ରାଜ୍ୟପାଳଙ୍କ ସହ ଭେଟଘାଟ ସମୟରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ: ଭେଙ୍କୟା
ଭୁବନେଶ୍ୱର, ୫।୧୦(ସୁନିତ୍ ମିଶ୍ର):ନିକଟରେ ଓଡ଼ିଶା ରାଜଭବନରେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପହଞ୍ଚି ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜଭବନ ଯାଇ ସେମାନଙ୍କୁ ସାକ୍ଷାତ କରିଥିଲେ। ଏହି ଭେଟଘାଟକୁ ନେଇ ରାଜନୈତିକ ଚର୍ଚ୍ଚା ଚାଲିଛି। ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ଓ୍ବାର୍ ରୁମ୍ ପାଲଟିଥିବା ବିଜେଡି ଅଭିଯୋଗ କରିବା ପରେ ଶୁକ୍ରବାର ପୂର୍ବତନ ଉପରାଷ୍ଟ୍ରପତିଙ୍କ ଅଫିସ୍ ପକ୍ଷରୁ ବିବୃତି ଜାରି […] The post ରାଜ୍ୟପାଳଙ୍କ ସହ ଭେଟଘାଟ ସମୟରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ: ଭେଙ୍କୟା appeared first on Dharitri Odia News.
ଭୁବନେଶ୍ୱର, ୫।୧୦(ସୁନିତ୍ ମିଶ୍ର):ନିକଟରେ ଓଡ଼ିଶା ରାଜଭବନରେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପହଞ୍ଚି ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜଭବନ ଯାଇ ସେମାନଙ୍କୁ ସାକ୍ଷାତ କରିଥିଲେ। ଏହି ଭେଟଘାଟକୁ ନେଇ ରାଜନୈତିକ ଚର୍ଚ୍ଚା ଚାଲିଛି। ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ଓ୍ବାର୍ ରୁମ୍ ପାଲଟିଥିବା ବିଜେଡି ଅଭିଯୋଗ କରିବା ପରେ ଶୁକ୍ରବାର ପୂର୍ବତନ ଉପରାଷ୍ଟ୍ରପତିଙ୍କ ଅଫିସ୍ ପକ୍ଷରୁ ବିବୃତି ଜାରି କରାଯାଇଛି। ଭେଙ୍କୟାଙ୍କ ଅଫିସ୍ ପକ୍ଷରୁ କୁହାଯାଇଛି, ଓଡ଼ିଶା ରାଜ୍ୟପାଳଙ୍କ ସହ ଏହି ଭେଟଘାଟ ସମୟରେ କୌଣସି ରାଜନୈତିକ ବିଷୟରେ ଆଲୋଚନା ହୋଇନାହିଁ। ଅନ୍ୟପକ୍ଷରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏହି ପ୍ରସଙ୍ଗରେ କହିଛନ୍ତି, ରାଜଭବନକୁ ରାଜନୀତି ଭିତକୁ ଟଣା ନ ଯାଉ। ସାରା ଓଡ଼ିଶା ରାଜନୀତି କରିବା ପାଇଁ ପଡ଼ିଛି ହେଲେ ରାଜଭବନକୁ ଏଥିରେ ସାମିଲ କରା ନ ଯାଉ ବୋଲି ସେ କହିଛନ୍ତି। ସୂଚନାଥାଉ କି ଓଡ଼ିଶା ରାଜ୍ୟପାଳ ତଥା ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ସକ୍ରିୟ ରାଜନୀତିକୁ ଫେରିବା ନେଇ ଚର୍ଚ୍ଚା ଚାଲିଛି।
The post ରାଜ୍ୟପାଳଙ୍କ ସହ ଭେଟଘାଟ ସମୟରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ: ଭେଙ୍କୟା appeared first on Dharitri Odia News.