ମୁମ୍ବାଇର ଅଧିନାୟକ ଉପରେ ମୁହଁ ଖୋଲିଲେ ପାଣ୍ଡ୍ୟା, କହିଲେ ରୋହିତ ହେଉଛନ୍ତି…

ନୂଆଦିଲ୍ଲୀ,୧୮।୩: ଆଇପିଏଲ ୨୦୨୪ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯାଇଥିଲା। ହାର୍ଦ୍ଦିକ ମୁମ୍ବାଇର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନ ନେଇଥିଲେ। ବର୍ତ୍ତମାନ ହାର୍ଦ୍ଦିକ ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଖବରଦାତା ସମ୍ମିଳନୀରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ବିଷୟରେ କହିଛନ୍ତି। ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ କହିଛନ୍ତି ଯେ, ରୋହିତ ଶର୍ମା ହେଉଛନ୍ତି ଭାରତୀୟ ଦଳର ଅଧିନାୟକ, ଯିଏ ମୋତେ ସାହାଯ୍ୟ କରନ୍ତି, ଏହି ଦଳ ଯାହା ହାସଲ […] The post ମୁମ୍ବାଇର ଅଧିନାୟକ ଉପରେ ମୁହଁ ଖୋଲିଲେ ପାଣ୍ଡ୍ୟା, କହିଲେ ରୋହିତ ହେଉଛନ୍ତି… appeared first on Dharitri Odia News.

ମୁମ୍ବାଇର ଅଧିନାୟକ ଉପରେ ମୁହଁ ଖୋଲିଲେ ପାଣ୍ଡ୍ୟା, କହିଲେ ରୋହିତ ହେଉଛନ୍ତି…

ନୂଆଦିଲ୍ଲୀ,୧୮।୩: ଆଇପିଏଲ ୨୦୨୪ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯାଇଥିଲା। ହାର୍ଦ୍ଦିକ ମୁମ୍ବାଇର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନ ନେଇଥିଲେ। ବର୍ତ୍ତମାନ ହାର୍ଦ୍ଦିକ ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଖବରଦାତା ସମ୍ମିଳନୀରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ବିଷୟରେ କହିଛନ୍ତି।

ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ କହିଛନ୍ତି ଯେ, ରୋହିତ ଶର୍ମା ହେଉଛନ୍ତି ଭାରତୀୟ ଦଳର ଅଧିନାୟକ, ଯିଏ ମୋତେ ସାହାଯ୍ୟ କରନ୍ତି, ଏହି ଦଳ ଯାହା ହାସଲ କରିଛି, ତାହା ତାଙ୍କ ଅଧୀନରେ ହାସଲ ହୋଇଛି – ମୁଁ କେବଳ ଆଗକୁ ବଢିଛି। ମୁଁ ତାଙ୍କ ଅଧୀନରେ ମୋର ପୂରା କ୍ୟାରିୟର ଖେଳିଛି ଏବଂ ମୁଁ ଜାଣେ ସେ ସବୁବେଳେ ମୋ କାନ୍ଧ ଉପରେ ହାତ ରଖିବେ। ଏହା ବ୍ୟତୀତ ହାର୍ଦ୍ଦିକ କହିଛନ୍ତି ଯେ, ତାଙ୍କ ଏବଂ ରୋହିତଙ୍କ ମଧ୍ୟରେ କୌଣସି ଅଜବ ଘଟଣା ଘଟିବ ବୋଲି ସେ ଆଶା କରୁନାହାଁନ୍ତି।

ଏହା ବ୍ୟତୀତ ହାର୍ଦ୍ଦିକ କହିଛନ୍ତି, ଫେରିବା ଏକ ପ୍ରକୃତ ଅନୁଭବ। ୨୦୧୫ରୁ ମୁଁ ଯାହା ଜାଣିଛି ତାହା ଏହି ଯାତ୍ରା ମାଧ୍ୟମରେ ଅଟେ। ମୁଁ କେବେ ଭାବି ନ ଥିଲି ଯେ ମୁଁ ଏଠାରେ ପହଞ୍ଚିବି ।

The post ମୁମ୍ବାଇର ଅଧିନାୟକ ଉପରେ ମୁହଁ ଖୋଲିଲେ ପାଣ୍ଡ୍ୟା, କହିଲେ ରୋହିତ ହେଉଛନ୍ତି… appeared first on Dharitri Odia News.