Video: ଅଦ୍ଭୁତ ଆଲୌକିକ ଦର୍ଶନ…ଅଯୋଧ୍ୟାରେ ରାମଲଲାଙ୍କର ହେଲା ସୂର୍ଯ୍ୟ ତିଲକ

ଅଯୋଧ୍ୟା,୬।୪: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ରାମ ନବମୀ ଅବସରରେ ଭବ୍ୟ ରୂପେ ସଜାଯାଇଛି। ଏହି ପବିତ୍ର ଦିନରେ ରାମଲଲାଙ୍କର ସୂର୍ଯ୍ୟ ତିଲକ କରାଯାଇଛି। ସୂର୍ଯ୍ୟଙ୍କ କିରଣ ମାଧ୍ୟମରେ ରାମଲଲାଙ୍କ ମସ୍ତକରେ ତିଲକ କରାଯାଇଛି। କେବଳ ଅଯୋଧ୍ୟା ନୁହେଁ ଆଜି ପୁରା ଦେଶ ରାମମୟ ହୋଇଛି। ଉତ୍ତର ପ୍ରଦେଶର ପବିତ୍ର ନଗରୀ ଅଯୋଧ୍ୟା ରାମ ନବମୀ ପାଳନ ପାଇଁ ସଜେଇ ହୋଇଉଠିଛି। ହଜାର ହଜାର ଭକ୍ତ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ରାମ ମନ୍ଦିରରେ […] The post Video: ଅଦ୍ଭୁତ ଆଲୌକିକ ଦର୍ଶନ…ଅଯୋଧ୍ୟାରେ ରାମଲଲାଙ୍କର ହେଲା ସୂର୍ଯ୍ୟ ତିଲକ appeared first on Dharitri Odia News.

Video: ଅଦ୍ଭୁତ ଆଲୌକିକ ଦର୍ଶନ…ଅଯୋଧ୍ୟାରେ ରାମଲଲାଙ୍କର ହେଲା ସୂର୍ଯ୍ୟ ତିଲକ

ଅଯୋଧ୍ୟା,୬।୪: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ରାମ ନବମୀ ଅବସରରେ ଭବ୍ୟ ରୂପେ ସଜାଯାଇଛି। ଏହି ପବିତ୍ର ଦିନରେ ରାମଲଲାଙ୍କର ସୂର୍ଯ୍ୟ ତିଲକ କରାଯାଇଛି। ସୂର୍ଯ୍ୟଙ୍କ କିରଣ ମାଧ୍ୟମରେ ରାମଲଲାଙ୍କ ମସ୍ତକରେ ତିଲକ କରାଯାଇଛି। କେବଳ ଅଯୋଧ୍ୟା ନୁହେଁ ଆଜି ପୁରା ଦେଶ ରାମମୟ ହୋଇଛି।

ଉତ୍ତର ପ୍ରଦେଶର ପବିତ୍ର ନଗରୀ ଅଯୋଧ୍ୟା ରାମ ନବମୀ ପାଳନ ପାଇଁ ସଜେଇ ହୋଇଉଠିଛି। ହଜାର ହଜାର ଭକ୍ତ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ରାମ ମନ୍ଦିରରେ ସମାଗମ କରିଛନ୍ତି। ଏହି ଦିନର ସବୁଠାରୁ ବଡ଼ ଆକର୍ଷଣ ହେଉଛି ସୂର୍ଯ୍ୟ ତିଲକ ସମାରୋହ

 

ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ୱାରା ର୍ନିମିତ ଏହି ସୂର୍ଯ୍ୟ ତିଲକ ଏକ ବାର୍ଷିକ ଆଧ୍ୟାତ୍ମିକ ଘଟଣା। ଏଥିରେ ଏକ ବିଶେଷ ଦର୍ପଣ ଏବଂ ଲେନ୍ସ ଆଧାରିତ ଯନ୍ତ୍ର ସାହାଯ୍ୟରେ ସୂର୍ଯ୍ୟଙ୍କ କିରଣ ରାମଲଲାଙ୍କ ମୂର୍ତ୍ତିର ମସ୍ତକରେ ତିଲକ ପରି ପଡିଥାଏ। ରୁର୍କୀର ସେନ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆରଆଇ)ର ବୈଜ୍ଞାନିକମାନଙ୍କ ଦଳ ଏହାକୁ ଏଭଳି ଭାବେ ଡିଜାଇନ କରିଛନ୍ତି ଯେ, ପ୍ରତି ରାମ ନବମୀରେ ମଧ୍ୟାହ୍ନ ୧୨ଟାରେ ପ୍ରାୟ ୬ ମିନିଟ ପାଇଁ ସୂର୍ଯ୍ୟକିରଣ ରାମଙ୍କ ମୂର୍ତ୍ତିର ମସ୍ତକରେ ପଡିଥାଏ।

ଏହାପୂର୍ବରୁ କେତେକ ଜୈନ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ତିଲକ ପ୍ରଣାଳୀ ରହିଛି, କିନ୍ତୁ ସେଗୁଡ଼ିକର ଡିଜାଇନ ଭିନ୍ନ।

The post Video: ଅଦ୍ଭୁତ ଆଲୌକିକ ଦର୍ଶନ…ଅଯୋଧ୍ୟାରେ ରାମଲଲାଙ୍କର ହେଲା ସୂର୍ଯ୍ୟ ତିଲକ appeared first on Dharitri Odia News.