ରାମଲାଲାଙ୍କ ଦର୍ଶନ କଲେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ୍ ଖାନ୍; କହିଲେ ଏମିତି
ଅଯୋଧ୍ୟା,୯।୫: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ବୁଧବାର ଅଯୋଧ୍ୟା ରାମ ମନ୍ଦିର ଗସ୍ତ କରିଛନ୍ତି। ଏହାକୁ ସେ ଶାନ୍ତିର ସ୍ଥାନ ବୋଲି କହିଛନ୍ତି। ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସେ ଦୁଇ ଥର ମନ୍ଦିରକୁ ଆସିଥିଲେ। ବହରାଇଚରେ ରହୁଥିବାରୁ ପ୍ରାୟତଃ ରାମଲାଲାଙ୍କ ଦର୍ଶନ କରିବାକୁ ସେ ଚାଲି ଆସୁଥିବା ପ୍ରତିକ୍ରିୟାରେ ଦେଇଛନ୍ତି। ଆରିଫ ମହମ୍ମଦ କହିଛନ୍ତି, ଆଜି ପ୍ରତିଟି ଦେଶ ପାଖରେ ଏତେ ପରମାଣୁ ବୋମା ଅଛି ଯେ ଦୁନିଆକୁ ଧ୍ୱଂସ କରିବାକୁ ଯଥେଷ୍ଟ। […] The post ରାମଲାଲାଙ୍କ ଦର୍ଶନ କଲେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ୍ ଖାନ୍; କହିଲେ ଏମିତି appeared first on Dharitri Odia News.
ଅଯୋଧ୍ୟା,୯।୫: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ବୁଧବାର ଅଯୋଧ୍ୟା ରାମ ମନ୍ଦିର ଗସ୍ତ କରିଛନ୍ତି। ଏହାକୁ ସେ ଶାନ୍ତିର ସ୍ଥାନ ବୋଲି କହିଛନ୍ତି। ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସେ ଦୁଇ ଥର ମନ୍ଦିରକୁ ଆସିଥିଲେ। ବହରାଇଚରେ ରହୁଥିବାରୁ ପ୍ରାୟତଃ ରାମଲାଲାଙ୍କ ଦର୍ଶନ କରିବାକୁ ସେ ଚାଲି ଆସୁଥିବା ପ୍ରତିକ୍ରିୟାରେ ଦେଇଛନ୍ତି।
ଆରିଫ ମହମ୍ମଦ କହିଛନ୍ତି, ଆଜି ପ୍ରତିଟି ଦେଶ ପାଖରେ ଏତେ ପରମାଣୁ ବୋମା ଅଛି ଯେ ଦୁନିଆକୁ ଧ୍ୱଂସ କରିବାକୁ ଯଥେଷ୍ଟ। ବିଶ୍ୱ ଏବେ ଅନେକ ଭାଗରେ ବିଭକ୍ତ। ଏଣୁ ବିଶ୍ୱକୁ ଏକତା ସ୍ବରରେ ବାନ୍ଧି ରଖିବା ଲାଗି ଗୋଟିଏ ବାର୍ତ୍ତାର ଆବଶ୍ୟକତା ରହିଛି। ଏହା ବ୍ୟତିତ ସେ ଭଗବତ ଗୀତା ବିଷୟରେ ସେ ଉଲ୍ଲେଖ ଦେଇ ଭଗବାନ ରାମ ଆମର ଆବଶ୍ୟକତା ବୋଲି କହିଛନ୍ତି। ଏହାଦ୍ୱାରା ଆମେ ଆଗାମୀ ପିଢ଼ୀର ଚରିତ୍ର ନିର୍ମାଣ କରିପାରିବେ ବୋଲି ସେ କହିଛନ୍ତି।
The post ରାମଲାଲାଙ୍କ ଦର୍ଶନ କଲେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ୍ ଖାନ୍; କହିଲେ ଏମିତି appeared first on Dharitri Odia News.