ହତ୍ୟାକାଣ୍ଡରେ ପୁଅ ସମ୍ପୃକ୍ତ ଜାଣି ବିଷ ପିଇଦେଲେ ମା’, ବାପା

ପୁରୁଷୋତ୍ତମପୁର,୪।୪(ସୀମାଞ୍ଚଳ ମିଶ୍ର)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଡ଼ଶୁର କାହ୍ନୁଚରଣ ବେହେରା (୫୫)ଙ୍କୁ ଗତ ଶୁକ୍ରବାର ଛୁରି ଭୁସି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶିକୁଳା ଗ୍ରାମର ସନାତନ ପ୍ରଧାନ ହୋଇଥିବା ବେଳେ ତାଙ୍କ ସହଯୋଗୀ ଶିକୁଳାର ସନ୍ତୋଷ ସ୍ବାଇଁ ହୋଇଥିବା ନେଇ ତାଙ୍କ ବାପା ନାରାୟଣ ସ୍ବାଇଁ ଏବଂ ମା’ ଲକ୍ଷ୍ମୀ ସ୍ବାଇଁ ଜାଣିବାକୁ ପାଇଥିଲେ ା ଫଳରେ ପୁଅର […] The post ହତ୍ୟାକାଣ୍ଡରେ ପୁଅ ସମ୍ପୃକ୍ତ ଜାଣି ବିଷ ପିଇଦେଲେ ମା’, ବାପା appeared first on Dharitri Odia News.

ହତ୍ୟାକାଣ୍ଡରେ ପୁଅ ସମ୍ପୃକ୍ତ ଜାଣି ବିଷ ପିଇଦେଲେ ମା’, ବାପା

ପୁରୁଷୋତ୍ତମପୁର,୪।୪(ସୀମାଞ୍ଚଳ ମିଶ୍ର)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଡ଼ଶୁର କାହ୍ନୁଚରଣ ବେହେରା (୫୫)ଙ୍କୁ ଗତ ଶୁକ୍ରବାର ଛୁରି ଭୁସି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶିକୁଳା ଗ୍ରାମର ସନାତନ ପ୍ରଧାନ ହୋଇଥିବା ବେଳେ ତାଙ୍କ ସହଯୋଗୀ ଶିକୁଳାର ସନ୍ତୋଷ ସ୍ବାଇଁ ହୋଇଥିବା ନେଇ ତାଙ୍କ ବାପା ନାରାୟଣ ସ୍ବାଇଁ ଏବଂ ମା’ ଲକ୍ଷ୍ମୀ ସ୍ବାଇଁ ଜାଣିବାକୁ ପାଇଥିଲେ ା ଫଳରେ ପୁଅର ଆପରାଧିକ କୁକର୍ମ ଲାଗି ଲୋକଲଜ୍ଜାରେ ଗୁରୁବାର ଅପରାହ୍ନରେ ବାପା ଓ ମା’ ବିଷ ପିଇ ଦେଇଥିଲେ। ଫଳରେ ଉଭୟଙ୍କୁ ଚିକିତ୍ସା ଲାଗି କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ନାରାୟଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଲକ୍ଷ୍ମୀଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁରୁଷୋତ୍ତମପୁର ଥାନା ଆଇଆଇସି ବିପିନ ବିହାରୀ ହୋତା ମାମଲାର ଅଧିକ ତଦନ୍ତ ଚାଲିଥିବା କହିଛନ୍ତି।

The post ହତ୍ୟାକାଣ୍ଡରେ ପୁଅ ସମ୍ପୃକ୍ତ ଜାଣି ବିଷ ପିଇଦେଲେ ମା’, ବାପା appeared first on Dharitri Odia News.