ମଦ ଘୋଟାଲା ମାମଲାରେ ଷଷ୍ଠ ଥର ପାଇଁ କେଜ୍ରିୱାଲଙ୍କୁ ସମନ କଲା ଇଡି
ନୂଆଦିଲ୍ଲୀ,୧୪।୨: କଥିତ ମଦ ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଫେବୃଆରୀ ୧୯ ତାରିଖରେ ହଜାର ହେବାକୁ ଇଡି କହିଛି। ଏହା ପୂର୍ବରୁ ଇଡି କେଜ୍ରିୱାଲଙ୍କୁ ୫ ଥର ସମନ କରିସାରିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଜ୍ରିୱାଲ ଇଡି ଆଗରେ ହଜାର ହୋଇନାହାନ୍ତି। ଇଡିର ସମନକୁ ସେ ପ୍ରତିଶୋଧମୂଳକ କାର୍ଯ୍ୟ ବୋଲି କହିଛନ୍ତି। ଇଡି ୩୧ ଜାନୁଆରୀ, ୧୭ ଜାନୁୟାରୀ, ୩ ଜାନୁଆରୀ, ୨୧ ଡିସେମ୍ବର ଏବଂ […] The post ମଦ ଘୋଟାଲା ମାମଲାରେ ଷଷ୍ଠ ଥର ପାଇଁ କେଜ୍ରିୱାଲଙ୍କୁ ସମନ କଲା ଇଡି appeared first on Dharitri Odia News.
ନୂଆଦିଲ୍ଲୀ,୧୪।୨: କଥିତ ମଦ ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଫେବୃଆରୀ ୧୯ ତାରିଖରେ ହଜାର ହେବାକୁ ଇଡି କହିଛି। ଏହା ପୂର୍ବରୁ ଇଡି କେଜ୍ରିୱାଲଙ୍କୁ ୫ ଥର ସମନ କରିସାରିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଜ୍ରିୱାଲ ଇଡି ଆଗରେ ହଜାର ହୋଇନାହାନ୍ତି। ଇଡିର ସମନକୁ ସେ ପ୍ରତିଶୋଧମୂଳକ କାର୍ଯ୍ୟ ବୋଲି କହିଛନ୍ତି।
ଇଡି ୩୧ ଜାନୁଆରୀ, ୧୭ ଜାନୁୟାରୀ, ୩ ଜାନୁଆରୀ, ୨୧ ଡିସେମ୍ବର ଏବଂ ୨ ନଭେମ୍ବରରେ କେଜ୍ରିୱାଲଙ୍କୁ ଡକାଇଥିଲା, କିନ୍ତୁ ସେ ହାଜର ହୋଇନଥିଲେ। ଇଡି କ୍ରମାଗତ ଭାବରେ ସମନ ଜାରି କରିବା ପରେ ଅମ ଆଦମୀ ପାର୍ଟି ଦାବି କରିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଏହି ସମସ୍ତ ପ୍ରକ୍ରିୟା କରାଯାଉଛି। ତାଙ୍କୁ ପଚରାଉଚରା ବାହାନାରେ ଇଡି ତାଙ୍କୁ ଗିରଫ କରିବାକୁ ଚାହୁଁଛି। ଏଏପି କହିଛି ଯେ ଯଦି ଇଡି ପଚରାଉଚରା କରିବାକୁ ଚାହୁଁଛି, ତେବେ ଏହା ଏହାର ପ୍ରଶ୍ନ ଲେଖି କେଜ୍ରିୱାଲଙ୍କୁ ଦେଇପାରିବ।
Enforcement Directorate has issued sixth summons to Delhi CM Arvind Kejriwal asking him to appear on February 19 in liquor policy case
(file photo) pic.twitter.com/c316WsD2iF
— ANI (@ANI) February 14, 2024
The post ମଦ ଘୋଟାଲା ମାମଲାରେ ଷଷ୍ଠ ଥର ପାଇଁ କେଜ୍ରିୱାଲଙ୍କୁ ସମନ କଲା ଇଡି appeared first on Dharitri Odia News.