କାଲି ଖୋଲାଯିବ ରତ୍ନଭଣ୍ଡାର, ବଡ଼ ବୟାନ ଦେଲେ ଆଇନମନ୍ତ୍ରୀ
ପୁରୀ,୧୩ା୭: ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍ମିଟ୍ କରି ଏହି ସୂଚନା କହିଛନ୍ତି, ଆସନ୍ତାକାଲି ଅର୍ଥାତ୍ ରବିବାର ରତ୍ନଭଣ୍ଡାର ଖୋଲାଯିବ। ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଆଇନ ମନ୍ତ୍ରୀ କହିଛନ୍ତି, କାଲିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ଏହା କ୍ରମାଗତ ଭାବେ ଚାଲିବ। କେତେବେଳେ ଖୋଲିବ, ସେ ନିଷ୍ପତ୍ତି ନେବାକୁ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି। ଶୁଭ ସମୟ ଦେଖି ମୁଖ୍ୟ […] The post କାଲି ଖୋଲାଯିବ ରତ୍ନଭଣ୍ଡାର, ବଡ଼ ବୟାନ ଦେଲେ ଆଇନମନ୍ତ୍ରୀ appeared first on Dharitri Odia News.
ପୁରୀ,୧୩ା୭: ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍ମିଟ୍ କରି ଏହି ସୂଚନା କହିଛନ୍ତି, ଆସନ୍ତାକାଲି ଅର୍ଥାତ୍ ରବିବାର ରତ୍ନଭଣ୍ଡାର ଖୋଲାଯିବ। ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।
ଆଇନ ମନ୍ତ୍ରୀ କହିଛନ୍ତି, କାଲିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ଏହା କ୍ରମାଗତ ଭାବେ ଚାଲିବ। କେତେବେଳେ ଖୋଲିବ, ସେ ନିଷ୍ପତ୍ତି ନେବାକୁ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି। ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ। ରତ୍ନଭଣ୍ଡାର ଗଣତି, ମଣତି ନେଇ ଆର୍ବିଆଇ ସହାୟତା ନିଆଯିବ। ତାଙ୍କ ପ୍ରତିନିଧି ଉପସ୍ଥିତ ରହିବେ ।
ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ। ଅଳଙ୍କାରଗୁଡ଼ିକର ଡିଜିଟାଲ ଫଟୋଗ୍ରାଫି କରାଯିବ। ଫଟୋଗ୍ରାଫ କରାଯାଇ ଏକ ଡିଜିଟାଲ କାଟାଲଗ୍ ତିଆରି ହେବ। ଆଗାମୀ ଦିନ ପାଇଁ ଏହା ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମେ ମାର୍ଚ୍ଚ ୨୬ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଟିମ୍ ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ପରେ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ୧୭ ଜଣିଆ ପ୍ରାଧିକୃତ୍ ଟିମ୍ ଯାଇଥିଲା। ତେବେ ଚାବି ହଜିଥିବାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରି ନ ଥିଲା। ପରେ ଚାବି ହଜିବା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଜଷ୍ଟିସ୍ ରଘୁବୀର ଦାସ କମିଶନ ତଦନ୍ତ କରିଥିଲା। ମାତ୍ର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ। ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟସ୍ ମୁତାବକ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ଖୋଲାହେବା ନିୟମ ରହିଥିବାବେଳେ ଆଜିକୁ ପ୍ରାୟ ୪୫ ବର୍ଷ ହେବ ଏହା ଖୋଲାଯାଇନାହିଁ।
The post କାଲି ଖୋଲାଯିବ ରତ୍ନଭଣ୍ଡାର, ବଡ଼ ବୟାନ ଦେଲେ ଆଇନମନ୍ତ୍ରୀ appeared first on Dharitri Odia News.