ଟିକାବାଲି ଅଞ୍ଚଳରେ ଚାଞ୍ଚଲ୍ୟ, ବିଲ ଭିତରେ ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର
ଫୁଲବାଣୀ, ୨୫।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ତାଙ୍କ ମୁଣ୍ଡ କାଟି ନେଇ ପଳେଇଛନ୍ତି। ମୃତ ଯୁବକ ହେଲେ ବଡ଼ିମୁଣ୍ଡା ଅଞ୍ଚଳର ବରସାହିର ପବିତ୍ର ପ୍ରଧାନ (୪୫)। ମିଳିଥିବା ସୂଚନା ଅନୁସାରେ ସୋମବାର ମଧ୍ୟାହ୍ନ ୧୨ଟା ବେଳେ ଛେଳି ଚରାଇବା ପାଇଁ ନିକଟସୁ ନଦୀକୂଳକୁ ଯାଇଥିଲେ। ସଂଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘରଲୋକ ଖୋଜାଖୋଜି କରିଥିଲେ। ଏହି ସମୟରେ ନଦୀ ପାଖ ଏକ ବିଲ […] The post ଟିକାବାଲି ଅଞ୍ଚଳରେ ଚାଞ୍ଚଲ୍ୟ, ବିଲ ଭିତରେ ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର appeared first on Dharitri Odia News.
ଫୁଲବାଣୀ, ୨୫।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ତାଙ୍କ ମୁଣ୍ଡ କାଟି ନେଇ ପଳେଇଛନ୍ତି। ମୃତ ଯୁବକ ହେଲେ ବଡ଼ିମୁଣ୍ଡା ଅଞ୍ଚଳର ବରସାହିର ପବିତ୍ର ପ୍ରଧାନ (୪୫)।
ମିଳିଥିବା ସୂଚନା ଅନୁସାରେ ସୋମବାର ମଧ୍ୟାହ୍ନ ୧୨ଟା ବେଳେ ଛେଳି ଚରାଇବା ପାଇଁ ନିକଟସୁ ନଦୀକୂଳକୁ ଯାଇଥିଲେ। ସଂଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘରଲୋକ ଖୋଜାଖୋଜି କରିଥିଲେ। ଏହି ସମୟରେ ନଦୀ ପାଖ ଏକ ବିଲ ଭିତରେ ପବିତ୍ରଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିବା ଦେଖୁବାକୁ ମିଳିଥିଲା। ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ମିଳି ପାରିନାହିଁ । ଗୁଣିଗାରେଡ଼ିକୁ ନେଇ ଏଭଳି ଘଟି ଥାଇପାରେ ବୋଲି ଆଲୋଚନା ଚାଲିଥିବା ବେଳେ ତଦନ୍ତ ପରେ ଯାହା କିଛି କହିହେବ ବୋଲି ଏସଆଇ ରବୀନ୍ଦ୍ର ହେମ୍ବ୍ରମ କହିଛନ୍ତି। ପବିତ୍ର ଜଣେ କୃଷକ। ତାଙ୍କର ଗୋଟିଏ ଝିଅ ଏବଂ ଦୁଇ ପୁଅ ଅଛନ୍ତି। କୌଣସି ବ୍ୟକ୍ତି ସହିତ ତାଙ୍କର ଶତ୍ରୁତା ନ ଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ଏହି ଘଟଣା ଟିକାବାଲି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
The post ଟିକାବାଲି ଅଞ୍ଚଳରେ ଚାଞ୍ଚଲ୍ୟ, ବିଲ ଭିତରେ ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର appeared first on Dharitri Odia News.