ଭିଜିଲାନ୍ସ ଜାଲରେ ଏଏସ୍‌ଆଇ, ଧରିବା ପୂର୍ବରୁ ଥାନାରୁ ମାରିଲେ ଚମ୍ପଟ

ଭବାନୀପାଟଣା,୨୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ ଗୁରୁବାର ରାତିରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗୋଇରାପଦର ପ୍ରଭା ପୂଝାରୀଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ସ୍ଥାନୀୟ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ମାଡିବସିଥିଲା। ହେଲେ ଏଏସ୍‌ଆଇ ଖେମୁଣ୍ଡୁ ଭିଜିଲାନ୍ସ ବିଭାଗକୁ ଚକ୍‌ମା ଦେଇ ଥାନାରୁ ଚମ୍ପଟ ମାରିଥିଲେ। ଭିଜିଲାନ୍ସ ବିଭାଗ […] The post ଭିଜିଲାନ୍ସ ଜାଲରେ ଏଏସ୍‌ଆଇ, ଧରିବା ପୂର୍ବରୁ ଥାନାରୁ ମାରିଲେ ଚମ୍ପଟ appeared first on Dharitri Odia News.

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ, ଧରିବା ପୂର୍ବରୁ ଥାନାରୁ ମାରିଲେ ଚମ୍ପଟ

ଭବାନୀପାଟଣା,୨୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ ଗୁରୁବାର ରାତିରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗୋଇରାପଦର ପ୍ରଭା ପୂଝାରୀଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ସ୍ଥାନୀୟ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ମାଡିବସିଥିଲା। ହେଲେ ଏଏସ୍‌ଆଇ ଖେମୁଣ୍ଡୁ ଭିଜିଲାନ୍ସ ବିଭାଗକୁ ଚକ୍‌ମା ଦେଇ ଥାନାରୁ ଚମ୍ପଟ ମାରିଥିଲେ। ଭିଜିଲାନ୍ସ ବିଭାଗ ୩୫ ଶହ ଟଙ୍କା ଜବତ କରି ଗ୍ରାମରକ୍ଷୀଙ୍କୁ ଅଟକ ରଖି ଏଏସ୍‌ଆଇଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

The post ଭିଜିଲାନ୍ସ ଜାଲରେ ଏଏସ୍‌ଆଇ, ଧରିବା ପୂର୍ବରୁ ଥାନାରୁ ମାରିଲେ ଚମ୍ପଟ appeared first on Dharitri Odia News.