ଟ୍ରମ୍ପ ଜିତିବାରୁ କାହିଁକି କାନାଡାରେ ଘୋଷଣା ହେଲା ‘ହାଇ ଆର୍ଲଟ’? ଆସିଲା ବଡ଼ କାରଣ

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିବା ପରେ ଆମେରିକାର ପରିବର୍ତ୍ତନ ନୀତିକୁ ନେଇ ବିଶ୍ୱର ଅନେକ ଦେଶ ଭୟଭୀତ ଅଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଡୋନାଲ୍ଡ ଟ୍ରମ୍ପ ଅନେକ ଘୋଷଣା କରିଥିଲେ ଯାହା ଅନେକ ଦେଶ ଉପରେ ପ୍ରଭାବ ପକାଇପାରେ। ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଆମେରିକାର ପଡୋଶୀ ଦେଶ କାନାଡା ମଧ୍ୟ ହାଇ ଆଲର୍ଟରେ ରହିଛି ଏବଂ ଏହାକୁ ନେଇ ସମ୍ପୂର୍ଣ୍ଣ ମନିଟରିଂ ଜାରି ରହିଛି। […] The post ଟ୍ରମ୍ପ ଜିତିବାରୁ କାହିଁକି କାନାଡାରେ ଘୋଷଣା ହେଲା ‘ହାଇ ଆର୍ଲଟ’? ଆସିଲା ବଡ଼ କାରଣ appeared first on Dharitri Odia News.

ଟ୍ରମ୍ପ ଜିତିବାରୁ କାହିଁକି କାନାଡାରେ ଘୋଷଣା ହେଲା ‘ହାଇ ଆର୍ଲଟ’? ଆସିଲା ବଡ଼ କାରଣ

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିବା ପରେ ଆମେରିକାର ପରିବର୍ତ୍ତନ ନୀତିକୁ ନେଇ ବିଶ୍ୱର ଅନେକ ଦେଶ ଭୟଭୀତ ଅଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଡୋନାଲ୍ଡ ଟ୍ରମ୍ପ ଅନେକ ଘୋଷଣା କରିଥିଲେ ଯାହା ଅନେକ ଦେଶ ଉପରେ ପ୍ରଭାବ ପକାଇପାରେ। ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଆମେରିକାର ପଡୋଶୀ ଦେଶ କାନାଡା ମଧ୍ୟ ହାଇ ଆଲର୍ଟରେ ରହିଛି ଏବଂ ଏହାକୁ ନେଇ ସମ୍ପୂର୍ଣ୍ଣ ମନିଟରିଂ ଜାରି ରହିଛି।

କାନାଡାର ଅଧିକାରୀମାନେ ଶୁକ୍ରବାର କହିଛନ୍ତି ଯେ ସେମାନେ ହାଇ ଆଲର୍ଟରେ ଅଛନ୍ତି ଏବଂ ଆମେରିକା ସୀମାରେ କଡା ନଜର ରହିଛି। କାରଣ ଆମେରିକାର ନିର୍ବାଚନ ପ୍ରଚାର ସମୟରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ଇତିହାସରେ ସବୁଠୁ ବଡ ଦେଶାନ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସେ ଆମେରିକାରେ ରହୁଥିବା ପ୍ରବାସୀମାନଙ୍କୁ ଦେଶର ରକ୍ତ ବିଷାକ୍ତ କରୁଥିବା ଅଭିଯୋଗ କରିଛନ୍ତି। ଏହି କାରଣରୁ, ଆମେରିକାରୁ ବହୁ ସଂଖ୍ୟାରେ ପ୍ରବାସୀ ଆସିବାର ସମ୍ଭାବନାକୁ ସାମ୍ନା କରିବାକୁ କାନାଡା ‘ହାଇ ଆଲର୍ଟ’ରେ ଅଛି।
କାନାଡାର ରୟାଲ କାନାଡିୟ ମାଉଣ୍ଟେଡ ପୋଲିସର ମୁଖପାତ୍ର ସାର୍ଜେଟ ଚାଲର୍‌ସ ପୋଇରିୟ ଏଏଫପିକୁ କହିଛନ୍ତି, ଆମେ ହାଇ ଆଲର୍ଟରେ ଅଛୁ। କ’ଣ ଘଟିବାକୁ ଯାଉଛି ତାହା ଦେଖିବା ପାଇଁ ଆମେ ସୀମା ଉପରେ ନଜର ରଖିଛୁ … କାରଣ ଡୋନାଲ୍ଡ ଟ୍ରମ୍ପଙ୍କ ଦେଶାନ୍ତର କାର୍ଯ୍ୟକ୍ରମ କାନାଡାକୁ ଆସୁଥିବା ବେଆଇନ ତଥା ଅନିୟମିତ ପ୍ରବାସୀଙ୍କ ସଂଖ୍ୟାରେ ବୃଦ୍ଧି ଘଟାଇପାରେ ବୋଲି ସେ କହିଛନ୍ତି।

The post ଟ୍ରମ୍ପ ଜିତିବାରୁ କାହିଁକି କାନାଡାରେ ଘୋଷଣା ହେଲା ‘ହାଇ ଆର୍ଲଟ’? ଆସିଲା ବଡ଼ କାରଣ appeared first on Dharitri Odia News.