ଆମପାଣି ଘାଟିରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା

କୋକସରା,୨୦ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଓ ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିର ଏକ ବୁଲାଣିରେ ଗୁରୁବାର ସାରେ ଜଗଦଲପୁରରୁ କଣ୍ଟାବାଞ୍ଜି ଯାଉଥିବା ଏକ କାର୍‌ ଓ ବିପରୀତ ଦିଗରୁ ଆସୁଥିବା ମାଲ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଟ୍ରକ୍‌ରେ ପିଟିହୋଇ କାର୍‌ର ସାମ୍ନା ପଟ ଚୁରମାର ହୋଇଯାଇଛି। ଏଥିରେ କାର୍‌ରେ ଥିବା ଡ୍ରାଇଭର ଓ ପରିବାରର ୪ ଜଣଙ୍କ ମଧ୍ୟରୁ ରବୀନ୍ଦ୍ର କୁମାର ଅଗ୍ରୱାଲ(୫୧) ଗୁରୁତର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ, […] The post ଆମପାଣି ଘାଟିରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା appeared first on Dharitri Odia News.

ଆମପାଣି ଘାଟିରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା

କୋକସରା,୨୦ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଓ ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିର ଏକ ବୁଲାଣିରେ ଗୁରୁବାର ସାରେ ଜଗଦଲପୁରରୁ କଣ୍ଟାବାଞ୍ଜି ଯାଉଥିବା ଏକ କାର୍‌ ଓ ବିପରୀତ ଦିଗରୁ ଆସୁଥିବା ମାଲ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।

ଟ୍ରକ୍‌ରେ ପିଟିହୋଇ କାର୍‌ର ସାମ୍ନା ପଟ ଚୁରମାର ହୋଇଯାଇଛି। ଏଥିରେ କାର୍‌ରେ ଥିବା ଡ୍ରାଇଭର ଓ ପରିବାରର ୪ ଜଣଙ୍କ ମଧ୍ୟରୁ ରବୀନ୍ଦ୍ର କୁମାର ଅଗ୍ରୱାଲ(୫୧) ଗୁରୁତର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ସୁରକ୍ଷିତ ରହିଛନ୍ତି। ଦୁର୍ଘଟଣା ପରେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଗୁରୁତରଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ରବୀନ୍ଦ୍ରଙ୍କୁ ଜିଲା ସଦର ହସ୍ପିଟାଲ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି।

ଘାଟିରେ ଦୁର୍ଘଟଣା

The post ଆମପାଣି ଘାଟିରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା appeared first on Dharitri Odia News.