟ ସ୍କୋର କରିଥିବା ବେଳେ ର଼୍ୟାପିଡ୍ ରାଉଣ୍ଡରେ ୨୯୬ ପଏଣ୍ଟ ସ୍କୋର କରିଥିଲେ। ଏହି ଇଭେଣ୍ଟରେ ହଙ୍ଗେରୀର ଭେରୋନିକା ମେଜର ମୋଟ ୫୯୨ (୨୯୪+୨୯୮) ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନରେ ରହିଥିଲେ। ଭେରୋନିକା ଏହା ସହ ଅଲିମ୍ପିକ୍ସରେ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି। ଅନ୍ୟତମ ଭାରତୀୟ ଇଶା ସିଂ ଦଶମ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିଲେ।
ଭାରତୀୟ ରୋୟର ବଲରାଜ ପନଓ୍ବର ୨୩ ତମ ସ୍ଥାନରେ ରହି ଅଲିମ୍ପିକ୍ସରେ ଅଭିଯାନ ଶେଷ କରିଛନ୍ତି। ହରିୟାଣାର ୨୫ ବର୍ଷୀୟ ଯୁବକ ଶୁକ୍ରବାର ୧୯-୨୪ତମ ପ୍ଲେ ଅଫ୍ରେ ମୁକାବିଲା କରୁଥିଲେ। ଚଳିତ ଗେମ୍ସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହିତ ବଲରାଜ ୭:୦୨.୩୭ ସେକେଣ୍ଡର ଟାଇମିଂ ହାସଲ କରିଥିଲେ। ରିପିଚେଜ୍ ରାଉଣ୍ଡରେ ବିଜୟ ଆଧାରରେ ବଲରାଜ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ତେବେ ପଞ୍ଚମ ସ୍ଥାନରେ ରହି ସେ ମେଡାଲ ଦୌଡ଼ରୁ ବାଦ ପଡ଼ିଥିଲେ।
The post ଇତିହାସରୁ ଗୋଟିଏ ପାଦ ଦୂରରେ appeared first on Dharitri Odia News.