ଦୁର୍ଗାପୂଜା ପୂର୍ବରୁ ଭାରତକୁ ଇଲିସି ମାଛ ରପ୍ତାନୀ କଟକଣା ହଟାଇଲା ବାଂଲାଦେଶ

ଢାକା ୨୧।୯: ଦୁର୍ଗାପୂଜା ସମୟରେ ଭାରତକୁ ୩ ହଜାର ଟନ ଇଲିସି ମାଛ ରପ୍ତାନୀ ହେବ ବୋଲି ବାଂଲାଦେଶ ଅନ୍ତରୀଣ ସରକାର ଶନିବାର ଘୋଷଣା କରିଛନ୍ତି।  ଏ ନେଇ ସରକାର ତାଙ୍କ ପୂର୍ବ ନିଷ୍ପତ୍ତିକୁ ସଂଶୋଧନ କରିଛନ୍ତି। ଦେଶରେ ଦୁର୍ଗା ପୂଜା ୯ରୁ ୧୩ ଅକ୍ଟୋବର ପର୍ଯ୍ୟନ୍ତ ପାଳିତ ହେବ। ତେବେ କିଛି ଦିନ ପୂର୍ବରୁ ପ୍ରଫେସର ମହମଦ ୟୁନୁସ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଘରୋଇ ଚାହିଦା ପୂରଣ ନିମନ୍ତେ ଭାରତକୁ ଇଲିସି ରପ୍ତାନୀ ଉପରେ କଟକଣା ଜାରି କରିଥିଲେ। ବାଂଲାଦେଶ ସରକାରଙ୍କ ଇଲିସି ରପ୍ତାନୀ କଟକଣା ସଦଭାବନା ସଂକେତ ରୂପେ ଦୀର୍ଘ ସମୟରୁ ଚଳି ଆସୁଥିବା ପରମ୍ପରା ସମାପ୍ତ ହୋଇଯିବ ବୋଲି ଆଶଙ୍କା କରାଯାଉଥିଲା।  ତେବେ ବାଂଲାଦେଶ ବାଣିଜ୍ୟ ମନ୍ତ୍ରାଳୟ ଶନିବାର ଏକ ବୟାନରେ କହିଛନ୍ତି ଯେ ରପ୍ତାନୀକାରୀଙ୍କ ନିବେଦନକୁ ଦୃଷ୍ଟିରେ ରଖି ଆଗାମୀ ଦୁର୍ଗା ପୂଜା ଅବସରରେ କିଛି ବିଶେଷ ସର୍ତ୍ତକୁ ପୁରଣ କରି ଭାରତକୁ ୩ ହଜାର ଟନ ଇଲିସି ମାଛ ରପ୍ତାନୀ ଲାଗି ମଞ୍ଜୁରୀ ଦିଆଯାଇଛି। ଏଣୁ ଭାରତକୁ ଇଲିସି ରପ୍ତାନୀ କରିବାକୁ ଚାହୁଁଥିବା ଆବେଦକଙ୍କୁ ଅନୁମତି ପ୍ରାପ୍ତ ନିମନ୍ତେ ସମ୍ପର୍କିତ ଶାଖାଙ୍କୁ ସମ୍ପର୍କ କରିବାକୁ କହିଛନ୍ତି। ବିତାଡିତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱାଧୀନ ଆବାମୀ ଲିଗ୍ ସରକାର ସଦଭାବନା ରୂପେ ପ୍ରତିବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଭାରତକୁ ଇଲିସି ରପ୍ତାନୀ ଅନୁମତି ଦେଉଥିଲେ। ଏହି ପରମ୍ପରା ଦୀର୍ଘ ବର୍ଷରୁ ଚ

ଦୁର୍ଗାପୂଜା ପୂର୍ବରୁ ଭାରତକୁ ଇଲିସି ମାଛ ରପ୍ତାନୀ କଟକଣା ହଟାଇଲା ବାଂଲାଦେଶ

ଢାକା ୨୧।୯: ଦୁର୍ଗାପୂଜା ସମୟରେ ଭାରତକୁ ୩ ହଜାର ଟନ ଇଲିସି ମାଛ ରପ୍ତାନୀ ହେବ ବୋଲି ବାଂଲାଦେଶ ଅନ୍ତରୀଣ ସରକାର ଶନିବାର ଘୋଷଣା କରିଛନ୍ତି।  ଏ ନେଇ ସରକାର ତାଙ୍କ ପୂର୍ବ ନିଷ୍ପତ୍ତିକୁ ସଂଶୋଧନ କରିଛନ୍ତି। ଦେଶରେ ଦୁର୍ଗା ପୂଜା ୯ରୁ ୧୩ ଅକ୍ଟୋବର ପର୍ଯ୍ୟନ୍ତ ପାଳିତ ହେବ। ତେବେ କିଛି ଦିନ ପୂର୍ବରୁ ପ୍ରଫେସର ମହମଦ ୟୁନୁସ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଘରୋଇ ଚାହିଦା ପୂରଣ ନିମନ୍ତେ ଭାରତକୁ ଇଲିସି ରପ୍ତାନୀ ଉପରେ କଟକଣା ଜାରି କରିଥିଲେ। 

ବାଂଲାଦେଶ ସରକାରଙ୍କ ଇଲିସି ରପ୍ତାନୀ କଟକଣା ସଦଭାବନା ସଂକେତ ରୂପେ ଦୀର୍ଘ ସମୟରୁ ଚଳି ଆସୁଥିବା ପରମ୍ପରା ସମାପ୍ତ ହୋଇଯିବ ବୋଲି ଆଶଙ୍କା କରାଯାଉଥିଲା।  ତେବେ ବାଂଲାଦେଶ ବାଣିଜ୍ୟ ମନ୍ତ୍ରାଳୟ ଶନିବାର ଏକ ବୟାନରେ କହିଛନ୍ତି ଯେ ରପ୍ତାନୀକାରୀଙ୍କ ନିବେଦନକୁ ଦୃଷ୍ଟିରେ ରଖି ଆଗାମୀ ଦୁର୍ଗା ପୂଜା ଅବସରରେ କିଛି ବିଶେଷ ସର୍ତ୍ତକୁ ପୁରଣ କରି ଭାରତକୁ ୩ ହଜାର ଟନ ଇଲିସି ମାଛ ରପ୍ତାନୀ ଲାଗି ମଞ୍ଜୁରୀ ଦିଆଯାଇଛି। 

ଏଣୁ ଭାରତକୁ ଇଲିସି ରପ୍ତାନୀ କରିବାକୁ ଚାହୁଁଥିବା ଆବେଦକଙ୍କୁ ଅନୁମତି ପ୍ରାପ୍ତ ନିମନ୍ତେ ସମ୍ପର୍କିତ ଶାଖାଙ୍କୁ ସମ୍ପର୍କ କରିବାକୁ କହିଛନ୍ତି। ବିତାଡିତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱାଧୀନ ଆବାମୀ ଲିଗ୍ ସରକାର ସଦଭାବନା ରୂପେ ପ୍ରତିବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଭାରତକୁ ଇଲିସି ରପ୍ତାନୀ ଅନୁମତି ଦେଉଥିଲେ। ଏହି ପରମ୍ପରା ଦୀର୍ଘ ବର୍ଷରୁ ଚଳି ଆସୁଥିଲା। ଅଧିକାରୀମାନେ କହିଛନ୍ତି ଯେ ୨୦୨୩ରେ ବାଂଲାଦେଶ ୭୯ କମ୍ପାନୀଙ୍କୁ ୪ ହଜାର ଟନ ଇଲିସି ମାଛ ରପ୍ତାନୀ ଅନୁମତି ଦିଆଯାଇଥିଲା। 

ବାଂଲାଦେଶ ଇଲିସି ଉତ୍ପାଦନରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର। ତେବେ ସ୍ଥାନୀୟ ଚାହିଦା ଅଧିକ ରହୁଥିବାରୁ ସେ ମାଛ ରପ୍ତାନୀ ଉପରେ କଟକଣା ଲାଗୁ କରେ। ତେବେ ଭାରତରେ ଦୁର୍ଗାପୂଜା କାଳରେ ଏହି ମାଛ ରପ୍ତାନୀ କଟକଣା କୋହଳ କରିଥାଏ, ଯାହା ବେଙ୍ଗଲୀଙ୍କ ଏକ ପସନ୍ଦର ଆମିଷ ବ୍ୟଞ୍ଜନ। ଭାରତର ମାଛ ଆମଦାନୀକାରୀ ସଂଘ ଚଳିତମାସ ପ୍ରାରମ୍ଭରେ ବାଂଲାଦେଶ ବୈଦେଶିକ ବ୍ୟାପାର ପରାମର୍ଶଦାତା ତୈହିଦ ହୁସୈନଙ୍କୁ ଦୁର୍ଗା ପୂଜା କାଳରେ ଭାରତକୁ ଇଲିସି ରପ୍ତାନୀ ଅନୁମତି ଦେବାକୁ ନିବେଦନ କରିଥିଲା।