ବାଣ କାରଖାନାରେ ଭୟାନକ ବିସ୍ଫୋରଣ: ୬ ଜୀବନ୍ତ ଦଗ୍ଧ
ଚେନ୍ନାଇ,୪/୧: ତାମିଲନାଡୁର ବିରୁଧୁନଗର ଜିଲରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ରାସାୟନିକ ପଦାର୍ଥ ମିଶ୍ରଣ ପ୍ରକ୍ରିୟା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟାନକ ଥିଲା ଅନେକ କୋଠରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଖବର ପାଇ ଅଗ୍ନିଶମ ଓ ଉଦ୍ଧାର ବିଭାଗର ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଏହି କାରଖାନାର ୩୫ଟି କୋଠରୀରେ ୮୦ରୁ ଅଧିକ […] The post ବାଣ କାରଖାନାରେ ଭୟାନକ ବିସ୍ଫୋରଣ: ୬ ଜୀବନ୍ତ ଦଗ୍ଧ appeared first on Dharitri Odia News.
ଚେନ୍ନାଇ,୪/୧: ତାମିଲନାଡୁର ବିରୁଧୁନଗର ଜିଲରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ରାସାୟନିକ ପଦାର୍ଥ ମିଶ୍ରଣ ପ୍ରକ୍ରିୟା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟାନକ ଥିଲା ଅନେକ କୋଠରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଖବର ପାଇ ଅଗ୍ନିଶମ ଓ ଉଦ୍ଧାର ବିଭାଗର ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଏହି କାରଖାନାର ୩୫ଟି କୋଠରୀରେ ୮୦ରୁ ଅଧିକ ଶ୍ରମିକ କାମ କରନ୍ତି।
ଆପ୍ପାନାୟକନାପଟ୍ଟି ପଞ୍ଚାୟତ ଅନ୍ତର୍ଗତ ବୋମାୟାପୁରମ୍ ଗ୍ରାମରେ ଥିବା ଏହି ବାଣ କାରଖାନା ବାଲାଜୀ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଛି। କାରଖାନାରେ କାମ ଚାଲିଥିବା ବେଳେ ଶ୍ରମିକମାନେ ନିଜ ନିତିଦିନିଆ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏହି ଘଟଣା ଘଟିଛି। ବିସ୍ଫୋରଣରେ ଭେଲମୁରୁଗାନ, ନାଗରାଜ, କାନନ, କାମରାଜ, ଶିବକୁମାର ଓ ମୀନାକ୍ଷୀ ସୁନ୍ଦରମ୍ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ବିରୁଦ୍ଧନଗରସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
The post ବାଣ କାରଖାନାରେ ଭୟାନକ ବିସ୍ଫୋରଣ: ୬ ଜୀବନ୍ତ ଦଗ୍ଧ appeared first on Dharitri Odia News.