ଗଛ କାଟିବା ମଣିଷ ହତ୍ୟାଠାରୁ ବଡ଼ ଅପରାଧ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୬।୩: ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ବହୁ ସଂଖ୍ୟାରେ ଗଛ କାଟିବା ମଣିଷ ହତ୍ୟାଠାରୁ ମଧ୍ୟ ଘୃଣ୍ୟ କାର୍ଯ୍ୟ। ଏହାସହ ସର୍ବୋଚ୍ଚ ଅଦାଲତ ଜଣେ ବ୍ୟକ୍ତିଙ୍କୁ ବେଆଇନ ଭାବେ କାଟିଥିବା ପ୍ରତ୍ୟେକ ଗଛ ପାଇଁ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ତାଜ୍ ଟ୍ରାପେଜିଅମ ଜୋନ୍ (ଟିଟିଜେଡ୍)ରେ ୪୫୪ ଗଛ କାଟିଥିବା ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିବା ସମୟରେ ଜଷ୍ଚିସ୍ ଅଭୟ ଏସ୍. ଓକା ଏବଂ ଜଷ୍ଟିସ୍ ଉଜ୍ଜ୍ୱଲ ଭୁୟାନ୍ଙ୍କୁ ନେଇ […] The post ଗଛ କାଟିବା ମଣିଷ ହତ୍ୟାଠାରୁ ବଡ଼ ଅପରାଧ: ସୁପ୍ରିମକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ, ୨୬।୩: ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ବହୁ ସଂଖ୍ୟାରେ ଗଛ କାଟିବା ମଣିଷ ହତ୍ୟାଠାରୁ ମଧ୍ୟ ଘୃଣ୍ୟ କାର୍ଯ୍ୟ। ଏହାସହ ସର୍ବୋଚ୍ଚ ଅଦାଲତ ଜଣେ ବ୍ୟକ୍ତିଙ୍କୁ ବେଆଇନ ଭାବେ କାଟିଥିବା ପ୍ରତ୍ୟେକ ଗଛ ପାଇଁ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ତାଜ୍ ଟ୍ରାପେଜିଅମ ଜୋନ୍ (ଟିଟିଜେଡ୍)ରେ ୪୫୪ ଗଛ କାଟିଥିବା ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିବା ସମୟରେ ଜଷ୍ଚିସ୍ ଅଭୟ ଏସ୍. ଓକା ଏବଂ ଜଷ୍ଟିସ୍ ଉଜ୍ଜ୍ୱଲ ଭୁୟାନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ଟିପ୍ପଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ପରିବେଶକୁ କ୍ଷତି ପହଞ୍ଚାଉଥିବା କୌଣସି ମଧ୍ୟ ବ୍ୟକ୍ତିଙ୍କୁ ଦୟା ଦେଖାଇବା ଉଚିତ ନୁହେଁ। ବିନା ଅନୁମତିରେ କଟାଯାଇଥିବା ୪୫୪ଟି ଗଛରେ ନିର୍ମିତ ସବୁଜ ଅଞ୍ଚଳର ପୁନର୍ନିମାଣ ପାଇଁ ଅତି କମ୍ରେ ୧୦୦ ବର୍ଷ ଲାଗିଯିବ।
The post ଗଛ କାଟିବା ମଣିଷ ହତ୍ୟାଠାରୁ ବଡ଼ ଅପରାଧ: ସୁପ୍ରିମକୋର୍ଟ appeared first on Dharitri Odia News.