ଲାଞ୍ଚ ନେବାବେଳେ ବ୍ଲକ ଯୋଗାଣ ସାହାୟିକାଙ୍କ ଉପରେ ମାଡିବସିଲା ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ଚଢାଉ
କୋରାପୁଟ,୨୩।୧୨ ( ଅମିତାଭ ବେହେରା ): ଭିଜିଲାନ୍ସ ଜାଲରେ ପଡିଲେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା। କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦରମା କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ତାଙ୍କୁ ଧରିଛନ୍ତି। ବିଭାଗ ପକ୍ଷରୁ ଜଣାପଡିଛି ଯେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା ବ୍ଲକରେ କାର୍ଯ୍ୟ କରୁଥିବା ଜଣେ […] The post ଲାଞ୍ଚ ନେବାବେଳେ ବ୍ଲକ ଯୋଗାଣ ସାହାୟିକାଙ୍କ ଉପରେ ମାଡିବସିଲା ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ଚଢାଉ appeared first on Dharitri Odia News.
କୋରାପୁଟ,୨୩।୧୨ ( ଅମିତାଭ ବେହେରା ): ଭିଜିଲାନ୍ସ ଜାଲରେ ପଡିଲେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା। କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦରମା କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ତାଙ୍କୁ ଧରିଛନ୍ତି। ବିଭାଗ ପକ୍ଷରୁ ଜଣାପଡିଛି ଯେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା ବ୍ଲକରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ମାସିକ ପାରିଶ୍ରମିକ ଓ ୟୁସି ପ୍ରମାଣ ପତ୍ର କରିବା ପାଇଁ ହଇରାଣ ହରକତ କରୁଥିଲେ ଏବଂ ଶେଷରେ ୭ ହଜାର ଲାଞ୍ଚ ମାଗିଥିଲେ। ସମ୍ପୃକ୍ତ କର୍ମଚାରୀ ଏଥିନେଇ ଦୁର୍ନୀତି ନିବାରଣ ବିଭାଗ ସହ ଯୋଗାଯୋଗ କରିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ମମତା ବେହେରା କୋରାପୁଟରେ ଟଙ୍କା ନେବାପାଇଁ କହିଥିଲେ ଏବଂ ଆଜି ସାରେ ସ୍ଥାନୀୟ ଆରଡ଼ି କାର୍ଯ୍ୟାଳୟ ସାମ୍ନାରେ ଟଙ୍କା ନେଉଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ କର୍ମଚାରୀମାନେ ଧରିଥିଲେ। ଏଥିନେଇ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ୨୯ /୨୪ ରେ ମାମଲା ରାଜୁ କରାଯାଇ ପୂଜାରୀପୁଟ ଷ୍ଟିତ ଭଡାଗୃହ , ଦଶମନ୍ତ ପୁର କାର୍ଯ୍ୟାଳୟ , ବ୍ରହ୍ମପୁର ସ୍ଥିତ ଘର ଏବଂ ଅଂକୁଲି ଛକରେ ଶ୍ରୀହରି ନଗରଠାରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା କୁହାଯାଇଛି ।
The post ଲାଞ୍ଚ ନେବାବେଳେ ବ୍ଲକ ଯୋଗାଣ ସାହାୟିକାଙ୍କ ଉପରେ ମାଡିବସିଲା ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ଚଢାଉ appeared first on Dharitri Odia News.