ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର,୨୧।୭: ଓଡ଼ିଶା ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ଦେଢ଼ ମାସ ପରେ ବିଧାନସଭାରେ ବିଧାୟକ ଦଳ ନେତା ଚୟନ କରିଛି କଂଗ୍ରେସ। ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିଛି। ଅଶୋକ ଦାସଙ୍କୁ ବିଧାୟକ ଦଳର ଉପନେତା ନିର୍ବାଚିତ କରାଯାଇଛି। ସେହିପରି ଡାକ୍ତର. ସିଏସ ରାଜନ ଏକ୍କାଙ୍କୁ ଦଳର ମୁଖ୍ୟ ସଚେତକ ନିଯୁକ୍ତ କରାଯାଇଛି। ଏକ୍କା ଜଣେ ଅବସରପ୍ରାପ୍ତ ଲେଟନାଣ୍ଟ କଲୋନେଲା। ସେପଟେ ରବିବାର ବିଧାନସଭାର ବଜେଟ ଅଧିବେଶନକୁ ନେଇ ବାଚସ୍ପତି […] The post ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା appeared first on Dharitri Odia News.

ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର,୨୧।୭: ଓଡ଼ିଶା ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ଦେଢ଼ ମାସ ପରେ ବିଧାନସଭାରେ ବିଧାୟକ ଦଳ ନେତା ଚୟନ କରିଛି କଂଗ୍ରେସ। ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିଛି। ଅଶୋକ ଦାସଙ୍କୁ ବିଧାୟକ ଦଳର ଉପନେତା ନିର୍ବାଚିତ କରାଯାଇଛି।

ସେହିପରି ଡାକ୍ତର. ସିଏସ ରାଜନ ଏକ୍କାଙ୍କୁ ଦଳର ମୁଖ୍ୟ ସଚେତକ ନିଯୁକ୍ତ କରାଯାଇଛି। ଏକ୍କା ଜଣେ ଅବସରପ୍ରାପ୍ତ ଲେଟନାଣ୍ଟ କଲୋନେଲା।

ସେପଟେ ରବିବାର ବିଧାନସଭାର ବଜେଟ ଅଧିବେଶନକୁ ନେଇ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା ବେଳେ ଏଥିରେ କଂଗ୍ରେସ ଯୋଗ ଦେଇନାହିଁ। କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା ହୋଇ ନ ଥିବା ବେଳେ ଦଳ ପକ୍ଷରୁ ସର୍ବଦଳୀୟ ବୈଠକରେ କେହି ଯୋଗ ଦେଇ ନ ଥିବା ଦେଖିବାକୁ ମିଳିଥିଲା।

ତେବେ ଏନେଇ ଫୋନ ଜରିଆରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ କଥା ହୋଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ସେହିପରି ବାମପନ୍ଥୀ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଏହି ବୈଠକରେ ସାମିଲ ହୋଇ ନ ଥିଲେ।

The post ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା appeared first on Dharitri Odia News.