ଧୂଳି ଝଡ଼ରେ ଫସିଲା ଇଣ୍ଡିଗୋ ବିମାନ, ଟର୍ବୁଲାନ୍ସ ର ଆସିଲା ଭୟାବହ ଚିତ୍ର, ପାଇଲଟଙ୍କ ଯୋଗୁ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ ୧।୬: ରାୟପୁର-ଦିଲ୍ଲୀ ଇଣ୍ଡିଗୋ ଫ୍ଲାଇଟ୍ ସଂଖ୍ୟା ୬ଇ ୬୩୧୩ ଶନିବାର ଦିଲ୍ଲୀ ଏୟାରପୋର୍ଟ ନିକଟବର୍ତ୍ତି ହେବା ବେଳକୁ ଅଚାନକ ଧୂଳି ଝଡ଼ରେ ଫସି ଯାଇଥିଲା। ଖରାପ ପାଗ ଓ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପବନ ଯୋଗୁ ବିମାନକୁ ଲ୍ୟାଣ୍ଡିଂର ଠିକ ପୂର୍ବରୁ ପୁଣି ଆକାଶକୁ ଉଠିବାକୁ ପଡିଛି। ପାଇଲଟ ବିମାନକୁ ସୁରକ୍ଷିତ ଉଚ୍ଚତାକୁ ଉଠାଇବା ପରେ ଏୟାରପୋର୍ଟ ଆଖପାଖରେ ଚକ୍କର ଲଗାଇଥିଲେ।ଏଥି ପାଇଁ ଯାତ୍ରୀ ଆତଙ୍କିତ ହୋଇପଡିଥିଲେ। ତେବେ ପାଇଲଟ ସମୟ ପୂର୍ବରୁ ପରିସ୍ଥିତି ସମ୍ପର୍କରେ ଘୋଷଣା କରି ଯାତ୍ରୀଙ୍କୁ ଆଶ୍ୱସ୍ତ କରିଥିଲେ ଯେ ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି। ଏହି ଘଟଣା ପରେ ଫ୍ଲାଇଟ୍ କ୍ରୁ ଓ ପାଇଲଟଙ୍କ ଉପସ୍ଥିତ ବୁଦ୍ଧିର ଏବେ ଖୁବ୍ ତାରିଫ ହେଉଛି। କାରଣ ଏହି ପାଗରେ ଯଦି ପାଇଲଟ ବିମାନକୁ ଅବତରଣ କରାଇଥାନ୍ତେ ତେବେ ନିଶ୍ଚିତ ବଡ଼ ଧରଣର ଦୁର୍ଘଟଣା ଘଟିଥାନ୍ତା। ତେବେ ପାକ ସୁଧୁରିବା ପରେ ପାଇଲଟ ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରାଇଛନ୍ତି। ବିମାନ ଅବତରଣ କରିବା ପରେ ଯାତ୍ରୀ ଆଶ୍ୱସ୍ତିରେ ନିଶ୍ୱାସ ନେଇଛନ୍ତି। ଏଥି ପାଇଁ ବିମାନଯାତ୍ରୀମାନେ ପାଇଲଟ ଓ ଏୟାରଲାଇନ୍ସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହା ପୂର୍ବରୁ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସ ବିମାନ ଝଡତୋଫାନ ଓ କୁଆପଥର ବର୍ଷାରେ ଫସି ଯାଇଥିଲା। ବିମାନ ଏଥି ପାଇଁ ଲାହୋର ଏଟିସିକୁ ଯୋଗାଯୋଗ କରି ବ

ଧୂଳି ଝଡ଼ରେ ଫସିଲା ଇଣ୍ଡିଗୋ ବିମାନ, ଟର୍ବୁଲାନ୍ସ ର ଆସିଲା ଭୟାବହ ଚିତ୍ର, ପାଇଲଟଙ୍କ ଯୋଗୁ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ ୧।୬: ରାୟପୁର-ଦିଲ୍ଲୀ ଇଣ୍ଡିଗୋ ଫ୍ଲାଇଟ୍ ସଂଖ୍ୟା ୬ଇ ୬୩୧୩ ଶନିବାର ଦିଲ୍ଲୀ ଏୟାରପୋର୍ଟ ନିକଟବର୍ତ୍ତି ହେବା ବେଳକୁ ଅଚାନକ ଧୂଳି ଝଡ଼ରେ ଫସି ଯାଇଥିଲା। ଖରାପ ପାଗ ଓ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପବନ ଯୋଗୁ ବିମାନକୁ ଲ୍ୟାଣ୍ଡିଂର ଠିକ ପୂର୍ବରୁ ପୁଣି ଆକାଶକୁ ଉଠିବାକୁ ପଡିଛି। ପାଇଲଟ ବିମାନକୁ ସୁରକ୍ଷିତ ଉଚ୍ଚତାକୁ ଉଠାଇବା ପରେ ଏୟାରପୋର୍ଟ ଆଖପାଖରେ ଚକ୍କର ଲଗାଇଥିଲେ।

ଏଥି ପାଇଁ ଯାତ୍ରୀ ଆତଙ୍କିତ ହୋଇପଡିଥିଲେ। ତେବେ ପାଇଲଟ ସମୟ ପୂର୍ବରୁ ପରିସ୍ଥିତି ସମ୍ପର୍କରେ ଘୋଷଣା କରି ଯାତ୍ରୀଙ୍କୁ ଆଶ୍ୱସ୍ତ କରିଥିଲେ ଯେ ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି। ଏହି ଘଟଣା ପରେ ଫ୍ଲାଇଟ୍ କ୍ରୁ ଓ ପାଇଲଟଙ୍କ ଉପସ୍ଥିତ ବୁଦ୍ଧିର ଏବେ ଖୁବ୍ ତାରିଫ ହେଉଛି। କାରଣ ଏହି ପାଗରେ ଯଦି ପାଇଲଟ ବିମାନକୁ ଅବତରଣ କରାଇଥାନ୍ତେ ତେବେ ନିଶ୍ଚିତ ବଡ଼ ଧରଣର ଦୁର୍ଘଟଣା ଘଟିଥାନ୍ତା। ତେବେ ପାକ ସୁଧୁରିବା ପରେ ପାଇଲଟ ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରାଇଛନ୍ତି। 

ବିମାନ ଅବତରଣ କରିବା ପରେ ଯାତ୍ରୀ ଆଶ୍ୱସ୍ତିରେ ନିଶ୍ୱାସ ନେଇଛନ୍ତି। ଏଥି ପାଇଁ ବିମାନଯାତ୍ରୀମାନେ ପାଇଲଟ ଓ ଏୟାରଲାଇନ୍ସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହା ପୂର୍ବରୁ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସ ବିମାନ ଝଡତୋଫାନ ଓ କୁଆପଥର ବର୍ଷାରେ ଫସି ଯାଇଥିଲା। ବିମାନ ଏଥି ପାଇଁ ଲାହୋର ଏଟିସିକୁ ଯୋଗାଯୋଗ କରି ବାୟୁକ୍ଷେତ୍ରକୁ ପ୍ରବେଶ ଅନୁମତି ମାଗିଥିଲେ। ହେଲେ ଏଥି ପାଇଁ ଅନୁମତି ମିଳି ନଥିଲା ଓ ବିମାନକୁ ଶ୍ରୀନଗରରେ ଅବତରଣ କରାଯାଇଥିଲା।