ତୀର ବିନ୍ଧି ଲକ୍ଷ୍ୟ ଭେଦିଲେ ଦିବ୍ୟାଙ୍ଗ ଯୋଦ୍ଧା
ଭୁବନେଶ୍ୱର: ଦୁନିଆକୁ ଦେଖିବାରେ ଅକ୍ଷମ ସେମାନଙ୍କ ଅନ୍ଧାର ଆଖି । କିନ୍ତୁ ଶବ୍ଦ ବାରି ସେମାନେ କରିପାରନ୍ତି ଲକ୍ଷ୍ୟ ସ୍ଥଳର ସନ୍ଧାନ । ଏଭଳି ଶବ୍ଦ ଭେଦି ଦକ୍ଷତାର ଚିହ୍ନଟ ଓ ପ୍ରୋତ୍ସାହନ ପାଇଁ ରାଜ୍ୟର ଦୃଷ୍ଟିବାଧିତଙ୍କ ବିକାଶ ଲାଗି କାର୍ଯ୍ୟ କରୁଥିବା ସାମାଜିକ ସଂଗଠନ ‘ବୁଲ୍ସଆଇ’ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ଦୃଷ୍ଟିବାଧିତ ଖେଳାଳିଙ୍କ ପାଇଁ ଏକ ନିଆରା ଧନୁତୀର ଚାଳନା ପ୍ରଶିକ୍ଷଣ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଐତିହାସିକ ଧଉଳି ପାହାଡ ନିକଟରେ ଥିବା ଧଉଳି ଚାରୁକଳା ମହାବିଦ୍ୟାଳୟ ସଂଲଗ୍ନ କ୍ରାଫ୍ଟ ବଜାର ପଡିଆଠାରେ ଏହି କ୍ରୀଡାକୁ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭଉଣୀ ଗାୟତ୍ରୀ ଏବଂ ସାମାଜିକକର୍ମୀ ସନ୍ତୋଷୀ ଜୈନ ଆନୁଷ୍ଠାନିକ ରୂପେ ଉଦ୍ଘାଟନ କରିଥିଲେ ।କୁହାଯାଉଛି ଯେ ଦେଶରେ ପ୍ରଥମ କରି ଆୟୋଜିତ ଦୃଷ୍ଟିବାଧିତଙ୍କ ଏହି କ୍ରୀଡା ପ୍ରତିଯୋଗିତାରେ ରାଜ୍ୟର ବାଲେଶ୍ୱର, ମୟୁରଭଞ୍ଜ, ଦେବଗଡ ଓ ସମ୍ବଲପୁର ଆଦି ଜିଲ୍ଲାରୁ ୧୫ ଜଣ ପ୍ରତିଯୋଗୀ ଭାଗନେଇ ନିଜର ଶବ୍ଦଭେଦି ଦକ୍ଷତାର ପ୍ରତିପାଦନ କରି ଏକ ନୂଆ ଇତିହାସ ରଚିଛନ୍ତି। ‘ବୁଲ୍ସଆଇ’ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା କହନ୍ତି ଦିବ୍ୟାଙ୍ଗମାନେ ଅନେକ ପ୍ରତିଭାର ଅଧିକାରୀ। ସେମାନଙ୍କ ନିକଟରେ
ଭୁବନେଶ୍ୱର: ଦୁନିଆକୁ ଦେଖିବାରେ ଅକ୍ଷମ ସେମାନଙ୍କ ଅନ୍ଧାର ଆଖି । କିନ୍ତୁ ଶବ୍ଦ ବାରି ସେମାନେ କରିପାରନ୍ତି ଲକ୍ଷ୍ୟ ସ୍ଥଳର ସନ୍ଧାନ । ଏଭଳି ଶବ୍ଦ ଭେଦି ଦକ୍ଷତାର ଚିହ୍ନଟ ଓ ପ୍ରୋତ୍ସାହନ ପାଇଁ ରାଜ୍ୟର ଦୃଷ୍ଟିବାଧିତଙ୍କ ବିକାଶ ଲାଗି କାର୍ଯ୍ୟ କରୁଥିବା ସାମାଜିକ ସଂଗଠନ ‘ବୁଲ୍ସଆଇ’ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ଦୃଷ୍ଟିବାଧିତ ଖେଳାଳିଙ୍କ ପାଇଁ ଏକ ନିଆରା ଧନୁତୀର ଚାଳନା ପ୍ରଶିକ୍ଷଣ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଐତିହାସିକ ଧଉଳି ପାହାଡ ନିକଟରେ ଥିବା ଧଉଳି ଚାରୁକଳା ମହାବିଦ୍ୟାଳୟ ସଂଲଗ୍ନ କ୍ରାଫ୍ଟ ବଜାର ପଡିଆଠାରେ ଏହି କ୍ରୀଡାକୁ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭଉଣୀ ଗାୟତ୍ରୀ ଏବଂ ସାମାଜିକକର୍ମୀ ସନ୍ତୋଷୀ ଜୈନ ଆନୁଷ୍ଠାନିକ ରୂପେ ଉଦ୍ଘାଟନ କରିଥିଲେ ।
କୁହାଯାଉଛି ଯେ ଦେଶରେ ପ୍ରଥମ କରି ଆୟୋଜିତ ଦୃଷ୍ଟିବାଧିତଙ୍କ ଏହି କ୍ରୀଡା ପ୍ରତିଯୋଗିତାରେ ରାଜ୍ୟର ବାଲେଶ୍ୱର, ମୟୁରଭଞ୍ଜ, ଦେବଗଡ ଓ ସମ୍ବଲପୁର ଆଦି ଜିଲ୍ଲାରୁ ୧୫ ଜଣ ପ୍ରତିଯୋଗୀ ଭାଗନେଇ ନିଜର ଶବ୍ଦଭେଦି ଦକ୍ଷତାର ପ୍ରତିପାଦନ କରି ଏକ ନୂଆ ଇତିହାସ ରଚିଛନ୍ତି।
‘ବୁଲ୍ସଆଇ’ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା କହନ୍ତି ଦିବ୍ୟାଙ୍ଗମାନେ ଅନେକ ପ୍ରତିଭାର ଅଧିକାରୀ। ସେମାନଙ୍କ ନିକଟରେ ଲୁକ୍କାୟିତ ହୋଇ ରହିଛି ଅନେକ ସାମର୍ଥ୍ୟ। ସେଗୁଡିକ ଚିହ୍ନଟ କରି ପ୍ରୋତ୍ସାହନ କରିବାର ଲକ୍ଷ୍ୟ ନେଇ ଏଭଳି ଏକ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା।