ପୁଣି ଖଳନାୟକ ଭୂମିକାରେ ରାଘବ
ମୁମ୍ବାଇ: ଜଣେ ଡ୍ୟାନ୍ସର ଭାବେ କ୍ୟାରିୟର ଆରମ୍ଭ କରିଥିବା ରାଘବ ଜୁୟାଲ ଏବେ ସମସ୍ତଙ୍କ ପସନ୍ଦର ଭିଲେନ୍ ବା ଖଳନାୟକ। ନିଜର ବଳିଷ୍ଠ ଅଭିନୟ ଜରିଆରେ ଦର୍ଶକମାନଙ୍କୁ ସେ ଆକୃଷ୍ଟ କରିପାରିଛନ୍ତି। ନିକଟରେ ରିଲିଜ ହୋଇଥିବା ‘କିଲ୍’ ଚଳଚ୍ଚିତ୍ରରେ ସେ ଖଳନାୟକ ଭୂମିକାରେ ନଜର ଆସିଥିଲେ, ଯେଉଁଥିରେ ତାଙ୍କ ଅଭିନୟ ବେଶ୍ ପ୍ରଶଂସା ସାଉଁଟିଥିଲା। ଏହାରି ମଧ୍ୟରେ ଆଗକୁ ରିଲିଜ ହେବାକୁ ଯାଉଛି ତାଙ୍କର ଆଉ ଏକ ଚଳଚ୍ଚିତ୍ର ‘ୟୁଧ୍ର’। ଏଥିରେ ମଧ୍ୟ ସେ ଆଙ୍ଗ୍ରି ୟଙ୍ଗ୍ ଷ୍ଟାଇଲିସ୍ […] The post ପୁଣି ଖଳନାୟକ ଭୂମିକାରେ ରାଘବ appeared first on Dharitri Odia News.
ମୁମ୍ବାଇ: ଜଣେ ଡ୍ୟାନ୍ସର ଭାବେ କ୍ୟାରିୟର ଆରମ୍ଭ କରିଥିବା ରାଘବ ଜୁୟାଲ ଏବେ ସମସ୍ତଙ୍କ ପସନ୍ଦର ଭିଲେନ୍ ବା ଖଳନାୟକ। ନିଜର ବଳିଷ୍ଠ ଅଭିନୟ ଜରିଆରେ ଦର୍ଶକମାନଙ୍କୁ ସେ ଆକୃଷ୍ଟ କରିପାରିଛନ୍ତି। ନିକଟରେ ରିଲିଜ ହୋଇଥିବା ‘କିଲ୍’ ଚଳଚ୍ଚିତ୍ରରେ ସେ ଖଳନାୟକ ଭୂମିକାରେ ନଜର ଆସିଥିଲେ, ଯେଉଁଥିରେ ତାଙ୍କ ଅଭିନୟ ବେଶ୍ ପ୍ରଶଂସା ସାଉଁଟିଥିଲା। ଏହାରି ମଧ୍ୟରେ ଆଗକୁ ରିଲିଜ ହେବାକୁ ଯାଉଛି ତାଙ୍କର ଆଉ ଏକ ଚଳଚ୍ଚିତ୍ର ‘ୟୁଧ୍ର’। ଏଥିରେ ମଧ୍ୟ ସେ ଆଙ୍ଗ୍ରି ୟଙ୍ଗ୍ ଷ୍ଟାଇଲିସ୍ ଖଳନାୟକ ଭୂମିକାରେ ନଜର ଆସିବେ। ସିନେମାରେ କ୍ୟାରିୟର ଆରମ୍ଭରୁ ଖଳନାୟକ ଚରିତ୍ରରେ ନଜର ଆସିବା ପ୍ରଶ୍ନରେ ସେ କହିଛନ୍ତି ବଲିଉଡ୍ର ବାଦଶାହା ଶାହାରୁଖ ଖାନ୍ ମଧ୍ୟ ଆରମ୍ଭରୁ ଖଳନାୟକ ଚରିତ୍ରରେ ଅଭିନୟ କରିଥିଲେ। ‘କିଲ୍’ ବ୍ୟତୀତ ୱେବ୍ସିରିଜ ‘ଅଭୟ-୨’ରେ ମଧ୍ୟ ରାଘବ ଖଳନାୟକ ଭୂମିକାରେ ନଜର ଆସିଥିଲେ। ଏଥିରେ ମଧ୍ୟ ତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଥିଲା।
The post ପୁଣି ଖଳନାୟକ ଭୂମିକାରେ ରାଘବ appeared first on Dharitri Odia News.