ଜଳକଷ୍ଟ ଭୋଗୁଛନ୍ତି ପୋଡ଼ାପଦରବାସୀ: ନାଳପାଣି ସାହା

ଥୁଆମୂଳ ରାମପୁର,୨୧ା୫ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ପୋଡ଼ାପଦର ପଞ୍ଚାୟତର ପୋଡ଼ାପଦର ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପୋଡାପଦର ଗ୍ରାମରେ ୧୫ ଆଦିବାସୀ ପରିବାର ରହିଥିବାବେଳେ ଗୋଟିଏ ନଳକୂପ ରହିଛି। ହେଲେ ଏହା ଅନେକ ଦିନରୁ ଅଚଳ ହୋଇପଡିଛି। ଫଳରେ ଆଦିବାସୀ ପରିବାର ଖରା ବର୍ଷା ଶୀତରେ ନାଳପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରିଆସୁଛନ୍ତି। ସ୍ନାନ ଶୌଚଠୁ ଆରମ୍ଭକରି ପିଇବା […] The post ଜଳକଷ୍ଟ ଭୋଗୁଛନ୍ତି ପୋଡ଼ାପଦରବାସୀ: ନାଳପାଣି ସାହା appeared first on Dharitri Odia News.

ଜଳକଷ୍ଟ ଭୋଗୁଛନ୍ତି ପୋଡ଼ାପଦରବାସୀ: ନାଳପାଣି ସାହା

ଥୁଆମୂଳ ରାମପୁର,୨୧ା୫ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ପୋଡ଼ାପଦର ପଞ୍ଚାୟତର ପୋଡ଼ାପଦର ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପୋଡାପଦର ଗ୍ରାମରେ ୧୫ ଆଦିବାସୀ ପରିବାର ରହିଥିବାବେଳେ ଗୋଟିଏ ନଳକୂପ ରହିଛି। ହେଲେ ଏହା ଅନେକ ଦିନରୁ ଅଚଳ ହୋଇପଡିଛି। ଫଳରେ ଆଦିବାସୀ ପରିବାର ଖରା ବର୍ଷା ଶୀତରେ ନାଳପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରିଆସୁଛନ୍ତି। ସ୍ନାନ ଶୌଚଠୁ ଆରମ୍ଭକରି ପିଇବା ପର୍ଯ୍ୟନ୍ତ ଏହି ନାଳପାଣି ହିଁ ସେମାନଙ୍କ ଭରସା ହୋଇଛି। ଗାଁରେ ମେଗା ପାନୀୟଜଳ ପ୍ରକଳ୍ପ ସ୍ଥାପନ ପାଇଁ ଘରେ ପାଇପ୍‌ ସଂଯୋଗ କରାଯାଇଥିଲେ ବି ତାହା କାର୍ଯ୍ୟକ୍ଷମ ହୋଇନାହିଁ। ଗାଁଠୁ ୨ କି.ମି. ପରିଧି ଭିତରେ କୌଣସି ସରକାରୀ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ନାହିଁ। ଏ ନେଇ ଗ୍ରାମବାସୀ ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ନ ଥିବା କହିଛନ୍ତି। ଗ୍ରୀଷ୍ମପ୍ରବାହ ଜାରି ରହିଥିବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

The post ଜଳକଷ୍ଟ ଭୋଗୁଛନ୍ତି ପୋଡ଼ାପଦରବାସୀ: ନାଳପାଣି ସାହା appeared first on Dharitri Odia News.