ପରିବର୍ତ୍ତନ ସତ୍ତ୍ୱେ ପଛରେ ପଡ଼ିଲେ ମନମୋହନ

ଭଦ୍ରକ,୬ା୬(ସନାତନ ରାଉତ)ଚଳିତ ନିର୍ବାଚନରେ ଓଡ଼ିଶାରେ ଅଭୂତପୂର୍ବ ପରିବର୍ତ୍ତନ ହୋଇଛି। ଓଡ଼ିଶାବାସୀ ଦୀର୍ଘବର୍ଷର ଶାସନ କ୍ଷମତାରେ ଥିବା ବିଜେଡିିକୁ ଧରାଶାୟୀ କରି ଭାଜପାକୁ ବହୁମତ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଭାଜପା-ବିଜେଡି ମେଣ୍ଟ ନେଇ ବହୁ ଚର୍ଚ୍ଚା ଚାଲିଥିଲା। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। କେନ୍ଦ୍ରୀୟ ନେତା ଓ ବିଜେଡି ମୁଖିଆଙ୍କ ମଧ୍ୟରେ ମେଣ୍ଟ ପାଇଁ ସମର୍ଥନ ରହିଥିବା ବେଳେ ଏକାକୀ ମନମୋହନ ମେଣ୍ଟ ପ୍ରତି ଅମଙ୍ଗ ହୋଇଥିଲେ। ସବୁବେଳେ ଗଣମାଧ୍ୟମରେ ପ୍ରତିକ୍ରିୟାରେ କହିଥିଲେ, […] The post ପରିବର୍ତ୍ତନ ସତ୍ତ୍ୱେ ପଛରେ ପଡ଼ିଲେ ମନମୋହନ appeared first on Dharitri Odia News.

ପରିବର୍ତ୍ତନ ସତ୍ତ୍ୱେ ପଛରେ ପଡ଼ିଲେ ମନମୋହନ

ଭଦ୍ରକ,୬ା୬(ସନାତନ ରାଉତ)ଚଳିତ ନିର୍ବାଚନରେ ଓଡ଼ିଶାରେ ଅଭୂତପୂର୍ବ ପରିବର୍ତ୍ତନ ହୋଇଛି। ଓଡ଼ିଶାବାସୀ ଦୀର୍ଘବର୍ଷର ଶାସନ କ୍ଷମତାରେ ଥିବା ବିଜେଡିିକୁ ଧରାଶାୟୀ କରି ଭାଜପାକୁ ବହୁମତ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଭାଜପା-ବିଜେଡି ମେଣ୍ଟ ନେଇ ବହୁ ଚର୍ଚ୍ଚା ଚାଲିଥିଲା। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। କେନ୍ଦ୍ରୀୟ ନେତା ଓ ବିଜେଡି ମୁଖିଆଙ୍କ ମଧ୍ୟରେ ମେଣ୍ଟ ପାଇଁ ସମର୍ଥନ ରହିଥିବା ବେଳେ ଏକାକୀ ମନମୋହନ ମେଣ୍ଟ ପ୍ରତି ଅମଙ୍ଗ ହୋଇଥିଲେ। ସବୁବେଳେ ଗଣମାଧ୍ୟମରେ ପ୍ରତିକ୍ରିୟାରେ କହିଥିଲେ, ‘ଓଡ଼ିଶାରେ ଏକା ଲଢ଼ିବୁ, ସରକାର ଗଢ଼ିବୁ’। ତାଙ୍କର ଏହି ଉକ୍ତିକୁ ଓଡ଼ିଶାବାସୀ ଜୁନ୍‌ ୪ ତାରିଖରେ ପ୍ରମାଣିତ କରିଦେଲେ। ସାରା ଓଡ଼ିଶାରେ ୭୮ ବିଧାନସଭା ଆସନରେ ଭାଜପା ବିଜୟୀ ହୋଇଥିବା ବେଳେ ଚାନ୍ଦବାଲି ନିର୍ବାଚନମଣ୍ଡଳୀରୁ ମନମୋହନ ପରାଜୟବରଣ କରିଛନ୍ତି। ଓଡ଼ିଆ ଅସ୍ମିତାକୁ ନେଇ ନିର୍ବାଚନ ଲଢ଼ୁଥିବା ମନମୋହନ ମାତ୍ର ୧,୯୧୬ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ହାରିଯାଇଛନ୍ତି। ଭୋଟ ଗଣତି ଆରମ୍ଭରୁ ମନମୋହନ ଆଗୁଆ ରହିଥିବା ବେଳେ ୭ମ ରାଉଣ୍ଡ୍‌ ଗଣତି ଶେଷରେ ୪୯୦ ଭୋଟ ପଛରେ ପଡ଼ିଯାଇଥିଲେ। ପରେ ଏହି ଟ୍ରେଣ୍ଡ୍‌ ଶେଷ ପର୍ଯ୍ୟନ୍ତ ଲାଗି ରହିଥିଲା।
ପରିବର୍ତ୍ତନ ଆଣିବାରେ ମନମୋହନଙ୍କ ଯୋଗଦାନ ରହିଥିଲେ ମଧ୍ୟ ସେ ନିଜେ ହାରିଯିବା ତାଙ୍କ ସମର୍ଥକଙ୍କୁ ନିରାଶ କରିଛି। ଚାନ୍ଦବାଲିର ବରିଷ୍ଠ ଭାଜପା ନେତା ଅଜୟ ନାୟକ କହିଛନ୍ତି, ରାଜ୍ୟବାସୀଙ୍କ ଭାବାବେଗକୁ ମନମୋହନ ବୁଝିଥିବା ବେଳେ ଚାନ୍ଦବାଲିବାସୀ ତାଙ୍କୁ ବୁଝିପାରିଲେ ନାହିଁ। ସେହିପରି ମନମୋହନଙ୍କ ସମର୍ଥକ ଉପେନ୍ଦ୍ର ରାଉଳ କହିଛନ୍ତି, କେନ୍ଦ୍ର ନେତାଙ୍କ ପାଖରେ ଭାଜପା ଏକା ଲଢ଼ିବ ବୋଲି ସେ ଗ୍ୟାରେଣ୍ଟି ଦେଇଥିଲେ। ତାଙ୍କ ଗ୍ୟାରେଣ୍ଟି ପୂରଣ ହେଲା, କିନ୍ତୁ ଚାନ୍ଦବାଲିବାସୀ ପରିବର୍ତ୍ତନ ଚାହିଁଲେ ନାହିଁ।

The post ପରିବର୍ତ୍ତନ ସତ୍ତ୍ୱେ ପଛରେ ପଡ଼ିଲେ ମନମୋହନ appeared first on Dharitri Odia News.