କେନ୍ଦୁଝର ଜିଲା ଏନ୍ଏଚ୍, ଏକ୍ସପ୍ରେସ୍ ୱେ’ରେ ଲାଗିଲା କଟକଣା
କେନ୍ଦୁଝର,୩୦।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦେଇ ଯାଇଥିବା ଏନ୍ଏଚ୍ ଓ ଏକ୍ସପ୍ରେସ୍ ୱେ’ରେ ବେଆଇନ ଗାଡ଼ି ପାର୍କିଂ ଉପରେ ଲାଗିଲା କଟକଣା। ଜିଲାର ଏନ୍ଏଚ୍ ୨୦ (ରାମ ଚନ୍ଦ୍ରପୁର ରୁ ରିମୁଳି ରୁ ଚମ୍ପୁଆ) ,୪୯ ( ତୁରୁମୁଙ୍ଗା ଠାରୁ ବିଞ୍ଜ ବାହାଳ) ୨୨୦ (ଢେଙ୍କିକୋଟ – ପାଟଣା – ସାହାରପଡା) ,୫୨୦ ( ରିମୁଳି ଠାରୁ ରୁଗୁଡ଼ି) ଓ ୭୨୦ (ନରଣପୂର୍ – ବ୍ରାହ୍ମଣୀପାଳ ) ରେ ଗାଡ଼ି ପାର୍କିଂକୁ ନେଇ ପୁଣି ଏକ […] The post କେନ୍ଦୁଝର ଜିଲା ଏନ୍ଏଚ୍, ଏକ୍ସପ୍ରେସ୍ ୱେ’ରେ ଲାଗିଲା କଟକଣା appeared first on Dharitri Odia News.
କେନ୍ଦୁଝର,୩୦।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦେଇ ଯାଇଥିବା ଏନ୍ଏଚ୍ ଓ ଏକ୍ସପ୍ରେସ୍ ୱେ’ରେ ବେଆଇନ ଗାଡ଼ି ପାର୍କିଂ ଉପରେ ଲାଗିଲା କଟକଣା। ଜିଲାର ଏନ୍ଏଚ୍ ୨୦ (ରାମ ଚନ୍ଦ୍ରପୁର ରୁ ରିମୁଳି ରୁ ଚମ୍ପୁଆ) ,୪୯ ( ତୁରୁମୁଙ୍ଗା ଠାରୁ ବିଞ୍ଜ ବାହାଳ) ୨୨୦ (ଢେଙ୍କିକୋଟ – ପାଟଣା – ସାହାରପଡା) ,୫୨୦ ( ରିମୁଳି ଠାରୁ ରୁଗୁଡ଼ି) ଓ ୭୨୦ (ନରଣପୂର୍ – ବ୍ରାହ୍ମଣୀପାଳ ) ରେ ଗାଡ଼ି ପାର୍କିଂକୁ ନେଇ ପୁଣି ଏକ ମାସ ପାଇଁ କଟକଣା ଲାଗୁହେଲା।
ସେହିପରି ଏକ୍ସପ୍ରେସ୍ ୱେ ( ରଣାଶାଳ ଘାଟି ଯୋଡ଼ା – ବାମେବାରି – ପଲାଶ ପଙ୍ଗା ) ରେ ମଧ୍ୟ କଟକଣା ଲାଗୁ ହୋଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଓ ସାଧାରଣ ଲୋକଙ୍କ ସୁରକ୍ଷିତ ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି।
ଚଳିତ ମାସ ୨୫ ରୁ ରୁ ଆସନ୍ତା ମାସ ୨୪ ପର୍ଯ୍ୟନ୍ତ ଲାଗୁ ହୋଇଛି ବୋଲି ଚିଠି ନମ୍ୱର୍ ୫୧୦୯/ ୨୫-୧୦-୨୦୨୪ ରେ ଜିଲାପାଳ ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣ ର ଅଧ୍ୟକ୍ଷ ବିଜ୍ଞପ୍ତି ଜାରି କରି ଥିବା ଆଜି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ଏନ୍ ଏଚ ୫୨୦ ରେ କିଛି ଦିନ ହେଲା ଟ୍ରାଫିକ ସମସ୍ୟା ଗୁରୁତର ହୋଇ ପଡ଼ିଥିଲେ ହେଁ ସ୍ଵାଭାବିକ ହୋଇ ପାରିନାହିଁ। ପ୍ରତ୍ୟେକ ମାସ ଏଭଳି କଟକଣା ଲାଗୁ ହେଇଥିଲେ ହେଁ ଧରପଗଡ ସଠିକ୍ ଭାବରେ ହେଉ ନ ଥିବାରୁ କେହି ମାନୁ ନାହାନ୍ତି।
The post କେନ୍ଦୁଝର ଜିଲା ଏନ୍ଏଚ୍, ଏକ୍ସପ୍ରେସ୍ ୱେ’ରେ ଲାଗିଲା କଟକଣା appeared first on Dharitri Odia News.