ତାରିଖ ଘୋଷଣା ପୂର୍ବରୁ ବର୍ଷିଲେ ଝାଡଖଣ୍ଡ ସିଏମ୍, କହିଲେ ପୂର୍ବରୁ ଜାଣିଥିଲା ବିଜେପି
ନୂଆଦିଲ୍ଲୀ ୧୫/୧୦: ଆଉ କିଛି ସମୟରେ ଅପେକ୍ଷା । ଘୋଷଣା ହେବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ । ତେବେ ଏହାକୁ ନେଇ ଏବେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନିର୍ବାଚନ ଆୟୋଗକୁ ଟାର୍ଗେଟ କରିଛି। ସେ କହିଛନ୍ତି ପୂର୍ବରୁ ବିଜେପି ନେତାମାନେ ନିର୍ବାଚନ ଆୟୋଗ ଆଜି ତାରିଖ ଘୋଷଣା କରିବା କଥା ଜାଣିଥିଲେ । ଏଥିସହ ସେ ନିର୍ବାଚନ ଆୟୋଗଙ୍କୁ ବିଜେପି ହାତର କାଠ କଣ୍ଢେଇ କହି ଟାର୍ଗେଟ୍ କରିଛନ୍ତି। ସୋମବାର ବିଜେପିର ଶୀର୍ଷ ନେତୃତ୍ୱ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ବିଳମ୍ବିତ ରାତି ଯାଏ ବୈଠକ କରିଥିଲେ । ଆଉ ଏହି ବୈଠକରେ ନିର୍ବାଚନ ସଂକ୍ରାନ୍ତୀୟ ରଣନୀତି ପ୍ରସ୍ତୁତି ହୋଇଛି । ଏନେଇ ସକାଳେ ପ୍ରଥମେ ସୂଚନା ମିଳିଥିଲା ଯେ, ଅପରାହ୍ଣରେ ନିର୍ବାଚାନ କମିଶନର ଏହି ଦୁଇ ରାଜ୍ୟ ପାଇଁ ତାରିଖ ଘୋଷଣା କରିପାରନ୍ତି । କିନ୍ତୁ ବିଜେପିର ବୈଠକ ଶେଷ ହେବା ପରେ ପରେ ନିର୍ବାଚନ କମିଶନର ଅପରାହ୍ଣ ୩ଟା ୩୦ରେ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ବିଜେପିର ବୈଠକ ଓ ନିର୍ବାଚନ କମିଶନରଙ୍କ ତାରିଖ ଘୋଷଣା ସମୟକୁ ନେଇ ଏବେ ପ୍ରଶ୍ନ ଉଠାଇଛି ଝାଡ଼ଖଣ୍ଡର ଶାସକ ଦଳ । କହିରଖୁ ଯେ, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ରାଜ୍ୟର ସମସ୍ତ ୮୧ଟି ଆସନରେ ହେବ। ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଜନୁଆରୀ ୫ରେ ଶେଷ ହେବ।
ନୂଆଦିଲ୍ଲୀ ୧୫/୧୦: ଆଉ କିଛି ସମୟରେ ଅପେକ୍ଷା । ଘୋଷଣା ହେବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ । ତେବେ ଏହାକୁ ନେଇ ଏବେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନିର୍ବାଚନ ଆୟୋଗକୁ ଟାର୍ଗେଟ କରିଛି। ସେ କହିଛନ୍ତି ପୂର୍ବରୁ ବିଜେପି ନେତାମାନେ ନିର୍ବାଚନ ଆୟୋଗ ଆଜି ତାରିଖ ଘୋଷଣା କରିବା କଥା ଜାଣିଥିଲେ ।
ଏଥିସହ ସେ ନିର୍ବାଚନ ଆୟୋଗଙ୍କୁ ବିଜେପି ହାତର କାଠ କଣ୍ଢେଇ କହି ଟାର୍ଗେଟ୍ କରିଛନ୍ତି। ସୋମବାର ବିଜେପିର ଶୀର୍ଷ ନେତୃତ୍ୱ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ବିଳମ୍ବିତ ରାତି ଯାଏ ବୈଠକ କରିଥିଲେ । ଆଉ ଏହି ବୈଠକରେ ନିର୍ବାଚନ ସଂକ୍ରାନ୍ତୀୟ ରଣନୀତି ପ୍ରସ୍ତୁତି ହୋଇଛି । ଏନେଇ ସକାଳେ ପ୍ରଥମେ ସୂଚନା ମିଳିଥିଲା ଯେ, ଅପରାହ୍ଣରେ ନିର୍ବାଚାନ କମିଶନର ଏହି ଦୁଇ ରାଜ୍ୟ ପାଇଁ ତାରିଖ ଘୋଷଣା କରିପାରନ୍ତି ।
କିନ୍ତୁ ବିଜେପିର ବୈଠକ ଶେଷ ହେବା ପରେ ପରେ ନିର୍ବାଚନ କମିଶନର ଅପରାହ୍ଣ ୩ଟା ୩୦ରେ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ବିଜେପିର ବୈଠକ ଓ ନିର୍ବାଚନ କମିଶନରଙ୍କ ତାରିଖ ଘୋଷଣା ସମୟକୁ ନେଇ ଏବେ ପ୍ରଶ୍ନ ଉଠାଇଛି ଝାଡ଼ଖଣ୍ଡର ଶାସକ ଦଳ । କହିରଖୁ ଯେ, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ରାଜ୍ୟର ସମସ୍ତ ୮୧ଟି ଆସନରେ ହେବ। ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଜନୁଆରୀ ୫ରେ ଶେଷ ହେବ।