ସୋମବାରଠୁ ଟୋଲ ଦେୟ ମହଙ୍ଗା, ନିର୍ବାଚନ ପାଇଁ ସ୍ଥଗିତ ଥିଲା ବାର୍ଷିକ ବୃଦ୍ଧି ନିଷ୍ପତ୍ତି

ନୂଆଦିଲ୍ଲୀ ୦୩/୦୬: ସୋମବାରଠାରୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ ରୁ୫% ମହଙ୍ଗା ହେବାକୁ ଯାଉଛି । ସରକାରୀ ସୂତ୍ରରୁ ଏହା ଜଣାପଡ଼ିଛି । ଦେଶରେ ସାଧାରଣ ନିର୍ବାଚନ ଯୋଗୁ ଏପ୍ରିଲରେ ବାର୍ଷିକ ବୃଦ୍ଧି  ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ମୁଦ୍ରାସ୍ଫୀତିକୁ ଆଖି ଆଗରେ ରଖି ଭାରତରେ  ବର୍ଷକୁ ବର୍ଷ ଟୋଲ୍‌ ଦେୟକୁ ସଂଶୋଧିତ କରାଯାଇଥାଏ । ହାଇୱେ ଅପରେଟରମାନେ ସ୍ଥାନୀୟ ଖବରକାଗଜରେ ଏ ନେଇ ନୋଟିସ୍‌ ଜାରି କରିଛନ୍ତି । ଏହା ଅନୁସାରେ ସୋମବାରଠାରୁ ସମଗ୍ର ଦେଶରେ ଥିବା ପ୍ରାୟ ୧୧୦୦  ଟୋଲ୍‌ ପ୍ଲାଜାରେ ସଡ଼କ ଟିକସ ୩ରୁ ୫% ମହଙ୍ଗା ହେବ । ଭାରତୀୟ ଜାତୀୟ ରାଜପଥ ପ୍ରାଧୀକରଣ  (ଏନ୍‌ଏଚ୍‌ଏଆଇ)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି  ଯେ, ନିର୍ବାଚନ ଶେଷ ହୋଇଛି । ଏଣୁ ନିର୍ବାଚନ ସମୟରେ ସ୍ଥଗିତ ରଖାଯାଇଥିବା ଟୋଲ୍‌ ବୃଦ୍ଧି ନିଷ୍ପତ୍ତିକୁ ସୋମବାରଠାରୁ କାର୍ଯ୍ୟକାରୀ କରାଯାଉଛି ।  ଅଧିକାରୀଜଣକ କହିଛନ୍ତି ଯେ, ଟୋଲ୍‌ ଦେୟରେ ବୃଦ୍ଧି ଏବଂ ଇନ୍ଧନ ଉପରେ ଟିକସ  ଜାତୀୟ ରାଜପଥଗୁଡ଼ିକର ସମ୍ପ୍ରସାରଣରେ ସହାୟକ ହୋଇଥାଏ । ଏହି ଟୋଲ୍‌ ଦେୟ ବୃଦ୍ଧି ଯୋଗୁ ଆଇଆର୍‌ବି ଇନ୍‌ଫ୍ରାଷ୍ଟ୍ରକ୍‌ଚର ଡେଭେଲପର୍ସ ଏବଂ ଅଶୋକ  ବିଲ୍‌ଡକନ୍‌ ଲିମିଟେଡ ଭଳି ହାଇୱେ ଅପରେଟରମାନେ ଉପକୃତ ହେବେ । ସୂଚନାଯୋଗ୍ୟ, ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଭାରତ ଗତ ଦଶନ୍ଧିରେ କୋଟି କୋଟି ଡଲାର ନିବେଶ କରିଛି । ଭାରତର ୧୪୬,୦୦୦ କିମିର ସଡ଼କ  ନେଟ୍‌ୱର୍କ ସମଗ୍ର ବିଶ୍ୱରେ

ସୋମବାରଠୁ ଟୋଲ ଦେୟ ମହଙ୍ଗା, ନିର୍ବାଚନ ପାଇଁ ସ୍ଥଗିତ ଥିଲା ବାର୍ଷିକ ବୃଦ୍ଧି ନିଷ୍ପତ୍ତି

ନୂଆଦିଲ୍ଲୀ ୦୩/୦୬: ସୋମବାରଠାରୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ ରୁ୫% ମହଙ୍ଗା ହେବାକୁ ଯାଉଛି । ସରକାରୀ ସୂତ୍ରରୁ ଏହା ଜଣାପଡ଼ିଛି । ଦେଶରେ ସାଧାରଣ ନିର୍ବାଚନ ଯୋଗୁ ଏପ୍ରିଲରେ ବାର୍ଷିକ ବୃଦ୍ଧି  ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ମୁଦ୍ରାସ୍ଫୀତିକୁ ଆଖି ଆଗରେ ରଖି ଭାରତରେ  ବର୍ଷକୁ ବର୍ଷ ଟୋଲ୍‌ ଦେୟକୁ ସଂଶୋଧିତ କରାଯାଇଥାଏ । 

ହାଇୱେ ଅପରେଟରମାନେ ସ୍ଥାନୀୟ ଖବରକାଗଜରେ ଏ ନେଇ ନୋଟିସ୍‌ ଜାରି କରିଛନ୍ତି । ଏହା ଅନୁସାରେ ସୋମବାରଠାରୁ ସମଗ୍ର ଦେଶରେ ଥିବା ପ୍ରାୟ ୧୧୦୦  ଟୋଲ୍‌ ପ୍ଲାଜାରେ ସଡ଼କ ଟିକସ ୩ରୁ ୫% ମହଙ୍ଗା ହେବ । ଭାରତୀୟ ଜାତୀୟ ରାଜପଥ ପ୍ରାଧୀକରଣ  (ଏନ୍‌ଏଚ୍‌ଏଆଇ)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି  ଯେ, ନିର୍ବାଚନ ଶେଷ ହୋଇଛି । 

ଏଣୁ ନିର୍ବାଚନ ସମୟରେ ସ୍ଥଗିତ ରଖାଯାଇଥିବା ଟୋଲ୍‌ ବୃଦ୍ଧି ନିଷ୍ପତ୍ତିକୁ ସୋମବାରଠାରୁ କାର୍ଯ୍ୟକାରୀ କରାଯାଉଛି ।  ଅଧିକାରୀଜଣକ କହିଛନ୍ତି ଯେ, ଟୋଲ୍‌ ଦେୟରେ ବୃଦ୍ଧି ଏବଂ ଇନ୍ଧନ ଉପରେ ଟିକସ  ଜାତୀୟ ରାଜପଥଗୁଡ଼ିକର ସମ୍ପ୍ରସାରଣରେ ସହାୟକ ହୋଇଥାଏ । ଏହି ଟୋଲ୍‌ ଦେୟ ବୃଦ୍ଧି ଯୋଗୁ ଆଇଆର୍‌ବି ଇନ୍‌ଫ୍ରାଷ୍ଟ୍ରକ୍‌ଚର ଡେଭେଲପର୍ସ ଏବଂ ଅଶୋକ  ବିଲ୍‌ଡକନ୍‌ ଲିମିଟେଡ ଭଳି ହାଇୱେ ଅପରେଟରମାନେ ଉପକୃତ ହେବେ । 

ସୂଚନାଯୋଗ୍ୟ, ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଭାରତ ଗତ ଦଶନ୍ଧିରେ କୋଟି କୋଟି ଡଲାର ନିବେଶ କରିଛି । ଭାରତର ୧୪୬,୦୦୦ କିମିର ସଡ଼କ  ନେଟ୍‌ୱର୍କ ସମଗ୍ର ବିଶ୍ୱରେ ଦ୍ୱିତୀୟ ବୃହତ୍‌ । ୨୦୧୮-୧୯ ଆର୍ଥିକବର୍ଷରେ ଟୋଲ୍‌ ଆଦାୟରୁ  ୨୫୨୦୦ କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ  ୨୦୨୨-୨୩ରେ ଏହା ୫୪୦୦୦ କୋଟି ଟଙ୍କାରୁ ଅଧିକ ରହିଛି ।