ଶାଢ଼ୀରେ ବାନ୍ଧି ମରଣାନ୍ତକ ଆକ୍ରମଣ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

କୁଚିଣ୍ଡା ୨୭।୩: ଭୁଜାଲିରେ ଆକ୍ରମଣ କରି ବନ୍ଧୁକ ମୁନରେ ଲୁଟ୍ । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବୁଧବାର ବିଳମ୍ବିତ ରାତିରେ ଘଟିଛି ଲୁଟ୍ ଘଟଣା । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଦୀନେଶ ଖଣ୍ଡେଲୱାଲଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି । ପରିବାର ଲୋକଙ୍କୁ ଶାଢ଼ୀ ଓ ଚୂନରୀରେ ବାନ୍ଧି ମରଣାନ୍ତକ ଆକ୍ରମଣ । ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ୫ ଜଣ ଲୁଟେରା ମୁଖା ପିନ୍ଧି ଲୁଟ୍ କରିଥିଲେ । ଘଟଣାସ୍ଥଳରେ ଗୋବିନ୍ଦପୁର ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ତନାଘନା ଚଳାଇଛନ୍ତି । ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ଝରକା ଲୁହା ଗ୍ରୀଲ୍ ଭାଙ୍ଗି ଘର ଭିତରକୁ ପଶି ପ୍ରାୟ ୧ ଘଣ୍ଟା ଧରି ଆତଙ୍କ ଖେଳାଇବା ସହ ଲୁଟ୍ କରିଥିଲେ ଦୁର୍ବୃତ୍ତ । ରାତି ପ୍ରାୟ ୨ଟା ବେଳେ ଡକାୟତ ମାନେ ଘରକୁ ପଶି ଘର ମାଲିକ ଦୀନେଶଙ୍କ ବଡ ପୁଅ ଗୌରବ ଓ ରାହୁଲଙ୍କୁ ଭୁଜାଲିରେ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ । ଅନ୍ୟପଟେ ବୋହୂ ଗର୍ଭବତୀ ଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଘରେ ଥିବା ଆଲମାରୀ ଗୁଡ଼ିକ ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ବହୁ ପରିମାଣର ସୁନା ଗହଣା ଲୁଟ୍ କରି ଫେରାର ହୋଇଯାଇଥିଲେ । ଡକାୟତ ମାନେ ମୁଖା ପିନ୍ଧିଥିବା ବେଳେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ପରିବାର ଲୋକେ କହିଛନ୍ତି । ଯଦି ପୋଲିସର ଆଶ୍ରୟ ନେଲେ କିମ୍ବା

ଶାଢ଼ୀରେ ବାନ୍ଧି ମରଣାନ୍ତକ ଆକ୍ରମଣ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

କୁଚିଣ୍ଡା ଭୁଜାଲିରେ ଆକ୍ରମଣ କରି ବନ୍ଧୁକ ମୁନରେ ଲୁଟ୍ । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବୁଧବାର ବିଳମ୍ବିତ ରାତିରେ ଘଟିଛି ଲୁଟ୍ ଘଟଣା । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଦୀନେଶ ଖଣ୍ଡେଲୱାଲଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି । ପରିବାର ଲୋକଙ୍କୁ ଶାଢ଼ୀ ଓ ଚୂନରୀରେ ବାନ୍ଧି ମରଣାନ୍ତକ ଆକ୍ରମଣ । ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ୫ ଜଣ ଲୁଟେରା ମୁଖା ପିନ୍ଧି ଲୁଟ୍ କରିଥିଲେ । ଘଟଣାସ୍ଥଳରେ ଗୋବିନ୍ଦପୁର ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ତନାଘନା ଚଳାଇଛନ୍ତି । 

ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ଝରକା ଲୁହା ଗ୍ରୀଲ୍ ଭାଙ୍ଗି ଘର ଭିତରକୁ ପଶି ପ୍ରାୟ ୧ ଘଣ୍ଟା ଧରି ଆତଙ୍କ ଖେଳାଇବା ସହ ଲୁଟ୍ କରିଥିଲେ ଦୁର୍ବୃତ୍ତ । ରାତି ପ୍ରାୟ ୨ଟା ବେଳେ ଡକାୟତ ମାନେ ଘରକୁ ପଶି ଘର ମାଲିକ ଦୀନେଶଙ୍କ ବଡ ପୁଅ ଗୌରବ ଓ ରାହୁଲଙ୍କୁ ଭୁଜାଲିରେ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ । ଅନ୍ୟପଟେ ବୋହୂ ଗର୍ଭବତୀ ଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଘରେ ଥିବା ଆଲମାରୀ ଗୁଡ଼ିକ ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ବହୁ ପରିମାଣର ସୁନା ଗହଣା ଲୁଟ୍ କରି ଫେରାର ହୋଇଯାଇଥିଲେ । ଡକାୟତ ମାନେ ମୁଖା ପିନ୍ଧିଥିବା ବେଳେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ପରିବାର ଲୋକେ କହିଛନ୍ତି । ଯଦି ପୋଲିସର ଆଶ୍ରୟ ନେଲେ କିମ୍ବା ବେଶୀ ତନାଘନା କଲେ ଜୀବନରେ ମାରିଦେବାର ଧମକ ଦେଇଥିବା କହିଛନ୍ତି । ପୋଲିସ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ଅଞ୍ଚଳକୁ ସିଲ୍ କରିଥିବା ବେଳେ ତଦନ୍ତରେ ବାଧା ସୃଷ୍ଟି ନେଇ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

You Can Read:

ଏଣିକି ନବମ ଏବଂ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ, ଖର୍ଚ୍ଚ ହେବ ୫୭୦.୭୧ କୋଟି ଟଙ୍କା