ଭାରତର ଚକ୍ରବ୍ୟୁହ, ଆଉ ପାକିସ୍ତାନକୁ ମିଳିବ ନାହିଁ ମୁସଲିମ୍ ଦେଶମାନଙ୍କର ସମର୍ଥନ!
ମସ୍କଟ,୧୮।୨: ଓମାନର ରାଜଧାନୀ ମସ୍କଟରେ ଭାରତ ମହାସାଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଭାରତ ମହାସାଗର ଅଞ୍ଚଳର ବୈଦେଶିକ ମନ୍ତ୍ରୀଙ୍କ ସମେତ ୬୦ ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏକ ମୁସଲିମ ଦେଶରେ ଆୟୋଜିତ ଏହି ସମ୍ମିଳନୀରେ ଅନେକ ଇସଲାମିକ୍ ଦେଶକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ପାକିସ୍ତାନକୁ ଅଣଦେଖା କରାଯାଇଥିଲା। ଏହି ସମ୍ମିଳନୀ ଲାଗି ପାକିସ୍ତାନକୁ ନିମନ୍ତ୍ରଣ କରାଯାଇ ନାହିଁ। ଯାହାକୁ ନେଇ ପାକିସ୍ତାନୀ ବିଶ୍ଳେଷକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ […] The post ଭାରତର ଚକ୍ରବ୍ୟୁହ, ଆଉ ପାକିସ୍ତାନକୁ ମିଳିବ ନାହିଁ ମୁସଲିମ୍ ଦେଶମାନଙ୍କର ସମର୍ଥନ! appeared first on Dharitri Odia News.
ମସ୍କଟ,୧୮।୨: ଓମାନର ରାଜଧାନୀ ମସ୍କଟରେ ଭାରତ ମହାସାଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଭାରତ ମହାସାଗର ଅଞ୍ଚଳର ବୈଦେଶିକ ମନ୍ତ୍ରୀଙ୍କ ସମେତ ୬୦ ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏକ ମୁସଲିମ ଦେଶରେ ଆୟୋଜିତ ଏହି ସମ୍ମିଳନୀରେ ଅନେକ ଇସଲାମିକ୍ ଦେଶକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ପାକିସ୍ତାନକୁ ଅଣଦେଖା କରାଯାଇଥିଲା। ଏହି ସମ୍ମିଳନୀ ଲାଗି ପାକିସ୍ତାନକୁ ନିମନ୍ତ୍ରଣ କରାଯାଇ ନାହିଁ। ଯାହାକୁ ନେଇ ପାକିସ୍ତାନୀ ବିଶ୍ଳେଷକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମ ଓମାନ ଏବଂ ଇଣ୍ଡିଆ ଫାଉଣ୍ଡେଶନ ଦ୍ୱାରା ମିଳିତ ଭାବରେ ଆୟୋଜିତ ହୋଇଥିଲା। ଏଥିରେ ସିଙ୍ଗାପୁରର ଏସ୍. ରାଜରତ୍ନମ ସ୍କୁଲ ଅଫ ଇଣ୍ଟରନ୍ୟାଶନାଲ ଷ୍ଟଡିଜ୍ ମଧ୍ୟ ସହଯୋଗ କରିଥିଲା। ଏଥିରେ ବାଂଲାଦେଶକୁ ନିମନ୍ତ୍ରଣ କରାଯାଇଥିଲେ ହେଁ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇ ନଥିଲା। ଏହାକୁ ଭାରତର ଏକ ଷଡଯନ୍ତ୍ର। ଭାରତ ପାକିସ୍ତାନକୁ ସମସ୍ତ ଇସଲାମିକ ଦେଶଠାରୁ ଦୂରେଇ ରଖିବାକୁ ଚାହୁଁଛି ବୋଲି ପାକିସ୍ତାନର ଅନେକ ବିଶ୍ଳେଷକ କହିଛନ୍ତି।
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ କହିଛି, ଇସଲାମାବାଦର ରଣନୈତିକ ବିଶ୍ଳେଷକ ଡକ୍ଟର କମର ଚିମା କହିଛନ୍ତି ଯେ ଭାରତ ଏବଂ ଓମାନ ଏହି ସମ୍ମିଳନୀକୁ ବଡ଼ ସ୍ତରରେ ଆୟୋଜନ କରିଥିଲେ। କିନ୍ତୁ ପାକିସ୍ତାନକୁ ଏଥିରେ ସାମିଲ କରାଯାଇ ନ ଥିଲା। ଭାରତ ଓମାନ ସହିତ ସମ୍ପର୍କକୁ ପ୍ରାଥମିକତା ଦେଇଛି ଏବଂ ସମ୍ମିଳନୀରେ ଇଣ୍ଡିଆନ ଓସିଆନ୍ ରିମ୍ ଆସୋସିଏଶନ୍ର ସଦସ୍ୟ ଦେଶମାନଙ୍କୁ ସାମିଲ କରିଛି, କିନ୍ତୁ ପାକିସ୍ତାନକୁ ଦୂରେଇ ରଖାଯାଇଛି।
ପାକିସ୍ତାନୀ ବିଶ୍ଳେଷକ ଏହି ସମ୍ମିଳନୀରେ ପାକିସ୍ତାନର ଅନୁପସ୍ଥିତିକୁ ଏହାର କୂଟନୈତିକ ବିଫଳତା ବୋଲି କହିଛନ୍ତି। ଯେ ଭାରତର ନୀତି ପାକିସ୍ତାନକୁ ଅଲଗା କରିବା, କିନ୍ତୁ ଏଥର ଓମାନ ମଧ୍ୟ ପାକିସ୍ତାନକୁ ନିମନ୍ତ୍ରଣ କରିନାହିଁ। ସେ ଏହା ମଧ୍ୟ ପ୍ରଶ୍ନ ଉଠାଇଥିଲେ ଯେ ଯେତେବେଳେ ବାଂଲାଦେଶ, ଅଷ୍ଟ୍ରେଲିଆ ଏବଂ ବ୍ରାଜିଲ ଭଳି ଦେଶ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି, ତେବେ ପାକିସ୍ତାନ କାହିଁକି ନୁହେଁ? ପାକିସ୍ତାନ ଅନ୍ତର୍ଜାତୀୟ ବାଣିଜ୍ୟର ସୁରକ୍ଷାରେ ଯୋଗଦାନ ଦେଉଥିଲେ ହେଁ ଓମାନ ଭଳି ଏକ ଦେଶ ତାକୁ କିପରି ଅଣଦେଖା କଲା ତାହା ପାକିସ୍ତାନ ଚିନ୍ତା କରିବା ଉଚିତ ବୋଲି ଚିମା କହିଛନ୍ତି।
ତେବେ ଏହି ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଏସ୍. ଜୟଶଙ୍କର ବିଶ୍ୱସ୍ତରରେ ରାଜନୀତିରେ ବୃଦ୍ଧି ପାଉଥିବା ଅସ୍ଥିରତା ବିଷୟରେ ଉଲ୍ଲେଖ କରିଥିଲେ। ସେ ଚାଇନାର ନାମ ନ ନେଇ ବର୍ଷିଥିଲେ। ବୈଦେଶିକ ମନ୍ତ୍ରୀ ଏହାର ଋଣ ନୀତି ଏବଂ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (BRI)କୁ ମଧ୍ୟ ସମାଲୋଚନା କରିଥିଲେ। ଜୟଶଙ୍କର କହିଛନ୍ତି ଯେ କିଛି କ୍ଷେତ୍ରରେ ଋଣ ଏକ ବଡ଼ ଚିନ୍ତାର ବିଷୟ। ବଡ଼ ଦେଶଗୁଡ଼ିକ ଛୋଟ ଦେଶଗୁଡ଼ିକ ଉପରେ ଋଣର ବୋଝ ଲଦି ନିଜର ସ୍ବାର୍ଥ ପୂରଣ କରିବା ଆରମ୍ଭ କରନ୍ତି। ଏହା ବ୍ୟତୀତ ସେ ଦକ୍ଷିଣ ଚୀନ ସାଗରରେ ଚାଇନା ପ୍ରାଧାନ୍ୟ ପ୍ରତି ମଧ୍ୟ ଇଙ୍ଗିତ କରିଛନ୍ତି। ଏହା ଚାଇନା ପାଇଁ କୌଣସି ଟେନସନ୍ଠାରୁ କମ ନୁହେଁ।
ସମ୍ମିଳନୀ ସମୟରେ, ଏସ. ଜୟଶଙ୍କର ଏବଂ ଓମାନର ବୈଦେଶିକ ମନ୍ତ୍ରୀ ବଦର ଆଲବୁ ସଇଦି ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହା ଉପରେ ଚିମା କହିଛନ୍ତି ଯେ ଭାରତ ଇସଲାମିକ ଇତିହାସରୁ ଆଗକୁ ଯାଇ ୫୦୦୦ ବର୍ଷ ପୁରୁଣା ସଭ୍ୟତା ବିଷୟରେ ଆଲୋଚନା କରି ଏକ ବୁଦ୍ଧିମାନ ପଦକ୍ଷେପ ନେଇଛି। ସେ କହିଛନ୍ତି ଯେ ଭାରତ ପାଇଁ ଓମାନର ରଣନୈତିକ ଗୁରୁତ୍ୱ ବୃଦ୍ଧି ପାଉଛି ଏବଂ ଭବିଷ୍ୟତରେ ଓମାନ ବନ୍ଦରକୁ ପାକିସ୍ତାନ ବିରୁଦ୍ଧରେ ମଧ୍ୟ ବ୍ୟବହାର କରାଯାଇପାରିବ। ତେବେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିବାରେ ଓମାନର ବିଫଳତାକୁ ପାକିସ୍ତାନ ପାଇଁ ଏକ ବଡ଼ ଝଟ୍କା ବୋଲି ବିବେଚନା କରାଯାଉଛି।
The post ଭାରତର ଚକ୍ରବ୍ୟୁହ, ଆଉ ପାକିସ୍ତାନକୁ ମିଳିବ ନାହିଁ ମୁସଲିମ୍ ଦେଶମାନଙ୍କର ସମର୍ଥନ! appeared first on Dharitri Odia News.