ପୂର୍ବତନ ଗୃହମନ୍ତ୍ରୀଙ୍କ ବିସ୍ଫୋରକ ବୟାନ, କଂଗ୍ରେସ ସରକାର ସମୟରେ କଶ୍ମୀର ଯିବାକୁ ଡର ଲାଗୁଥିଲା

ନୂଆଦିଲ୍ଲୀ,୧୦।୯: ପୂର୍ବତନ ଗୃହମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ରାଜନୈତିକ ପାରା ଜୋର ଧରିଛି। ସେ କହିଛନ୍ତି, ଯେତେବେଳେ ସେ ଦେଶର ଗୃହମନ୍ତ୍ରୀ ଥିଲେ, ସେତେବେଳେ ସେ କଶ୍ମୀର ଯିବାକୁ ଭୟ କରୁଥିଲେ। ତେବେ ତାଙ୍କର ଏପରି ବୟାନକୁ ନେଇ ରାଜନୈତିକ ମହଲରେ ହଲଚଲ ଦେଖିବାକୁ ମିଳିଛି। ଭାଜପା ତାଙ୍କ ବିବୃତ୍ତିରେ କାଉଣ୍ଟର କରିଥିବାବେଳେ କଂଗ୍ରେସ ଶିନ୍ଦେଙ୍କୁ ନିଜ ବୟାନରେ ଧ୍ୟାନ ଦେବାକୁ ପରାମର୍ଶ […] The post ପୂର୍ବତନ ଗୃହମନ୍ତ୍ରୀଙ୍କ ବିସ୍ଫୋରକ ବୟାନ, କଂଗ୍ରେସ ସରକାର ସମୟରେ କଶ୍ମୀର ଯିବାକୁ ଡର ଲାଗୁଥିଲା appeared first on Dharitri Odia News.

ପୂର୍ବତନ ଗୃହମନ୍ତ୍ରୀଙ୍କ ବିସ୍ଫୋରକ ବୟାନ, କଂଗ୍ରେସ ସରକାର ସମୟରେ କଶ୍ମୀର ଯିବାକୁ ଡର ଲାଗୁଥିଲା

ନୂଆଦିଲ୍ଲୀ,୧୦।୯: ପୂର୍ବତନ ଗୃହମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ରାଜନୈତିକ ପାରା ଜୋର ଧରିଛି। ସେ କହିଛନ୍ତି, ଯେତେବେଳେ ସେ ଦେଶର ଗୃହମନ୍ତ୍ରୀ ଥିଲେ, ସେତେବେଳେ ସେ କଶ୍ମୀର ଯିବାକୁ ଭୟ କରୁଥିଲେ। ତେବେ ତାଙ୍କର ଏପରି ବୟାନକୁ ନେଇ ରାଜନୈତିକ ମହଲରେ ହଲଚଲ ଦେଖିବାକୁ ମିଳିଛି। ଭାଜପା ତାଙ୍କ ବିବୃତ୍ତିରେ କାଉଣ୍ଟର କରିଥିବାବେଳେ କଂଗ୍ରେସ ଶିନ୍ଦେଙ୍କୁ ନିଜ ବୟାନରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।

ସୁଶୀଲ କହିଛନ୍ତି, ଯେତେବେଳେ ମୁଁ ଗୃହମନ୍ତ୍ରୀ ଥିଲି, ମୋତେ କଶ୍ମୀର ଯିବାକୁ ପରାମର୍ଶ ଦିଆଯାଉଥିଲା। କିନ୍ତୁ ମୋତେ ଡର ଲାଗୁଥିଲା। କହିରଖୁଛୁ କି, ରଶିଦ କିଦବଇଙ୍କ ଏ ପୁସ୍ତକ ଉନ୍ମେଚନ କାର୍ଯ୍ୟକ୍ରମରେ ସେ ଆହୁରି କହିଛନ୍ତି, ମୋତେ ଜଣେ ପରାମର୍ଶ ଦେଇଥିଲେ କଶ୍ମୀରରେ ଏଠି ସେଠି ଘୁର ନାହିଁ। ଲାଲ ଚୌକ ଯାଇ ସେଠାରେ ଭାଷଣ ଦିଅ। ଲୋକଙ୍କ ସହ ଭେଟ। ଡାଲ ହ୍ରଦରେ ଭ୍ରମଣ କର। ଏତିରେ ଲୋକଙ୍କୁ ଲାଗିବ ଯେ, ଆମ ଗୃହମନ୍ତ୍ରୀ ଏତେ ସାହାସୀ ଯେ ବିନା ହରି କଶ୍ମୀର ଭ୍ରମଣ କରୁଛନ୍ତି। ଏଥିରେ ଲୋକପ୍ରିୟତା ମିଳିବ। କିନ୍ତୁ ସତ କହିବାକୁ ଗଲେ ମୋତେ ବହୁତ ଡର ଲାଗୁଥିଲା।

ସୁଶୀଲ କୁମାର ସିନ୍ଦେଙ୍କ ବିବୃତ୍ତି ଉପରେ ଭାଜପା କାଉଣ୍ଟର କରିଛି। ଯେଉଁଥିରେ କୁହାଯାଇଛି ଯେ, ଧାରା ୩୭୦ ହଟାଇବା ପୂର୍ବରୁ ଉପତ୍ୟକାର ଅବସ୍ଥା କ’ଣ ଥିଲା ତାହାର ପ୍ରମାଣ ହେଉଛି ସିନ୍ଦେଙ୍କ ବିବୃତ୍ତି। ଭାଜପା ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ କଂଗ୍ରେସ ସିନ୍ଦେଙ୍କ କଥା ପ୍ରତି ଧ୍ୟାନ ଦେବା ଉଚିତ। ବର୍ତ୍ତମାନ ଜମ୍ମୁ କଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ସମ୍ପୂର୍ଣ୍ଣ ବନ୍ଦ ହୋଇଛି।

The post ପୂର୍ବତନ ଗୃହମନ୍ତ୍ରୀଙ୍କ ବିସ୍ଫୋରକ ବୟାନ, କଂଗ୍ରେସ ସରକାର ସମୟରେ କଶ୍ମୀର ଯିବାକୁ ଡର ଲାଗୁଥିଲା appeared first on Dharitri Odia News.