ସାରା ବିଶ୍ୱବାସୀଙ୍କୁ ବାର୍ତ୍ତା ଦେଲେ ମୋଦୀ, କହିଲେ ଅର୍ଥନୀତିକୁ ଯୋଡି ରଖିଛି ଯୋଗ
ନୂଆଦିଲ୍ଲୀ ୨୧/୦୬: ଯୋଗ ମୟ ସାରା ଜଗତ । ସାରା ବିଶ୍ୱରେ ପାଳିତ ହୋଇଛି ଯୋଗ ଦିବସ । ଭାରତରେ ବି ପାଳିତ ହୋଇଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ। 'ସ୍ୱୟଂ ଓ ସମାଜ ପାଇଁ ଯୋଗ' ଥିମ୍ରେ ପାଳିତ ହୋଇଛି ଯୋଗ ଦିବସ । ଏହି ଅବସରରେ ଶ୍ରୀନଗରରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡାଲ୍ ହ୍ରଦ ନିକଟରେ ପ୍ରଥମେ ଏହି କାର୍ଯ୍ୟକ୍ରମ କରାଯିବା ନିମନ୍ତେ ସ୍ଥିର ହୋଇଥିଲା । ମାତ୍ର ସେଠାରେ ଅତ୍ୟଧିକ ବର୍ଷା ହେତୁ ଏଥିରେ ପରିବର୍ତ୍ତନ କରାଯାଇ ନିକଟରେ ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ହୋଇଛି ଯୋଗ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରି ଯୋଗ କରିଛନ୍ତି । Prime Minister Narendra Modi met participants of Yoga session at Sher-i-Kashmir International Conference Centre (SKICC) in Srinagar in J&K. He led the Yoga session here this morning. pic.twitter.com/bHjfT0UdBF— ANI (@ANI) June 21, 2024ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଏହା ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ । ୨୦୧୫ ପରଠାରୁ ପ୍ରତିବର୍ଷ ଯୋଗ ଦିବସରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ୱ ନେଉଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, ସୂଚନା ଓ ସଞ୍ଚାର ଯୁଗରେ ଧ୍ୟାନ କେନ୍ଦ୍ରିତ କରିବା ବହୁତ କଠିନ ହୋଇ ପଡ଼ିଛି। #WATCH |
ନୂଆଦିଲ୍ଲୀ ୨୧/୦୬: ଯୋଗ ମୟ ସାରା ଜଗତ । ସାରା ବିଶ୍ୱରେ ପାଳିତ ହୋଇଛି ଯୋଗ ଦିବସ । ଭାରତରେ ବି ପାଳିତ ହୋଇଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ। 'ସ୍ୱୟଂ ଓ ସମାଜ ପାଇଁ ଯୋଗ' ଥିମ୍ରେ ପାଳିତ ହୋଇଛି ଯୋଗ ଦିବସ । ଏହି ଅବସରରେ ଶ୍ରୀନଗରରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଡାଲ୍ ହ୍ରଦ ନିକଟରେ ପ୍ରଥମେ ଏହି କାର୍ଯ୍ୟକ୍ରମ କରାଯିବା ନିମନ୍ତେ ସ୍ଥିର ହୋଇଥିଲା । ମାତ୍ର ସେଠାରେ ଅତ୍ୟଧିକ ବର୍ଷା ହେତୁ ଏଥିରେ ପରିବର୍ତ୍ତନ କରାଯାଇ ନିକଟରେ ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ହୋଇଛି ଯୋଗ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରି ଯୋଗ କରିଛନ୍ତି ।
Prime Minister Narendra Modi met participants of Yoga session at Sher-i-Kashmir International Conference Centre (SKICC) in Srinagar in J&K. He led the Yoga session here this morning. pic.twitter.com/bHjfT0UdBF— ANI (@ANI) June 21, 2024
ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଏହା ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ । ୨୦୧୫ ପରଠାରୁ ପ୍ରତିବର୍ଷ ଯୋଗ ଦିବସରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ୱ ନେଉଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, ସୂଚନା ଓ ସଞ୍ଚାର ଯୁଗରେ ଧ୍ୟାନ କେନ୍ଦ୍ରିତ କରିବା ବହୁତ କଠିନ ହୋଇ ପଡ଼ିଛି।
#WATCH | Srinagar, J&K: Prime Minister Narendra Modi says, "The program (Yoga session at SKICC) got delayed a little due to rain...When Yoga becomes a part of life naturally, it benefits every moment." pic.twitter.com/Q5BjKNELJ9— ANI (@ANI) June 21, 2024
ମାତ୍ର ସାରା ବିଶ୍ୱର ଚିନ୍ତାଧାରାକୁ ବଦଳାଇ ଦେଇଛି ଯୋଗ । ବର୍ତ୍ତମାନ ଯୋଗ ଅର୍ଥନୀତି ସୃଷ୍ଟି ହୋଇଛି । ଯୋଗ ଋଷିକେଶ ଠାରୁ କାଶି ଓ କେରଳକୁ ଯୋଡ଼ିବାକୁ ନୂଆ ସଂଯୋଗ ସୃଷ୍ଟି ହେଇଛି । ଯୋଗ ଶିକ୍ଷା ପାଇଁ ସାରା ବିଶ୍ୱରୁ ପର୍ଯ୍ୟଟକ ଭାରତ ଆସୁଛନ୍ତି । ଏମିତି କି ବ୍ୟକ୍ତିଗତ ଯୋଗ ଶିକ୍ଷକ ବି ନିଯୁକ୍ତି ହେଉଛନ୍ତି । ଏସବୁ ଦେଶର ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ବୋଲି କହିଛନ୍ତି ମୋଦି ।