ସୋନପ୍ରୟାଗସ୍ଥିତ କେଦାରନାଥ ଜାତୀୟ ରାଜପଥରେ ଭୂସ୍ଖଳନ, ୫ ମୃତ

ରୁଦ୍ରପ୍ରୟାଗ: ସୋନପ୍ରୟାଗ ଅଞ୍ଚଳରେ କେଦାରନାଥ ଜାତୀୟ ରାଜପଥରେ ଭୂସ୍ଖଳନ ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ରୁଦ୍ରପ୍ରୟାଗ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମ ସିଂହ ରାଣା ଘଟଣାସ୍ଥଳରେ ପହଞ୍ଚି ଭୂସ୍ଖଳନ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି। ଜାତୀୟ ରାଜପଥରେ ଭୂସ୍ଖଳନ ଯୋଗୁଁ ଏହି ପ୍ରମୁଖ ମାର୍ଗରେ ଯାନ ଚଳାଚଳ ବ୍ୟାହତ ହୋଇଛି । […]

ସୋନପ୍ରୟାଗସ୍ଥିତ କେଦାରନାଥ ଜାତୀୟ ରାଜପଥରେ ଭୂସ୍ଖଳନ, ୫ ମୃତ

ରୁଦ୍ରପ୍ରୟାଗ: ସୋନପ୍ରୟାଗ ଅଞ୍ଚଳରେ କେଦାରନାଥ ଜାତୀୟ ରାଜପଥରେ ଭୂସ୍ଖଳନ ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ରୁଦ୍ରପ୍ରୟାଗ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମ ସିଂହ ରାଣା ଘଟଣାସ୍ଥଳରେ ପହଞ୍ଚି ଭୂସ୍ଖଳନ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି। ଜାତୀୟ ରାଜପଥରେ ଭୂସ୍ଖଳନ ଯୋଗୁଁ ଏହି ପ୍ରମୁଖ ମାର୍ଗରେ ଯାନ ଚଳାଚଳ ବ୍ୟାହତ ହୋଇଛି । ଆହତ ହୋଇଥିବା ଅନ୍ୟ ୩ ଜଣଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଉଦ୍ଧାର କରିବା ପରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆହୁରି କିଛି ଯାତ୍ରୀ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବା ଖବର ମିଳିବା ପରେ ପୁଲିସ, ପ୍ରଶାସନ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ ମିଳିତ ଅପରେସନ୍ ଜାରି ରଖିଛନ୍ତି। ସୋନପ୍ରୟାଗ-ମୁନକାଟିଆ (ରୁଦ୍ରପ୍ରୟାଗ) ମଧ୍ୟରେ ସଂଯୋଗକାରୀ ରାସ୍ତା ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଥବାରୁ ନାଗରିକମାନଙ୍କୁ ଏଥିପାଇଁ ସତର୍କ କରାଯାଇଛି। ମୁଖ୍ୟମନ୍ତ୍ରୀ ଏ ବାବଦରେ ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଓ ଏସଡିଆରଏଫ ଅଧିକାରୀଙ୍କ ଆଲୋଚନା କରି ଯୁଦ୍ଧସ୍ତରରେ ପଦକ୍ଷେପ ନେବାକୁ ଗୁରୁତ୍ବାରୋପ କରିଛନ୍ତି।