ଭୋଟ ବେଳେ ତେଜିଲା ପାନୀୟ ଜଳ ସମସ୍ୟା, ତାତିଲେ ଲୋକେ କହିଲେ ଦେବୁନି ଭୋଟ
ନାରାୟଣପାଟଣା ୧୩/୦୫: ଦୀର୍ଘ ଅଢେଇ ଘଣ୍ଟା ପରେ ମତଦାନ ଆରମ୍ଭ । ବିଡିଓଙ୍କ ଲିଖିତ ପ୍ରତିଶୃତି ଭୋଟ ଦେଲେ ଲୋକେ । ନାରାୟଣପାଟଣା ମାଙ୍କିଡି ୧୭୧୭୩ ନମ୍ବର ବୁଥରେ ପଡିଲା ଭୋଟ I ସୂଚନା ଥାଉକି, ବ୍ଲକ ମାଙ୍କିଡି ୧୭୩ ନମ୍ବର ବୁଥ୍ରେ ପାନୀୟ ଜଳ ସମସ୍ୟା ନେଇ ଲୋକେ ପ୍ରତିବାଦ କରିଥିଲେ । ସକାଳ ୯ଟା ସୁଦ୍ଧା ଗୋଟିଏ ଭୋଟ୍ ପଡିନଥିଲା । ଘଟଣା ଜଣାପଡିବା ପରେ ବିଡିଓ ପହଞ୍ଚି ଲୋକଙ୍କୁ ବୁଝସୁଝା କରିଥିଲେ I କାରଣ ସେହି ବୁଥ୍ରେ ୧୧୧୦ ଭୋଟର ଅଛନ୍ତି I କହିବାକୁ ଗଲେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ମତାଧିକାର ସାବ୍ୟସ୍ତ କରି ଆଗାମୀ ୫ବର୍ଷ ପାଇଁ ନୂଆ ଜନପ୍ରତିନିଧି ବାଛୁଚନ୍ତି ଭୋଟର । ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ । ତେବେ ନୂଆକରି ଭୋଟ ଦେବାକୁ ଥିବା ଯୁବପିଢି ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।
ନାରାୟଣପାଟଣା ୧୩/୦୫: ଦୀର୍ଘ ଅଢେଇ ଘଣ୍ଟା ପରେ ମତଦାନ ଆରମ୍ଭ । ବିଡିଓଙ୍କ ଲିଖିତ ପ୍ରତିଶୃତି ଭୋଟ ଦେଲେ ଲୋକେ । ନାରାୟଣପାଟଣା ମାଙ୍କିଡି ୧୭୧୭୩ ନମ୍ବର ବୁଥରେ ପଡିଲା ଭୋଟ I
ସୂଚନା ଥାଉକି, ବ୍ଲକ ମାଙ୍କିଡି ୧୭୩ ନମ୍ବର ବୁଥ୍ରେ ପାନୀୟ ଜଳ ସମସ୍ୟା ନେଇ ଲୋକେ ପ୍ରତିବାଦ କରିଥିଲେ । ସକାଳ ୯ଟା ସୁଦ୍ଧା ଗୋଟିଏ ଭୋଟ୍ ପଡିନଥିଲା । ଘଟଣା ଜଣାପଡିବା ପରେ ବିଡିଓ ପହଞ୍ଚି ଲୋକଙ୍କୁ ବୁଝସୁଝା କରିଥିଲେ I କାରଣ ସେହି ବୁଥ୍ରେ ୧୧୧୦ ଭୋଟର ଅଛନ୍ତି I
କହିବାକୁ ଗଲେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ମତାଧିକାର ସାବ୍ୟସ୍ତ କରି ଆଗାମୀ ୫ବର୍ଷ ପାଇଁ ନୂଆ ଜନପ୍ରତିନିଧି ବାଛୁଚନ୍ତି ଭୋଟର । ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ ।
ତେବେ ନୂଆକରି ଭୋଟ ଦେବାକୁ ଥିବା ଯୁବପିଢି ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।