ମିଳିମିଶି କାମ କରିବାକୁ ପରାମର୍ଶ

ଭୁବନେଶ୍ୱର,୧୯।୧୨: ଅଲ୍‌ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ୍‌ (ଏଆଇପିଏନ୍‌ବିଓଏ)ର ଭୁବନେଶ୍ୱର ସର୍କଲ ପକ୍ଷରୁ ଆୟୋଜିତ ସଂଘର ବାର୍ଷିକ ସାଧାରଣ ସଭା ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସର୍କଲ ଅନ୍ତର୍ଗତ ବିଭିନ୍ନ ଶାଖାରୁ ୫ଶହରୁ ଅଧିକ ଅଧିକାରୀଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ସର୍କଲରୁ ଅଧିକାରୀମାନେ ଯୋଗଦେଇଥିଲେ। ଓଡ଼ିଶା ରାଜ୍ୟ ସର୍କଲ ସେକ୍ରେଟାରୀ ତଥା ରାଜ୍ୟ ସହ ସାଧାରଣ ସମ୍ପାଦକ ବୈଲୋଚନ ସାହୁଙ୍କ ନେତୃତ୍ୱରେ ଉକ୍ତ ବୈଠକ ଆୟୋଜିତ ହୋଇଥିଲା। ଏଆଇପିଏନ୍‌ବିଓଏର ସେଣ୍ଟ୍ରାଲ ବଡି ସଭାପତି ଶ୍ରୀକୁମାର […] The post ମିଳିମିଶି କାମ କରିବାକୁ ପରାମର୍ଶ appeared first on Dharitri Odia News.

ମିଳିମିଶି କାମ କରିବାକୁ ପରାମର୍ଶ

ଭୁବନେଶ୍ୱର,୧୯।୧୨: ଅଲ୍‌ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ୍‌ (ଏଆଇପିଏନ୍‌ବିଓଏ)ର ଭୁବନେଶ୍ୱର ସର୍କଲ ପକ୍ଷରୁ ଆୟୋଜିତ ସଂଘର ବାର୍ଷିକ ସାଧାରଣ ସଭା ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସର୍କଲ ଅନ୍ତର୍ଗତ ବିଭିନ୍ନ ଶାଖାରୁ ୫ଶହରୁ ଅଧିକ ଅଧିକାରୀଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ସର୍କଲରୁ ଅଧିକାରୀମାନେ ଯୋଗଦେଇଥିଲେ। ଓଡ଼ିଶା ରାଜ୍ୟ ସର୍କଲ ସେକ୍ରେଟାରୀ ତଥା ରାଜ୍ୟ ସହ ସାଧାରଣ ସମ୍ପାଦକ ବୈଲୋଚନ ସାହୁଙ୍କ ନେତୃତ୍ୱରେ ଉକ୍ତ ବୈଠକ ଆୟୋଜିତ ହୋଇଥିଲା। ଏଆଇପିଏନ୍‌ବିଓଏର ସେଣ୍ଟ୍ରାଲ ବଡି ସଭାପତି ଶ୍ରୀକୁମାର କେ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲାବେଳେ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଏ.ଉଦୟ ଭାସ୍କର ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସର୍କଲ ସେକ୍ରେଟାରୀ ବୈଲୋଚନ ସାହୁ, ଭୁବନେଶ୍ୱର ଅଞ୍ଚଳ ଅନ୍ତର୍ଗତ ଅଧିକାରୀମାନଙ୍କ ବିଭିନ୍ନ ଅସୁବିଧା ଓ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅପରପକ୍ଷରେ ରେଡ୍ଡୀ ମ୍ୟାନେଜମେଣ୍ଟ ଓ ଆସୋସିଏଶନ ପରସ୍ପର ପରିପୂରକ ଅଟନ୍ତି ଏବଂ ବ୍ୟାଙ୍କ ତଥା ଅଧିକାରୀମାନଙ୍କ ସୁବିଧା ପାଇଁ ଉଭୟ ମିଳିମିଶି କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ଶ୍ରୀକୁମାର ଅଫିସର୍ସ କମ୍ୟୁନିଟିର ବିଭିନ୍ନ ଅସୁବିଧା ଉପରେ ଆଲୋକପାତ କରିବା ସହ ଉପସ୍ଥିତ ସଦସ୍ୟମାନଙ୍କୁ ଏକଜୁଟ୍‌ ହୋଇ ରହିବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ ବିଭିନ୍ନ ସର୍କଲର ମୁଖ୍ୟମାନଙ୍କ ସହିତ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଭୁବନେଶ୍ୱର ସର୍କଲର ସଭାପତି ପ୍ରଫୁଲ୍ଲ କୁମାର ଦଳେଇ ଉକ୍ତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ବିଶ୍ୱଭୂଷଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

The post ମିଳିମିଶି କାମ କରିବାକୁ ପରାମର୍ଶ appeared first on Dharitri Odia News.