ଗଣେଶ ଭସାଣିକୁ ନେଇ ହଣାକଟା
ପାରାଦୀପ.୧୩।୯(ଶରତ ରାଉତ): ପାରାଦୀପ ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅନ୍ତର୍ଗତ ଷଣ୍ଢକୁଦ ବସ୍ତିରେ ଗୁରୁବାର ରାତି ୯ଟାରେ ଗଣେଶ ମୂର୍ତ୍ତି ଭସାଣିକୁ ନେଇ ଗଣ୍ଡଗୋଳ ହୋଇଛି। ଏଥିରେ ନୋଳିଆ ସମ୍ପ୍ରଦାୟର ୨ ଗୋଷ୍ଠୀ ହଣାକଟା ହୋଇଛନ୍ତି। ଫଳରେ ୨ ଜଣ ଗୁରୁତର ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଗୁରୁତର ଦ୍ୱୟ ହେଲେ ସ୍ଥାନୀୟ ଅଞ୍ଚଳର ପାରା ଧନରାଜୁ ଓ କାମ୍ବଲା ବାମିନୁ। ଅନ୍ୟମାନଙ୍କ ନାମ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଜଗତ୍ସିଂହପୁର ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସମେତ ପାରାଦୀପ […] The post ଗଣେଶ ଭସାଣିକୁ ନେଇ ହଣାକଟା appeared first on Dharitri Odia News.
ପାରାଦୀପ.୧୩।୯(ଶରତ ରାଉତ): ପାରାଦୀପ ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅନ୍ତର୍ଗତ ଷଣ୍ଢକୁଦ ବସ୍ତିରେ ଗୁରୁବାର ରାତି ୯ଟାରେ ଗଣେଶ ମୂର୍ତ୍ତି ଭସାଣିକୁ ନେଇ ଗଣ୍ଡଗୋଳ ହୋଇଛି। ଏଥିରେ ନୋଳିଆ ସମ୍ପ୍ରଦାୟର ୨ ଗୋଷ୍ଠୀ ହଣାକଟା ହୋଇଛନ୍ତି। ଫଳରେ ୨ ଜଣ ଗୁରୁତର ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଗୁରୁତର ଦ୍ୱୟ ହେଲେ ସ୍ଥାନୀୟ ଅଞ୍ଚଳର ପାରା ଧନରାଜୁ ଓ କାମ୍ବଲା ବାମିନୁ। ଅନ୍ୟମାନଙ୍କ ନାମ ଜଣାପଡ଼ିନାହିଁ।
ଘଟଣାସ୍ଥଳରେ ଜଗତ୍ସିଂହପୁର ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସମେତ ପାରାଦୀପ ଆଦର୍ଶ ଥାନା ଓ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୋଲିସ ମୁତୟନ ହୋଇଛନ୍ତି। ଗଣ୍ଡଗୋଳ ପଛରେ ରାଜନୈତିକ କାରଣ ଥିବା ଜଣାପଡ଼ିଛି। ବିଜେଡି ଓ ଭାଜପାର ୨ ଜଣ ଆଗଧାଡ଼ିର କର୍ମୀଙ୍କ ପାଇଁ ଏହି ଗଣ୍ଡଗୋଳ ହୋଇଥିବା ଚର୍ଚ୍ଚା ହେଉଛି। ଜଣେ ପୂର୍ବତନ କାଉନ୍ସିଲର ଓ ପାରାଦୀପର ପୂର୍ବତନ ବିଧାୟକଙ୍କ ଅନୁଗତ ହେଇଥିବାବେଳେ ଅନ୍ୟ ଜଣେ ଭାଜପା କର୍ମୀ ଏବଂ ସେ ଶିଳ୍ପ ମନ୍ତ୍ରୀଙ୍କ ଦୃଢ଼ ସମର୍ଥକ ବୋଲି ଜଣାପଡ଼ିଛି। ଉଭୟ ଗୋଷ୍ଠୀର ପିଲାମାନେ ବୁଧବାର ହୋଇଥିବା ରାଜନୈତିକ ବୈଠକକୁ ଯାଇ ଫେରିବା ବେଳେ କଥା କଟାକଟିକୁ ନେଇ ଗଣ୍ଡଗୋଳ ହୋଇଥିଲା। ଗୁରୁବାର ଗଣେଶ ମୂର୍ତ୍ତି ଭସାଣି ସମୟରେ ପୂର୍ବ ଘଟଣାକୁ ନେଇ ପୁନର୍ବାର ମାଡ଼ଗୋଳ ହୋଇଥିଲେ। ଏହାପରେ ବିଭିନ୍ନ ମାରଣାସ୍ତ୍ରରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ। ରିପୋର୍ଟ ଲେଖା ହେବା ସୁଦ୍ଧା ଘଟଣା ସ୍ଥଳରେ ପରିସ୍ଥିତି ଉତ୍ତେଜନାମୂଳକ ଥିବାବେଳେ ସେଠାରେ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।
The post ଗଣେଶ ଭସାଣିକୁ ନେଇ ହଣାକଟା appeared first on Dharitri Odia News.