ବିମାନ ଶୌଚାଳୟରେ ଟିସୁ ପେପର୍ରେ ଲେଖା ଥିଲା ‘ବୋମା’, ଯାତ୍ରୀ ଆତଙ୍କିତ
ଦିଲ୍ଲୀରୁ ଭଦୋଦରା ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ଏହାକୁ ନେଇ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟର ବାତାବରଣ ଖେଳିଯାଇଛି । ଯେତେବେଳେ ଚାଳକ ଦଳର ଜଣେ ସଦସ୍ୟ ବିମାନ ଶୌଚାଳୟରେ ଏକ ଟିସୁ ପେପର୍ରେ ‘ବୋମା’ ଲେଖାଯାଇଥିବାର ଦେଖିବାକୁ ପାଇଥିଲେ, ସେତେବେଳେ ଆତଙ୍କର ମାହୋଲ ସୃଷ୍ଟି ହୋଇଥିଲା । ଗୁରୁବାର ପୋଲିସ ଏହି ସୂଚନା ଦେଇଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ବୁଧବାର ସନ୍ଧ୍ୟାରେ ‘ବୋମା’ ଲେଖା ଥିବା […] The post ବିମାନ ଶୌଚାଳୟରେ ଟିସୁ ପେପର୍ରେ ଲେଖା ଥିଲା ‘ବୋମା’, ଯାତ୍ରୀ ଆତଙ୍କିତ appeared first on KNews Odisha.

ଦିଲ୍ଲୀରୁ ଭଦୋଦରା ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ଏହାକୁ ନେଇ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟର ବାତାବରଣ ଖେଳିଯାଇଛି । ଯେତେବେଳେ ଚାଳକ ଦଳର ଜଣେ ସଦସ୍ୟ ବିମାନ ଶୌଚାଳୟରେ ଏକ ଟିସୁ ପେପର୍ରେ ‘ବୋମା’ ଲେଖାଯାଇଥିବାର ଦେଖିବାକୁ ପାଇଥିଲେ, ସେତେବେଳେ ଆତଙ୍କର ମାହୋଲ ସୃଷ୍ଟି ହୋଇଥିଲା । ଗୁରୁବାର ପୋଲିସ ଏହି ସୂଚନା ଦେଇଛି ।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ବୁଧବାର ସନ୍ଧ୍ୟାରେ ‘ବୋମା’ ଲେଖା ଥିବା ଟିସୁ ପେପର ମିଳିବା ପରେ ବିମାନ ଭିତରେ ଖୋଜାଖୋଜି କରାଯାଇଥିଲା, କିନ୍ତୁ କିଛି ବି ସନ୍ଦେହଜନକ ଜିନିଷ ମିଳି ନ ଥିଲା । ଏ ସମ୍ପର୍କରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଏବଂ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଥିଲା ଏବଂ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇବା ପାଇଁ କୁହାଯାଇଥିଲା ।
ଅଧିକାରୀ କହିଛନ୍ତି ଯେ ବିମାନର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଛି, କିନ୍ତୁ କିଛି ବି ମିଳିନାହିଁ । ଏହି ଘଟଣା ପରେ ଯାତ୍ରୀମାନେ ଅନ୍ୟ ଏକ ବିମାନରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲେ ।
ଏହିପରି କିଛି ଦିନ ତଳେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ବୋମା ଧମକ ମିଳିଥିଲା । ଏହାକୁ ନେଇ ଚାରିଆଡ଼େ ଆତଙ୍କର ବାତାବରଣ ଖେଳିଯାଇଥିଲା । ଦିଲ୍ଲୀ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ସେମାନଙ୍କୁ ବିଭିନ୍ନ ହସ୍ପିଟାଲରୁ ବୋମା ଧମକ ନେଇ ଇମେଲ ମିଳିଥିଲା । ଏହି ହସ୍ପିଟାଲଗୁଡ଼ିକ ମଧ୍ୟରେ ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ (ଜନକପୁରୀ), ହେଡ୍ଗେଓ୍ଵାର ହସ୍ପିଟାଲ, ଦୀପଚନ୍ଦ୍ର ବନ୍ଧୁ ହସ୍ପିଟାଲ ଆଦି ଅନ୍ତର୍ଭୁକ୍ତ । ବୋମା ଧମକର ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ ସମସ୍ତ କଲ୍ ଯାଞ୍ଚ କରିଥିଲା ।
ବୁରାଡ଼ି ହସ୍ପିଟାଲ, ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଉଭୟ ହସ୍ପିଟାଲରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ବୋମା ଓ ଡଗ୍ ସ୍କ୍ଵାଡ୍ ସହାୟତାରେ ପୋଲିସ, ଅଗ୍ନିଶମ ବିଭାଗ ଏବଂ ସିଭିକ୍ ଏଜେନ୍ସି ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ । ତେବେ ପରିସରରୁ କୌଣସି ସନ୍ଦେହଜନକ ଜିନିଷ ମିଳି ନ ଥିଲା ।
The post ବିମାନ ଶୌଚାଳୟରେ ଟିସୁ ପେପର୍ରେ ଲେଖା ଥିଲା ‘ବୋମା’, ଯାତ୍ରୀ ଆତଙ୍କିତ appeared first on KNews Odisha.