କଂଗ୍ରେସ ବିଧାୟକ ପ୍ରାର୍ଥୀ ଗିରଫ

ବ୍ରହ୍ମପୁର,୧୭ା୫(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି। ଗତ ୧୩ ତାରିଖରେ ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀଙ୍କୁ ଆକ୍ରମଣ ଘଟଣାରେ ବ୍ରହ୍ମପୁର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଗିରଫ ହୋଇଥିଲେ। ଗୁରୁବାର ଜଣେ ପ୍ଲଟ ବ୍ୟବସାୟୀ ଓ ତାଙ୍କ ବାପା, ଭାଇଙ୍କୁ ଆକ୍ରମଣ ଅଭିଯୋଗରେ ସଦର ଥାନା ପୋଲିସ ଦିଗପହଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ କୁକୁଡ଼ାଖଣ୍ଡିର ସାକା ସୁଜିତଙ୍କୁ ଗିରଫ କରିଛି। ତାଙ୍କ ସହ ଜଗଦଳପୁରର ଅମିତ ନାୟକ ମଧ୍ୟ […] The post କଂଗ୍ରେସ ବିଧାୟକ ପ୍ରାର୍ଥୀ ଗିରଫ appeared first on Dharitri Odia News.

କଂଗ୍ରେସ ବିଧାୟକ ପ୍ରାର୍ଥୀ ଗିରଫ

ବ୍ରହ୍ମପୁର,୧୭ା୫(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି। ଗତ ୧୩ ତାରିଖରେ ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀଙ୍କୁ ଆକ୍ରମଣ ଘଟଣାରେ ବ୍ରହ୍ମପୁର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଗିରଫ ହୋଇଥିଲେ। ଗୁରୁବାର ଜଣେ ପ୍ଲଟ ବ୍ୟବସାୟୀ ଓ ତାଙ୍କ ବାପା, ଭାଇଙ୍କୁ ଆକ୍ରମଣ ଅଭିଯୋଗରେ ସଦର ଥାନା ପୋଲିସ ଦିଗପହଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ କୁକୁଡ଼ାଖଣ୍ଡିର ସାକା ସୁଜିତଙ୍କୁ ଗିରଫ କରିଛି। ତାଙ୍କ ସହ ଜଗଦଳପୁରର ଅମିତ ନାୟକ ମଧ୍ୟ ଗିରଫ ହୋଇଛନ୍ତି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ସଦର ଥାନା ନିକଟରେ ବୁଧବାର ସନ୍ଧ୍ୟାରେ ପ୍ଲଟ ବ୍ୟବସାୟୀ ସୁଧାଂଶୁ ସଂଗ୍ରାମ ପାଢ଼ୀ ଓ ତାଙ୍କ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗୋଳନ୍ଥରା ଶିହଳାର ସୁଧାଂଶୁ ଓ ତାଙ୍କ ସାଙ୍ଗ କୁକୁଡାଖଣ୍ଡି ଅଞ୍ଚଳରେ ପ୍ଲଟ ବ୍ୟବସାୟ କରୁଛନ୍ତି। ସୁଧାଂଶୁଙ୍କ ପାଖରେ କାମ କରୁଥିବା କର୍ମଚାରୀଙ୍କୁ ସେହି ପ୍ଲଟ ଉପରେ କେତେଜଣ ଦୁର୍ବୃତ୍ତ ଲୁହାରଡରେ ଆକ୍ରମଣ କରିଥିଲେ। ଏହା ଜାଣିବା ପରେ ସୁଧାଂଶୁ, ତାଙ୍କ ବାପା ଓ ୨ ଭାଇ ସେଠାରେ ପହଞ୍ଚିଥିଲେ। ସେମାନଙ୍କୁ ମଧ୍ୟ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ପରେ ବିଧାୟକ ପ୍ରାର୍ଥୀ ସାକା ସୁଜିତ ଓ ତାଙ୍କର ୬ରୁ ଅଧିକ ସମର୍ଥକ ସେଠାରେ ପହଞ୍ଚି ସୁଧାଂଶୁ ଓ ତାଙ୍କ ବାପା, ଭାଇଙ୍କୁ ଆକ୍ରମଣ କରିଥିଲେ। ସୁଧାଂଶୁଙ୍କ ବାପା ଓ ଭାଇଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ସେମାନେ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇଥିଲେ। ସଦର ଥାନା ପୋଲିସ ନଂ. ୧୯୩/୨୪ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

The post କଂଗ୍ରେସ ବିଧାୟକ ପ୍ରାର୍ଥୀ ଗିରଫ appeared first on Dharitri Odia News.