ଜେଲରୁ ଚମ୍ପଟ ମାରିଲେ ୪୩ କଏଦୀ, ଦେଶବ୍ୟାପୀ ସର୍ଚ୍ଚ ଅପରେସନ ଜାରି
ନୂଆଦିଲ୍ଲୀ: ଉତ୍ତର ଇକ୍ୟୁଏଡରର ଏକ ଜେଲରୁ ଚମ୍ପଟ ମାରିଲେ ୪୩ ଜଣ କଏଦୀ। ସେମାନଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ସାରା ଦେଶରେ ଅପରେସନ ଚାଲିଛି। ରାଷ୍ଟ୍ରପତି ଡାନିଏଲ ନଗୋବାହା ଗତ ସପ୍ତାହରେ ରାତିରେ କର୍ଫ୍ୟୁ ସମେତ ୬୦ ଦିନିଆ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଦେଶର କାରାଗାରରେ ଜାରି ହିଂସା ହେତୁ ୨୨ଟି ଅପରାଧିକ ଗୋଷ୍ଠୀଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିଲା। ନିକଟରେ ଏକ ଲାଇଭ୍ ଟିଭି ନ୍ୟୁଜ୍ ପ୍ରସାରଣରେ ବନ୍ଧୁକଧାରୀଙ୍କ ଆକ୍ରମଣ, ବିଭିନ୍ନ ସହରରେ ବିସ୍ଫୋରଣ ଏବଂ ପୋଲିସ୍ ଅପହରଣ ସମେତ ବିଭିନ୍ନ ହିଂସାକାଣ୍ଡ ଘଟାଇଥିଲେ। ଅପହରଣ କରିନେଇଥିବା ସୂଚନା ମିଳିବା ପରେ ସରକାର କଠୋର ନୀତି ଆପଣାଇଛନ୍ତି । ସେପଟେ ବିବାଦ ମଧ୍ୟରେ ୨୦୦ ଅପହୃତ ଗାର୍ଡ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ମୁକ୍ତ କରିଥିଲେ ଉଗ୍ରବାଦୀ ସଂଗଠନ। ଏହା ପରେ ସେମାନେ ବିଭିନ୍ନ ଜେଲ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ଏସ୍ଏନଏଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦେଶର ବିଭିନ୍ନ ଜେଲ୍ରେ ୨୦୦୦ ଯବାନ ଯାଞ୍ଚ କରିଥିଲେ । ସର୍ଚ୍ଚ ଅପରେସନ୍ ପରେ ଜଣାପଡ଼ିଥିଲା ଯେ, କଲମ୍ବିଆ ସୀମାକୁ ଲାଗି ଏସମେରାର୍ଲଡସ୍ ସହରରେ ଥିବା ଏକ ଜେଲରୁ ୪୮ କଏଦୀ ଫେରାର ହୋଇଯାଇଥିଲେ । ପାଞ୍ଚ ଜଣ କଏଦୀଙ୍କୁ ପୁଣି ଗିରଫ କରାଯାଇଛି। ଅଧିକ ସୂଚନା ଦେବାକୁ ମନା କରି ଦେଇଛନ୍ତି | ସରକାରଙ୍କ ଅନୁଯାୟୀ, ଜରୁରୀକାଳୀନ ପରିସ୍ଥିତି ଘୋଷ
ନୂଆଦିଲ୍ଲୀ: ଉତ୍ତର ଇକ୍ୟୁଏଡରର ଏକ ଜେଲରୁ ଚମ୍ପଟ ମାରିଲେ ୪୩ ଜଣ କଏଦୀ। ସେମାନଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ସାରା ଦେଶରେ ଅପରେସନ ଚାଲିଛି। ରାଷ୍ଟ୍ରପତି ଡାନିଏଲ ନଗୋବାହା ଗତ ସପ୍ତାହରେ ରାତିରେ କର୍ଫ୍ୟୁ ସମେତ ୬୦ ଦିନିଆ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଦେଶର କାରାଗାରରେ ଜାରି ହିଂସା ହେତୁ ୨୨ଟି ଅପରାଧିକ ଗୋଷ୍ଠୀଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିଲା।
ନିକଟରେ ଏକ ଲାଇଭ୍ ଟିଭି ନ୍ୟୁଜ୍ ପ୍ରସାରଣରେ ବନ୍ଧୁକଧାରୀଙ୍କ ଆକ୍ରମଣ, ବିଭିନ୍ନ ସହରରେ ବିସ୍ଫୋରଣ ଏବଂ ପୋଲିସ୍ ଅପହରଣ ସମେତ ବିଭିନ୍ନ ହିଂସାକାଣ୍ଡ ଘଟାଇଥିଲେ।
ଅପହରଣ କରିନେଇଥିବା ସୂଚନା ମିଳିବା ପରେ ସରକାର କଠୋର ନୀତି ଆପଣାଇଛନ୍ତି । ସେପଟେ ବିବାଦ ମଧ୍ୟରେ ୨୦୦ ଅପହୃତ ଗାର୍ଡ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ମୁକ୍ତ କରିଥିଲେ ଉଗ୍ରବାଦୀ ସଂଗଠନ। ଏହା ପରେ ସେମାନେ ବିଭିନ୍ନ ଜେଲ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।
ଏସ୍ଏନଏଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦେଶର ବିଭିନ୍ନ ଜେଲ୍ରେ ୨୦୦୦ ଯବାନ ଯାଞ୍ଚ କରିଥିଲେ । ସର୍ଚ୍ଚ ଅପରେସନ୍ ପରେ ଜଣାପଡ଼ିଥିଲା ଯେ, କଲମ୍ବିଆ ସୀମାକୁ ଲାଗି ଏସମେରାର୍ଲଡସ୍ ସହରରେ ଥିବା ଏକ ଜେଲରୁ ୪୮ କଏଦୀ ଫେରାର ହୋଇଯାଇଥିଲେ । ପାଞ୍ଚ ଜଣ କଏଦୀଙ୍କୁ ପୁଣି ଗିରଫ କରାଯାଇଛି। ଅଧିକ ସୂଚନା ଦେବାକୁ ମନା କରି ଦେଇଛନ୍ତି |
ସରକାରଙ୍କ ଅନୁଯାୟୀ, ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ପରଠାରୁ ସୁରକ୍ଷା ବାହିନୀ ୧୫୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛନ୍ତି। ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ୪୧ଟି ଅପରେସନ୍ କରିଛି।
The post ଜେଲରୁ ଚମ୍ପଟ ମାରିଲେ ୪୩ କଏଦୀ, ଦେଶବ୍ୟାପୀ ସର୍ଚ୍ଚ ଅପରେସନ ଜାରି appeared first on Prameya News7.