SOA ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ସାମଗ୍ରିକ ଶିକ୍ଷାନୁଷ୍ଠାନ ତାଲିକାରେ ଦେଶରେ ୨୪
ଭୁବନେଶ୍ୱର: ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ନ୍ୟାସନାଲ ଇନଷ୍ଟିଚ୍ୟୁଟ ରାଙ୍କିଙ୍ଗ ଫ୍ରେମଓ୍ଵର୍କ(NIRF) ୨୦୨୪ର ରାଙ୍କିଙ୍ଗ୍ସ ଘୋଷଣା କରାଯାଇଛି। ଏଥିରେ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ବିଶ୍ୱବିଦ୍ୟାଳୟ । ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ର୍ୟାଙ୍କିଙ୍ଗ ଘୋଷଣା କରାଯାଇଛି ।ଗତବର୍ଷ ସୋଆ ଦେଶରେ ୧୫ ତମ ର୍ୟାଙ୍କ ହାସଲ କରିଥିଲା । ନୂଆଦିଲ୍ଲୀରେ ଭାରତ ମଣ୍ଡପମରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗସ୍ର ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରାଜ୍ୟ ଶିକ୍ଷାମନ୍ତ୍ରୀ ଶ୍ରୀ ସୁକାନ୍ତ ମଜୁମ୍ଦାର ମଧ୍ୟ ଉପସ୍ଥିତ ଥିଲେ । ସେହିପରି ସାମଗ୍ରିକ ଶିକ୍ଷାନୁଷ୍ଠାନ ତାଲିକାରେ ଗତବର୍ଷର ର୍ୟାଙ୍କିଙ୍ଗ ଠାରୁ ଦୁଇଟି ସ୍ଥାନ ଉପରକୁ ଉଠି ସୋଆ ଏଥର ୨୪ ତମ ସ୍ଥାନ ହାସଲ କରିଛି । ୨୦୧୬ ମସିହାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୯ ବର୍ଷ ଧରି ଜାରି ହେଉଥିବା ଏନ୍ଆଇଆର୍ଏଫ୍ ରାଙ୍କିଙ୍ଗସ୍ରେ ଦେଶର ଶ୍ରେଷ୍ଠ ୨୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ନିଜ ସ୍ଥାନ ବଜାୟ ରଖିଛି ସୋଆ । ସେଥି ମଧ୍ୟରୁ ୭ ଥର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସାମିଲ୍ କରି ପାରିଛି ସୋଆ ।ଡିମ୍ଡ ବିଶ୍ୱବିଦ୍ୟାଳୟ ଇଞ୍ଜି
ଭୁବନେଶ୍ୱର: ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ନ୍ୟାସନାଲ ଇନଷ୍ଟିଚ୍ୟୁଟ ରାଙ୍କିଙ୍ଗ ଫ୍ରେମଓ୍ଵର୍କ(NIRF) ୨୦୨୪ର ରାଙ୍କିଙ୍ଗ୍ସ ଘୋଷଣା କରାଯାଇଛି। ଏଥିରେ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ବିଶ୍ୱବିଦ୍ୟାଳୟ । ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ର୍ୟାଙ୍କିଙ୍ଗ ଘୋଷଣା କରାଯାଇଛି ।
ଗତବର୍ଷ ସୋଆ ଦେଶରେ ୧୫ ତମ ର୍ୟାଙ୍କ ହାସଲ କରିଥିଲା । ନୂଆଦିଲ୍ଲୀରେ ଭାରତ ମଣ୍ଡପମରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗସ୍ର ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରାଜ୍ୟ ଶିକ୍ଷାମନ୍ତ୍ରୀ ଶ୍ରୀ ସୁକାନ୍ତ ମଜୁମ୍ଦାର ମଧ୍ୟ ଉପସ୍ଥିତ ଥିଲେ । ସେହିପରି ସାମଗ୍ରିକ ଶିକ୍ଷାନୁଷ୍ଠାନ ତାଲିକାରେ ଗତବର୍ଷର ର୍ୟାଙ୍କିଙ୍ଗ ଠାରୁ ଦୁଇଟି ସ୍ଥାନ ଉପରକୁ ଉଠି ସୋଆ ଏଥର ୨୪ ତମ ସ୍ଥାନ ହାସଲ କରିଛି ।
୨୦୧୬ ମସିହାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୯ ବର୍ଷ ଧରି ଜାରି ହେଉଥିବା ଏନ୍ଆଇଆର୍ଏଫ୍ ରାଙ୍କିଙ୍ଗସ୍ରେ ଦେଶର ଶ୍ରେଷ୍ଠ ୨୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ନିଜ ସ୍ଥାନ ବଜାୟ ରଖିଛି ସୋଆ । ସେଥି ମଧ୍ୟରୁ ୭ ଥର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସାମିଲ୍ କରି ପାରିଛି ସୋଆ ।
ଡିମ୍ଡ ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ କ୍ୟାଟେଗୋରିରେ ଗତ ବର୍ଷ ୨୭ ତମ ରାଙ୍କ ହାସଲ କରିଥିବା ବେଳେ ଚଳିତ ବର୍ଷ ଏଥିରେ ଉନ୍ନତି ଘଟି ୨୬ ତମ ସ୍ଥାନରେ ପହଞ୍ଚିଛି। ମେଡିକାଲ୍ ସାଇନସେସ୍ କ୍ୟାଟେଗୋରିରେ ଦେଶରେ ସୋଆ ୨୧ ତମ, ଡେଣ୍ଟାଲ ଏବଂ ଲ' କ୍ୟାଟେଗୋରିରେ ନବମ ସ୍ଥାନରେ ରହିଛି । ସେହିପରି ମ୍ୟାନେଜମେଣ୍ଟ ସାଇନସେସ୍ କ୍ୟାଟେଗୋରିରେ ୬୨ତମ ଏବଂ ରିସର୍ଚ୍ଚ କ୍ୟାଟେଗୋରିରେ ୫୦ ତମ ସ୍ଥାନ ହାସଲ କରିଛି ସୋଆ ।
ସୋଆର ଦୁଇଟି ଶିକ୍ଷାନୁଷ୍ଠାନ ଫାକଲ୍ଟି ଅଫ୍ ଲ (ସୋଆ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଲ) ଏବଂ ଫାକଲ୍ଟି ଅଫ୍ ଡେଣ୍ଟାଲ ସାଇନସେସ୍ (ଇନଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନସେସ୍) ନବମ ସ୍ଥାନ ହାସଲ କରି ଟପ୍ ଟେନ୍ ତାଲିକାରେ ରହିଛି। ଏହା ପୂର୍ବରୁ ସୋଆ ୨୦୨୨ରେ ନ୍ୟାସନାଲ୍ ଆସେସ୍ମେଣ୍ଟ ଆଣ୍ଡ ଆକ୍ରେଡିଟେସନ୍ କାଉନସିଲ୍ (ନାକ୍) ଦ୍ୱାରା ସର୍ବାଧିକ ଏ ++ ଗ୍ରେଡ୍ ହାସଲ କରି ପୁନଃ ସ୍ୱୀକୃତି ଲାଭ କରିଥିଲା ।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ଅବସରରେ ଖୁସି ବ୍ୟକ୍ତ କରିବା ସହ ବିଶ୍ୱବିଦ୍ୟାଳୟର ଫାକଲ୍ଟି, ଗବେଷକ ଏବଂ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋଆକୁ ଆହୁରି ଉଚ୍ଚକୁ ନେବା ନିମନ୍ତେ ସେମାନଙ୍କର ଏହି ଉଦ୍ୟମକୁ ଜାରି ରଖିବା ନିମନ୍ତେ ସେ କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟର ଏହି ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ବିଶ୍ୱବିଦ୍ୟାଳୟକୁ ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ଶ୍ରେଷ୍ଠ ୧୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନିତ କରିବା ପାଇଁ କଠିନ ପରିଶ୍ରମ ଜାରି ରଖିବା ନିମନ୍ତେ ଆହ୍ୱାନ ଦେଇଛନ୍ତି।