ରାଇକିଆ ଚଳଚଞ୍ଚଳ: ଅଷ୍ଟଦଣ୍ଡ ପାଇଁ ବଢୁଛି ଭକ୍ତଙ୍କ ଗହଳି

ରାଇକିଆ,୧୦ା୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଗୁରୁବାର ଅନୁଷ୍ଠିତ ହେଉଛି ଅଷ୍ଟ ଦଣ୍ଡ ମିଳନ କାର୍ଯ୍ୟକ୍ରମ। ଏଥିପାଇଁ ରାଇକିଆ ସହର ଚଳଚଞ୍ଚଳ ହୋଇଉଠିଛି। ସକାଳୁ ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମରେ ଭାଗ ନେଉଥିବା ଦଣ୍ଡନୃତ୍ୟ ଦଳମାନେ ପହଞ୍ଚିଥିବା ବେଳେ ଶ୍ରଦ୍ଧାଳୁଙ୍କର ମଧ୍ୟ ଭିଡ଼ ବଢ଼ିବାରେ ଲାଗିଛି। ସକାଳ ୮ଟା ବେଳେ ପରିଚାଳନା କମିଟି ଏବଂ ତହସିଲଦାର ବରିୟାଲ ମୁର୍ମୁ, ରାଇକିଆ ଥାନାରୁ ସବ୍‌ ଇନ୍ସପେକ୍ଟର ଆଶୁତୋଷ ପାଇକରାୟ, ଏବିଡିଓ ଦିବ୍ୟସିଂହ କହଁର, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ଜିଲା […] The post ରାଇକିଆ ଚଳଚଞ୍ଚଳ: ଅଷ୍ଟଦଣ୍ଡ ପାଇଁ ବଢୁଛି ଭକ୍ତଙ୍କ ଗହଳି appeared first on Dharitri Odia News.

ରାଇକିଆ ଚଳଚଞ୍ଚଳ: ଅଷ୍ଟଦଣ୍ଡ ପାଇଁ ବଢୁଛି ଭକ୍ତଙ୍କ ଗହଳି

ରାଇକିଆ,୧୦ା୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଗୁରୁବାର ଅନୁଷ୍ଠିତ ହେଉଛି ଅଷ୍ଟ ଦଣ୍ଡ ମିଳନ କାର୍ଯ୍ୟକ୍ରମ। ଏଥିପାଇଁ ରାଇକିଆ ସହର ଚଳଚଞ୍ଚଳ ହୋଇଉଠିଛି। ସକାଳୁ ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମରେ ଭାଗ ନେଉଥିବା ଦଣ୍ଡନୃତ୍ୟ ଦଳମାନେ ପହଞ୍ଚିଥିବା ବେଳେ ଶ୍ରଦ୍ଧାଳୁଙ୍କର ମଧ୍ୟ ଭିଡ଼ ବଢ଼ିବାରେ ଲାଗିଛି। ସକାଳ ୮ଟା ବେଳେ ପରିଚାଳନା କମିଟି ଏବଂ ତହସିଲଦାର ବରିୟାଲ ମୁର୍ମୁ, ରାଇକିଆ ଥାନାରୁ ସବ୍‌ ଇନ୍ସପେକ୍ଟର ଆଶୁତୋଷ ପାଇକରାୟ, ଏବିଡିଓ ଦିବ୍ୟସିଂହ କହଁର, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ଜିଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ରଙ୍କ ଉପସ୍ଥିତିରେ ୮ଟି ଦଣ୍ଡ ନୃତ୍ୟ ଦଳ ରାଇକିଆ , ମାଲେରିମହା, ତେଜାମାହା, କରଣ୍ଡାଗଡ଼, ସିର୍କାକୁଟି, ବୁର୍ବି ନାଜୁ, ବାଗାରାମା, ଗ୍ରୀନବାଡ଼ି ନାମ ଘୋଷଣା କରାଯିବା ସହ ଲଟେରୀ ମାଧ୍ୟମରେ ନୃତ୍ୟ ପରିବେଷଣ ପାଇଁ ସ୍ଥାନ ନିରୂପଣ କରାଯାଇ ଥିଲା। ପରେ ଦଣ୍ଡ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନରେ ଧୂଳିଦଣ୍ଡ, ଅପରାହ୍ନ ୪ଟାରେ ପାଣିଦଣ୍ଡ ଏବଂ ରାତିରେ ଦଣ୍ଡ ଚରିତ୍ର ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି।

The post ରାଇକିଆ ଚଳଚଞ୍ଚଳ: ଅଷ୍ଟଦଣ୍ଡ ପାଇଁ ବଢୁଛି ଭକ୍ତଙ୍କ ଗହଳି appeared first on Dharitri Odia News.