ଜଙ୍ଗଲରେ ୫୦୦ ଗାଈଙ୍କ ମୃତଦେହ: ଲୋକେ ଆତଙ୍କିତ…

ଶିବପୁରୀ,୧୯।୨ : ମଧ୍ୟପ୍ରଦେଶର ଏକ ଗ୍ରାମ ନିକଟ ଜଙ୍ଗଲରେ ୫୦୦ ଗାଈଙ୍କ ମୃତଦେହ ମିଳିଛି। ଏତେ ସଂଖ୍ୟକ ଗାଈ ସେଠାରେ କିପରି ପହଞ୍ଚିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହି ଗାଈ ମାନଙ୍କୁ ସହରାଞ୍ଚଳରୁ ଅଣାଯାଇ ଜଙ୍ଗଲରେ ଫିଙ୍ଗି ଦିଆଯାଇଛି। ପରିସ୍ଥିତିକୁ ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଏନେଇ ଉଦବେଗ ପ୍ରକାଶ କରି ସିଲାରପୁର ଗାଁର ମୁଖ୍ୟ କହିଛନ୍ତି ପ୍ରଶାସନକୁ ଜଣାଇବା ପରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ […] The post ଜଙ୍ଗଲରେ ୫୦୦ ଗାଈଙ୍କ ମୃତଦେହ: ଲୋକେ ଆତଙ୍କିତ… appeared first on Dharitri Odia News.

ଜଙ୍ଗଲରେ ୫୦୦ ଗାଈଙ୍କ ମୃତଦେହ: ଲୋକେ ଆତଙ୍କିତ…

ଶିବପୁରୀ,୧୯।୨ : ମଧ୍ୟପ୍ରଦେଶର ଏକ ଗ୍ରାମ ନିକଟ ଜଙ୍ଗଲରେ ୫୦୦ ଗାଈଙ୍କ ମୃତଦେହ ମିଳିଛି। ଏତେ ସଂଖ୍ୟକ ଗାଈ ସେଠାରେ କିପରି ପହଞ୍ଚିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହି ଗାଈ ମାନଙ୍କୁ ସହରାଞ୍ଚଳରୁ ଅଣାଯାଇ ଜଙ୍ଗଲରେ ଫିଙ୍ଗି ଦିଆଯାଇଛି। ପରିସ୍ଥିତିକୁ ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଏନେଇ ଉଦବେଗ ପ୍ରକାଶ କରି ସିଲାରପୁର ଗାଁର ମୁଖ୍ୟ କହିଛନ୍ତି ପ୍ରଶାସନକୁ ଜଣାଇବା ପରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ମିଳିଥିବା ରିପୋର୍ଟ ଅନୁଯାୟୀ, ସିଲାରପୁର ଗାଁର ମୁଖ୍ୟ କହିଛନ୍ତି ଘଟଣାସ୍ଥଳରେ ୫୦୦ ଗାଈଙ୍କ ମୃତ ଦେହ ପଡ଼ିଛି। ପ୍ରାଣୀ ଚିକିତ୍ସକ ଡକ୍ଟର ଭାଦିଲ ଜାଟଭ କହିଛନ୍ତି ଯେ ଏହି କ୍ଷେତ୍ର କରୈରା ପୌରପାଳିକା ଅଞ୍ଚଳର ଅଟେ। ମୃତ ଗାଈମାନଙ୍କ ପାଇଁ ଏହି ଅଞ୍ଚଳ ଏକ ଅନୌପଚାରିକ ଡମ୍ପିଂ ଗ୍ରାଉଣ୍ଡରେ ପରିଣତ ହୋଇଛି। ଗାଈଙ୍କର ମୃତ୍ୟୁ ପ୍ରବଳ ଥଣ୍ଡା ଯୋଗୁ ହୋଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।

ମ୍ୟୁନିସିପାଲିଟି କର୍ମଚାରୀମାନେ ଉକ୍ତ ଅଞ୍ଚଳରେ ମୃତ ଗାଈ ପକାଇବା ଘଟଣାକୁ ସ୍ବୀକାର କରିବାକୁ ପଛାଉଛନ୍ତି। କୁହାଯାଉଛି ମଧ୍ୟପ୍ରଦେଶର ଶିବପୁରୀ-ଝାନସୀ ସୀମା ମଧ୍ୟରେ ଥିବା ଜଙ୍ଗଲରେ ଗାଈଙ୍କ ମୃତଦେହ ମିଳିଛି। ଏତେ ସଂଖ୍ୟକ ଗାଈ କେଉଁଠୁ ଆସିଲେ ବୋଲି ସିଲାରପୁର ଗାଁର ମୁଖ୍ୟ ପଚାରିଥିଲେ। ଲୋକମାନେ ଏହାକୁ ନେଇ ବିଭିନ୍ନ କଥା କହୁଛନ୍ତି। ଏଭଳି ପରିସ୍ଥିତିରେ ଅନୁସନ୍ଧାନ ପରେ ହିଁ ପରିସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଉଛି।

The post ଜଙ୍ଗଲରେ ୫୦୦ ଗାଈଙ୍କ ମୃତଦେହ: ଲୋକେ ଆତଙ୍କିତ… appeared first on Dharitri Odia News.