ସ୍ତ୍ରୀଙ୍କ ପାଇଁ ଇମୋଶନାଲ୍‌ ନୋଟ୍‌ ଲେଖିଲେ ବିରାଟ କୋହଲି

ବାର୍ବାଡୋସ୍‌,୧।୭: ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ଚାମ୍ପିଅନ୍‌ ହୋଇଛି। ବିରାଟ କୋହଲି ସମଗ୍ର ସିରିଜରେ ତାଙ୍କ ଫର୍ମ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଫାଇନାଲ ମ୍ୟାଚରେ ୭୬ ରନ କରି ଦଳକୁ ଚାମ୍ପିଅନ୍‌ କରାଇବାରେ ବଡ଼ ଭୂମିକା ନିଭାଇ ଥିଲେ। ମ୍ୟାଚର ବିଜୟ ପରେ ବିରାଟ କୋହଲି ଭାବପ୍ରବଣ ହୋଇ ପଡ଼ିଆରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଥିଲେ। ଏହି ବିଜୟ ପରେ ବିରାଟ କୋହଲି […] The post ସ୍ତ୍ରୀଙ୍କ ପାଇଁ ଇମୋଶନାଲ୍‌ ନୋଟ୍‌ ଲେଖିଲେ ବିରାଟ କୋହଲି appeared first on Dharitri Odia News.

ସ୍ତ୍ରୀଙ୍କ ପାଇଁ ଇମୋଶନାଲ୍‌ ନୋଟ୍‌ ଲେଖିଲେ ବିରାଟ କୋହଲି

ବାର୍ବାଡୋସ୍‌,୧।୭: ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ଚାମ୍ପିଅନ୍‌ ହୋଇଛି। ବିରାଟ କୋହଲି ସମଗ୍ର ସିରିଜରେ ତାଙ୍କ ଫର୍ମ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଫାଇନାଲ ମ୍ୟାଚରେ ୭୬ ରନ କରି ଦଳକୁ ଚାମ୍ପିଅନ୍‌ କରାଇବାରେ ବଡ଼ ଭୂମିକା ନିଭାଇ ଥିଲେ।
ମ୍ୟାଚର ବିଜୟ ପରେ ବିରାଟ କୋହଲି ଭାବପ୍ରବଣ ହୋଇ ପଡ଼ିଆରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଥିଲେ। ଏହି ବିଜୟ ପରେ ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କାଙ୍କୁ ଭିଡିଓ କଲ କରିଥିଲେ। ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ ପ୍ରେମ ବର୍ଷା ମଧ୍ୟ କରିଛନ୍ତି।
ବିରାଟ କୋହଲିଙ୍କ ସହ ବିବାହ ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ସେ ପ୍ରତ୍ୟେକ ମ୍ୟାଚ୍‌ରେ ତାଙ୍କ ସହ ଅଛନ୍ତି। ତେବେ ଏହି ଫାଇନାଲ ମ୍ୟାଚରେ ଅଭିନେତ୍ରୀଙ୍କୁ ପଡିଆରେ ଦେଖିବାକୁ ମିଳି ନ ଥିଲା। ଅନୁଷ୍କାଙ୍କ ସହ ଫଟୋ ଶେୟାର କରି କୋହଲି କ୍ୟାପସନରେ ଲେଖିଛନ୍ତି – ମାଇ ଲଭ୍‌, ତୁମ ବିନା ଏସବୁ ସମ୍ଭବ ହୋଇପାରି ନ ଥାନ୍ତା। ତୁମେ ମୋତେ ନମ୍ର ରଖିବା ଶିଖାଇଛ। ଏହି ବିଜୟ ଯେତିକି ମୋର, ସେତିକି ତୁମର। ଧନ୍ୟବାଦ। ତୁମେ ଯେମିତି, ସେମିତି ସବୁବେଳେ ରହୁଥିବାରୁ ମୁଁ ତୁମକୁ ଭଲ ପାଏ।

 

View this post on Instagram

 

A post shared by Virat Kohli (@virat.kohli)

 

The post ସ୍ତ୍ରୀଙ୍କ ପାଇଁ ଇମୋଶନାଲ୍‌ ନୋଟ୍‌ ଲେଖିଲେ ବିରାଟ କୋହଲି appeared first on Dharitri Odia News.