ଆସନ୍ତା ମାସରେ ରେଳରୋକୋ କରିବ ଯାତ୍ରୀ ସୁରକ୍ଷା କମିଟି

ରୁପ୍ରାରୋଡ୍‌,୧୯ା୪(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ରୁପ୍ରାରୋଡ୍‌ ରେଳଯାତ୍ରା ସୁରକ୍ଷା କମିଟି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆସନ୍ତା ତା-୬.୫.୨୫ରେ ରୁପ୍ରାରୋଡ୍‌ରେ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ର ପ୍ରଦାନ ଶୁକ୍ରବାର ସନ୍ଧ୍ୟାରେ ପ୍ରଦାନ କରିଛନ୍ତି। ସୂଚନା ମୁତାବକ ରୁପ୍ରାରୋଡ୍‌ ରେଳଷ୍ଟେଶନରେ ରହିଆସିଥିବା ଟ୍ରେନ୍‌ଗୁଡ଼ିକ ଲକ୍‌ଡାଉନ୍‌ ସମୟରେ ଯାହାକି ୩୦ ଏପ୍ରିଲ ୨୦୨୦ରୁ ବନ୍ଦ ହୋଇ ଯାଇଥିବା ବେଳେ ଜୁଲାଇ ୨୦୨୦ ରେ ପୁଣି ସମସ୍ତ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଆଜକୁ ପ୍ରାୟ ୪ ବର୍ଷ ହେବ […] The post ଆସନ୍ତା ମାସରେ ରେଳରୋକୋ କରିବ ଯାତ୍ରୀ ସୁରକ୍ଷା କମିଟି appeared first on Dharitri Odia News.

ଆସନ୍ତା ମାସରେ ରେଳରୋକୋ କରିବ ଯାତ୍ରୀ ସୁରକ୍ଷା କମିଟି

ରୁପ୍ରାରୋଡ୍‌,୧୯ା୪(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ରୁପ୍ରାରୋଡ୍‌ ରେଳଯାତ୍ରା ସୁରକ୍ଷା କମିଟି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆସନ୍ତା ତା-୬.୫.୨୫ରେ ରୁପ୍ରାରୋଡ୍‌ରେ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ର ପ୍ରଦାନ ଶୁକ୍ରବାର ସନ୍ଧ୍ୟାରେ ପ୍ରଦାନ କରିଛନ୍ତି।

ସୂଚନା ମୁତାବକ ରୁପ୍ରାରୋଡ୍‌ ରେଳଷ୍ଟେଶନରେ ରହିଆସିଥିବା ଟ୍ରେନ୍‌ଗୁଡ଼ିକ ଲକ୍‌ଡାଉନ୍‌ ସମୟରେ ଯାହାକି ୩୦ ଏପ୍ରିଲ ୨୦୨୦ରୁ ବନ୍ଦ ହୋଇ ଯାଇଥିବା ବେଳେ ଜୁଲାଇ ୨୦୨୦ ରେ ପୁଣି ସମସ୍ତ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଆଜକୁ ପ୍ରାୟ ୪ ବର୍ଷ ହେବ ରୁପ୍ରାରୋଡ୍‌ ଷ୍ଟେଶନରେ ରହିଆସିଥିବା ଟ୍ରେନଗୁଡ଼ିକ ଆଉ ରହିଲା ନାହିଁ। ଯାହା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏହି ଅସୁବିଧା ଦୂର କରିବା ପାଇଁ ସମଗ୍ର ଅଞ୍ଚଳବାସୀ ବିଭାଗୀୟ ଅଧିକାରୀମାନଙ୍କୁ ତଥା ରେଳମନ୍ତ୍ରୀ ଓ ନେତାଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି। ହେଲେ କୌଣସି ସୁଫଳ ନ ମିଳିବାରୁ ରୁପ୍ରାରୋଡ୍‌ ରେଳ ଯାତ୍ରୀ ସୁରକ୍ଷା କମିଟି ସ୍ଥାନୀୟ ଦେବସର ମନ୍ଦିରରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ରାଲି କରି ସଭାପତି ସୁଭାଷ ଅଗ୍ରଓ୍ବାଲ ଓ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଷ୍ଟେଶନମାଷ୍ଟରଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।

The post ଆସନ୍ତା ମାସରେ ରେଳରୋକୋ କରିବ ଯାତ୍ରୀ ସୁରକ୍ଷା କମିଟି appeared first on Dharitri Odia News.