ଜନ୍ମଦିନରେ ପୃଥ୍ବୀ ଶ’ଙ୍କୁ ବଡ଼ ଉପହାର, ଶେଷରେ ଦଳକୁ ଫେରିଲେ…

ନୂଆଦିଲ୍ଲୀ,୯।୧୧: ଜାତୀୟ ଦଳ ପରେ ରଣଜୀ ଟ୍ରଫିରେ ଖରାପ ପ୍ରଦର୍ଶନକୁ ନେଇ ଡ୍ରପ୍‌ ହୋଇ ଚର୍ଚ୍ଚାକୁ ଆସିଥିଲେ କ୍ରିକେଟର ପୃଥ୍ବୀ ଶ’। ହେଲେ ଏବେ ତାଙ୍କ ଭାଗ୍ୟ ଫିଟିଛି। ଆଗାମୀ ଟୁର୍ନାମେଣ୍ଟ ଲାଗି ମୁମ୍ବାଇ କ୍ରିକେଟ ଆସୋସିଏଶନ ଏହାର ସମ୍ଭାବ୍ୟ ଖେଳାଳି ତାଲିକାରେ ତାଙ୍କୁ ସାମିଲ କରିଛି। ଶନିବାର ନଭେମ୍ବର ୯ରେ ସେ ନିଜର ୨୫ତମ ଜନ୍ମଦିନ ପାଳନ କରୁଥିବା ବେଳେ ଏହି ଖୁସିଖବର ପାଇଛନ୍ତି। ରଣଜୀ ଟ୍ରଫିର ପ୍ରଥମ ପର୍ଯ୍ୟାୟ ମୁକାବିଲାର ଦୁଇ ସପ୍ତାହ ପରେ […] The post ଜନ୍ମଦିନରେ ପୃଥ୍ବୀ ଶ’ଙ୍କୁ ବଡ଼ ଉପହାର, ଶେଷରେ ଦଳକୁ ଫେରିଲେ… appeared first on Dharitri Odia News.

ଜନ୍ମଦିନରେ ପୃଥ୍ବୀ ଶ’ଙ୍କୁ ବଡ଼ ଉପହାର, ଶେଷରେ ଦଳକୁ ଫେରିଲେ…

ନୂଆଦିଲ୍ଲୀ,୯।୧୧: ଜାତୀୟ ଦଳ ପରେ ରଣଜୀ ଟ୍ରଫିରେ ଖରାପ ପ୍ରଦର୍ଶନକୁ ନେଇ ଡ୍ରପ୍‌ ହୋଇ ଚର୍ଚ୍ଚାକୁ ଆସିଥିଲେ କ୍ରିକେଟର ପୃଥ୍ବୀ ଶ’। ହେଲେ ଏବେ ତାଙ୍କ ଭାଗ୍ୟ ଫିଟିଛି। ଆଗାମୀ ଟୁର୍ନାମେଣ୍ଟ ଲାଗି ମୁମ୍ବାଇ କ୍ରିକେଟ ଆସୋସିଏଶନ ଏହାର ସମ୍ଭାବ୍ୟ ଖେଳାଳି ତାଲିକାରେ ତାଙ୍କୁ ସାମିଲ କରିଛି। ଶନିବାର ନଭେମ୍ବର ୯ରେ ସେ ନିଜର ୨୫ତମ ଜନ୍ମଦିନ ପାଳନ କରୁଥିବା ବେଳେ ଏହି ଖୁସିଖବର ପାଇଛନ୍ତି।

ରଣଜୀ ଟ୍ରଫିର ପ୍ରଥମ ପର୍ଯ୍ୟାୟ ମୁକାବିଲାର ଦୁଇ ସପ୍ତାହ ପରେ ସୈୟଦ ମୁସ୍ତାକ ଅଲି ଟ୍ରଫି ଟୁର୍ନାମେଣ୍ଟ ଆରମ୍ଭ ହେବ। ଏବେ ପୃଥ୍ବୀଙ୍କୁ ଏହି ଟି୨୦ ଟୁର୍ନାମେଣ୍ଟ ଲାଗି ଚୟନ କରାଯାଇଛି। ନଭେମ୍ବର ୨୩ରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ, ଯାହାକି କ୍ରିକେଟରଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରୁଛି। କାରଣ ଏହା ଆଖପାଖରେ ଆଇପିଏଲ୍‌ ଅକ୍ସନ ହେବ।

ଶନିବାର ଜାରି ୨୮ଜଣିଆ ସମ୍ଭାବ୍ୟ ସ୍କ୍ବାର୍ଡରେ ପୃଥ୍ବୀଙ୍କ ନାମ ଥିଲେ ହେଁ ଏହା ଫାଇନାଲ ନୁହେଁ। ହେଲେ ସେ ସ୍ଥାନ ପାଇବାରେ ସଫଳ ହେବେ ବୋଲି ଆଶା କରାଯାଉଛି। ତାଙ୍କ ବ୍ୟତିତ ଟିମ୍‌ରେ ଶ୍ରେୟାସ ଆୟର ମଧ୍ୟ ଅଛନ୍ତି।

The post ଜନ୍ମଦିନରେ ପୃଥ୍ବୀ ଶ’ଙ୍କୁ ବଡ଼ ଉପହାର, ଶେଷରେ ଦଳକୁ ଫେରିଲେ… appeared first on Dharitri Odia News.