ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ପରେ ତେଜିଲା ରାଜନୀତି: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଆର୍‌ଏସ୍‌ ନେତା

ହାଇଦ୍ରାବାଦ,୧୩।୧୨: ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଗିରଫ ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ବିଆର୍‌ଏସ୍‌ ନେତା କେ.ଟି. ରାମା ରାଓ ତେଲଙ୍ଗାନା କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରଙ୍କୁ ନିନ୍ଦା କରିଛନ୍ତି। ଜାତୀୟ ପୁରସ୍କାର ବିଜେତା ଅଲ୍ଲୁ ଅର୍ଜୁନଙ୍କ ଗିରଫ ହେଉଛି ଶାସକଙ୍କ ଅସୁରକ୍ଷିତତାର ଶିଖର ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି। ଏହାର ଜବାବ ଦେଇ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି ଯେ, ‘ଅଭିନେତା ଅଲ୍ଲୁଙ୍କ ଗିରଫରେ ସରକାରଙ୍କ କୌଣସି ଭୂମିକା ନାହିଁ। ଏପରିକି […] The post ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ପରେ ତେଜିଲା ରାଜନୀତି: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଆର୍‌ଏସ୍‌ ନେତା appeared first on Dharitri Odia News.

ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ପରେ ତେଜିଲା ରାଜନୀତି: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଆର୍‌ଏସ୍‌ ନେତା

ହାଇଦ୍ରାବାଦ,୧୩।୧୨: ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଗିରଫ ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ବିଆର୍‌ଏସ୍‌ ନେତା କେ.ଟି. ରାମା ରାଓ ତେଲଙ୍ଗାନା କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରଙ୍କୁ ନିନ୍ଦା କରିଛନ୍ତି। ଜାତୀୟ ପୁରସ୍କାର ବିଜେତା ଅଲ୍ଲୁ ଅର୍ଜୁନଙ୍କ ଗିରଫ ହେଉଛି ଶାସକଙ୍କ ଅସୁରକ୍ଷିତତାର ଶିଖର ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି।

ଏହାର ଜବାବ ଦେଇ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି ଯେ, ‘ଅଭିନେତା ଅଲ୍ଲୁଙ୍କ ଗିରଫରେ ସରକାରଙ୍କ କୌଣସି ଭୂମିକା ନାହିଁ। ଏପରିକି କୌଣସି ରାଜନୈତିକ କାରଣ ନାହିଁ, ଆଇନ ଆଗରେ ସମସ୍ତେ ସମାନ’।

ସୂଚନା ଯୋଗ୍ୟ ଡିସେମ୍ବର ୪ରେ, ପୁଷ୍ପା-୨ ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସା ଥିଏଟର ନିକଟରେ ଦଳାଚକଟା ହୋଇଥିଲା। ଏଥିରେ ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏପରିକି ତାଙ୍କର ୮ ବର୍ଷର ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏନେଇ ମହିଳାଙ୍କ ପରିବାର ଲୋକେ ଡିସେମ୍ବର ୫ରେ ଅଲ୍ଲୁ ଅର୍ଜୁନଙ୍କ ସହ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟଙ୍କ ବିରୋଧରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଶୁକ୍ରବାର ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି।

The post ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ପରେ ତେଜିଲା ରାଜନୀତି: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଆର୍‌ଏସ୍‌ ନେତା appeared first on Dharitri Odia News.